ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ନୂଆ ଧମକ

Get real time updates directly on you device, subscribe now.

ଇସଲାମାବାଦ : ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନ୍ ପୁଣି ଥରେ ଗତକାଲି ଜାମ୍ମୁ କାଶ୍ମୀରକୁ ନେଇ ଟ୍ବିଟରରେ ଧମକ ଦେଇଛନ୍ତି ଏବଂ ସମଗ୍ର ବିଶ୍ବର ସମବେଦନା ,ସାଉଁଟିବାକୁ ଉଦ୍ୟମ କରିଛନ୍ତି। ଇମରାନ ଟ୍ବିଟରରେ ୩୭୦ ଧାରା ଉଚ୍ଛେଦ ପରେ ଜାମ୍ମୁ କାଶ୍ମୀରକୁ ନେଇ ସମଗ୍ର ବିଶ୍ବର ନୀରବତା ଉପରେ ପ୍ରଶ୍ନ ଉଠାଇଛନ୍ତି। ଇମରାନ ଏହା ସହ ଆନ୍ତର୍ଜାତୀୟ ଗୋଷ୍ଠୀକୁ ଏହାର ଗମ୍ଭୀର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଚେତାବନୀ ଦେଇଛନ୍ତି।
ଇମ୍ରାନ ଭାରତର ସ୍ବାଧୀନତା ଦିବସ ଅବସରରେ ଟ୍ବିଟ୍ କରିଛନ୍ତି। ଅଗଷ୍ଟ ୧୫ରେ ପାକିସ୍ତାନରେ ବ୍ଲାକ ଡେ ପାଳନ କରାଯାଇଛି। ଏଠାକାର ଖବରକାଗଜରେ ବ୍ଲାକ୍ ବାର୍ଡ଼ସ୍ ଥିଲା। ଇମରାନ ଭଳି ସମସ୍ତ ରାଜନେତା ସୋଶିଆଲ ମିଡିଆରେ ତାଙ୍କ ଡିପିକୁ କଳା ରଖିଥିଲେ। ସମସ୍ତ ସରକାରୀ କୋଠାରେ ପତାକା ଅଧା ନଇଁବା ଅବସ୍ଥାରେ ଥିଲା। କେବଳ ଏତିକି ନୁହେଁ ଆତଙ୍କବାଦୀ ସଙ୍ଗଠନ ହିଜବୁଲ ମୁଜହିଦ୍ଦିନ ଏବଂ ଜୈଶ-ଏ-ମହମ୍ମଦଙ୍କ ସମର୍ଥକ ପାକ୍ ଅଧିକୃତ କାଶ୍ମୀରର ମୁଜାଫରବାଦରେ କଳା ପତାକା ନେଇ ଭାରତ ବିରୋଧୀ ପ୍ରଦର୍ଶନ କରିଥିଲେ।
ଇମ୍ରାନ ଟ୍ବିଟ୍ କରି ଲେଖିଛନ୍ତି ‘ କ’ଣ ବିଶ୍ବ ଏପରି କାଶ୍ମୀରରେ ଚାଲିଥିବା ନରସଂହାରକୁ ଚୁପଚାପ୍ ଦେଖୁଥିବ ? ଏହା ପରେ ଇମ୍ରାନ ଆନ୍ତର୍ଜାତୀୟ ଗୋଷ୍ଠୀକୁ ଧମକ ଦେଇଛନ୍ତି। ଇମରାନ ଲେଖିଛନ୍ତି ଯେ ‘ ସେ ଆନ୍ତର୍ଜାତୀୟ ଗୋଷ୍ଠୀକୁ ଚେତାବନୀ ଦେବାକୁ ଚାହୁଁଛନ୍ତି ଯେ ଯଦି କାଶ୍ମୀରରେ ଏହା ହେବା ପାଇଁ ମଞ୍ଜୁରୀ ଦିଆଗଲା ତେବେ ଏହାର ଅନେକ ଗମ୍ଭୀର ପରିଣାମ ଭୋଗିବାକୁ ପଡ଼ିବ ଏବଂ ମୁସଲିମ ଦେଶରେ ଏହାକୁ ନେଇ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଖିବାକୁ ମିଳିବ ଯେଉଁଥିରେ ଚରମପନ୍ଥୀ ଏବଂ ହିଂସାର ଅଭିଯାନ ଆରମ୍ଭ ହେବ।’

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons