ପାକ୍ରେ ଧର୍ମୀୟ ସ୍ୱାଧୀନତା ସ୍ଥିତି ଖରାପ

Get real time updates directly on you device, subscribe now.

ଇସ୍ଲାମାବାଦ: ପାକିସ୍ତାନରେ ଧର୍ମୀୟ ସ୍ୱାଧୀନତାର ସ୍ଥିତି ଅତ୍ୟନ୍ତ ଖରାପ । ବିଶେଷକରି ଇମ୍ରାନ ଖାନ୍ଙ୍କ ନେତୃତ୍ୱରେ ପାକିସ୍ତାନ ତେହରିକ-ଇ-ଇନସାଫ (ପିଟିଆଇ) ପାର୍ଟି ସରକାର କ୍ଷମତାସୀନ ହେବା ପରେ ଏହି ସ୍ଥିତି ଅଧିକ ଦୟନୀୟ ହୋଇପଡିଛି । ଇମ୍ରାନ ସରକାରଙ୍କ ଯୋଗୁ ସଂଖ୍ୟାଲଘୁ ଲୋକଙ୍କ ଉପରେ ଆକ୍ରମଣ ଘଟଣା ମଧ୍ୟ ବୃଦ୍ଧି ପାଇଛି ବୋଲି ଜାତିସଂଘର ଏକ କମିଶନ ପକ୍ଷରୁ ପ୍ରକାଶିତ ରିପୋର୍ଟରୁ ଜଣାପଡିଛି । ମହିଳାଙ୍କ ସ୍ଥିତି ସଂକ୍ରାନ୍ତ ଜାତିସଂଘର ଏକ କମିଶନ ପକ୍ଷରୁ ଚଳିତମାସରେ ପ୍ରକାଶିତ ‘ପାକିସ୍ତାନ ରିଲିଜିଅସ ଫ୍ରିଡମ ଅଣ୍ଡର ଆଟାକ’ ଶୀର୍ଷକ ୪୭ ପୃÂାର ଏହି ରିପୋର୍ଟରେ କୁହାଯାଇଛି ପାକିସ୍ତାନରେ ଧର୍ମୀୟ ଆଇନର ରାଜନୀତିକରଣ କରାଯାଉଛି । ଇସ୍ଲାମିକ କଠୋରପନ୍ଥୀ ଗୋÂୀଗୁଡିକ ଏହି ଆଇନର ଦୁରୂପଯୋଗ କରୁଛନ୍ତି । ସେମାନେ ଏହାକୁ ବ୍ୟବହାର କରି ଧର୍ମୀୟ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ କରିବା ସହିତ ସେଥିରୁ ରାଜନୈତିକ ଫାଇଦା ହାସଲ କରିବାକୁ ଚାହୁଁଛନ୍ତି । ବିଶେଷକରି ପାକିସ୍ତାନରେ ହିନ୍ଦୁ ଓ ଖ୍ରୀଷ୍ଟିୟାନଙ୍କ ଉପରେ ଅଧିକ ଆକ୍ରମଣ କରାଯାଉଛି । ଏହି ଦୁଇ ସମ୍ପ୍ରଦାୟର ମହିଳାଙ୍କୁ ଅପହରଣ କରି ନିଆଯିବା ପରେ ସେମାନଙ୍କୁ ବଳପୂର୍ବକ ଧର୍ମ ପରିବର୍ତ୍ତନ କରାଯାଉଛି ଓ ମୁସଲିମ ଯୁବକମାନଙ୍କୁ ବିବାହ କରିଦିଆଯାଉଛି । ଅପହରଣକାରୀଙ୍କ ଧମକ ଓ ଜୀବନ ପ୍ରତି ଭୟ ଥିବାରୁ ପୀଡିତାମାନେ ଆଉ ସେମାନଙ୍କ ପରିବାରକୁ ଫେରିପାରୁନାହାନ୍ତି । ପୁଲିସ କାର୍ଯ୍ୟାନୁÂାନର ଅଭାବ ଓ ବିଳମ୍ବିତ ନ୍ୟାୟିକ ପ୍ରକ୍ରିୟା ଯୋଗୁ ଧର୍ମୀୟ ସଂଖ୍ୟାଲଘୁଙ୍କ ଉପରେ କ୍ରମାଗତ ଭାବେ ଆକ୍ରମଣ ବୃଦ୍ଧି ପାଇବାରେ ଲାଗିଛି ବୋଲି ଉକ୍ତ ରିପୋର୍ଟରେ କୁହାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons