ନୂଆଦିଲ୍ଲୀ: ଭାରତରେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରଦୂତ ଅବଦୁଲ ବସିତଙ୍କୁ ଏବେ ଏକ ଟ୍ୱିଟ୍ ପାଇଁ ଲୋକହସା ହେବାକୁ ପଡିଛି । ଭାରତ ବିରୋଧରେ କ୍ରମାଗତଃ ଭାବେ ବୟାନ ଦେଇଆସୁଥିବା ଏବଂ ଟ୍ୱିଟ୍ କରୁଥିବା ବସିତ ନିକଟରେ ଏକ ଟ୍ୱିଟ୍ କରିଥିଲେ ଯେଉଁଥିରେ ସେ ଜଣେ ପୁରୁଷ ପର୍ଣ୍ଣ ଷ୍ଟାର ଜନି ସିନସଙ୍କୁ କାଶ୍ମୀରରେ ଭାରତୀୟ ସୁରକ୍ଷାକର୍ମୀଙ୍କ ଦ୍ୱାରା ପେଲେଟ ମାଡ଼ ଖାଇ ଆହତ ହୋଇଥିବାର ଦର୍ଶାଇଥିଲେ ଏବଂ ତାଙ୍କ ପାଇଁ ପ୍ରାର୍ଥନା କରିବାକୁ ନିବେଦନ କରିଥିଲେ । ହେଲେ ବସିତଙ୍କ ଏହି ଭୁଲ ଧରାପଡିବା ପରେ ତାଙ୍କୁ ଟ୍ୱିଟରରେ ବ୍ୟାପକ ସମାଲୋଚନା କରାଯାଉଛି । ପେଲେଟ ମାଡ଼ରେ କିଛି ଲୋକଙ୍କ ଦୃଷ୍ଟି ଶକ୍ତି ଚାଲିଯାଉଥିବାର ଅଭିଯୋଗ କରାଯାଉଥିଲାବେଳେ ବସିତ ବି ନିଜର ଦୃଷ୍ଟିଶକ୍ତି ହରାଇବସିଛନ୍ତି ବୋଲି କିଛି ଲୋକ ମତ ଦେଇଛନ୍ତି ।
Comments are closed, but trackbacks and pingbacks are open.