ପାକ୍ରେ ଶିଖ୍ ଯୁବତୀଙ୍କ ଜବରଦସ୍ତ ଧର୍ମ ପରିବର୍ତ୍ତନ

Get real time updates directly on you device, subscribe now.

ଚଣ୍ଡୀଗଡ: ପାକିସ୍ତାନର ନାନକାନା ସାହିବଠାରେ ଶିଖ୍ ସମୁଦାୟର ଜଣେ ଯୁବତୀଙ୍କୁ ଅପହରଣ ପରେ ତାଙ୍କର ଜବରଦସ୍ତି ଧର୍ମ ପରିବର୍ତ୍ତନ କରାଯିବା ଘଟଣାକୁ ନେଇ ଏବେ ବଡ଼ଧରଣର ବିବାଦ ସୃଷ୍ଟି ହୋଇଛି । କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ ଏନେଇ ପାକିସ୍ତାନ ସରକାରଙ୍କୁ ସମାଲୋଚନା କରିବା ସହ ପାକିସ୍ତାନରେ ସଂଖ୍ୟାଲଘୁ ସମୁଦାୟ ଏପରି ଭାବେ ଜୀବନ ବିତାଉଥିବାର ପ୍ରକାଶ କରିଛନ୍ତି । ସେପଟେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ମଧ୍ୟ ଏନେଇ ଇମ୍ରାନ ଖାନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏକ ଟୁଇଟ କରି ଅମରିନ୍ଦର କହିଛନ୍ତି ଯେ, ଶିଖ ଯୁବତୀଙ୍କୁ ଅପହରଣ କରି ତାଙ୍କୁ ଇସଲାମ ଧର୍ମରେ ଦୀକ୍ଷିତ କରିବା ଘଟଣା ଅତି ଆପତ୍ତିଜନକ । ଏଣୁ ମୁଁ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଫୋନ କରି ଏହି ମାମଲାରେ ତୁରନ୍ତ କାର୍ଯ୍ୟାନୁÂାନ ଗ୍ରହଣ କରିବାକୁ ଦାବି କରିଛି । ଅମରିନ୍ଦର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ମଧ୍ୟ ଏହି ଟୁଇଟ୍ରେ ଟ୍ୟାଗ୍ କରି ନିଜର ପାକ୍ ପ୍ରତିପକ୍ଷଙ୍କ ସହ ଏହି ପ୍ରସଙ୍ଗରେ କଥା ହେବା ପାଇଁ ନିବେଦନ କରିଛନ୍ତି । ଅମରିନ୍ଦର ଏନେଇ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି । ଉକ୍ତ ଭିଡିଓରେ ଅପହରଣ ହୋଇଥିବା ଯୁବତୀଙ୍କ ପରିବାର ଲୋକେ ଘଟଣା ସମ୍ପର୍କରେ ବର୍ଣ୍ଣନା କରିବା ସହ ଯଥାଶୀଘ୍ର ନ୍ୟାୟ ନ ମିଳିଲେ ସେମାନେ ଆତ୍ମଦାହ କରିବେ ବୋଲି କହୁଥିବାର ଦେଖାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons