ପାକ୍ ଓକିଲଙ୍କ ମତ:ଭାରତ ବିରୋଧରେ ଆଇସିଜେ ଯିବାକୁ ପ୍ରମାଣ ନାହିଁ

Get real time updates directly on you device, subscribe now.

ନୂଆଦିଲ୍ଲୀ:ଜମ୍ମୁ-କାଶ୍ମୀର ପ୍ରସଙ୍ଗରେ ଭାରତକୁ ଆନ୍ତର୍ଜାତିକ ଅଦାଲତ(ଆଇସିଜେ)କୁ ଟାଣିବାକୁ ପାକ୍ ସରକାର ବାରମ୍ବାର ଧମକ ଦେଉଥିଲାବେଳେ ପାକିସ୍ତାନକୁ ଏବେ ଏଥିପାଇଁ ନିରାଶ ହେବାକୁ ପଡିଛି । କାରଣ ଆଇସିଜେରେ ପାକିସ୍ତାନର ଓକିଲ ଥିବା ଖୱାର କୁ୍ୟରେସୀ କହିଛନ୍ତି କି କାଶ୍ମୀରରେ ଭାରତ ଗଣସଂହାର କରୁଛି ବୋଲି କିଛି ପ୍ରମାଣ ନାହିଁ । ଆଉ ପ୍ରମାଣ ବିନା ଆନ୍ତର୍ଜାତିକ ଅଦାଲତର ଦ୍ୱାରସ୍ଥ ହେଲେ କିଛି ଲାଭ ମିଳିବ ନାହିଁ ।
ପାକିସ୍ତାନର ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ ଗଣସଂହାର ରୋକିବା ପାଇଁ ଜାତିସଂଘ ଦ୍ୱାରା ପ୍ରଣୀତ ଚୁକ୍ତିରେ ଉଭୟ ଭାରତ ଓ ପାକିସ୍ତାନ ସ୍ୱାକ୍ଷର କରିଛନ୍ତି । କୌଣସି ଦେଶ ଗଣସଂହାର କରୁଥିଲେ କିମ୍ବା ସେଠାରେ ଏପରି ଘଟିବାକୁ ଯାଉଥିଲେ କିମ୍ବା ଏହାକୁ ରୋକିବା ପାଇଁ ସିଏ ବିଫଳ ହେଉଥିଲେ, ଅନ୍ୟ ଦେଶ ତା’ ବିରୋଧରେ ଆଇସିଜେର ଦ୍ୱାରସ୍ଥ ହୋଇପାରିବେ । ଏହି କାରଣରୁ ପାକିସ୍ତାନ ଭାରତ ବିରୋଧରେ ଏଠାରେ ଅଭିଯୋଗ କରିପାରିବ । ମାତ୍ର ପ୍ରଶ୍ନ ଉଠୁଛି ଯେ ଭାରତ ବିରୋଧରେ କି ପ୍ରମାଣ ଅଛି? ଯେହେତୁ ପାକିସ୍ତାନ ପାଖରେ କିଛି ପ୍ରମାଣ ନାହିଁ, ତେଣୁ ଏପରି ନିରର୍ଥକ ଉଦ୍ୟମ କରିବାର ଆବଶ୍ୟକତା ନାହିଁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons