ହିସାର: ପାକିସ୍ତାନ ପାଇଁ ଗୁପ୍ତଚର ବୃତ୍ତି କରିବା ଅଭିଯୋଗରେ ହରିଆଣାର ହିସାର ଅଞ୍ଚଳରୁ ତିନି ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରୁ ଦୁଇ ଜଣ ୟୁପିର ମୁଜାଫରନଗର ସହରର ବାସିନ୍ଦା ହୋଇଥିଲାବେଳେ ଅନ୍ୟ ଜଣକ ସେଇ ରାଜ୍ୟର ଶାମଲି ଜିଲାର ବାସିନ୍ଦା ଅଟେ । ତିନି ଜଣ ଯାକ ଏକ ସିଭିଲ କନଷ୍ଟ୍ରକସନ କଂପାନି ଅଧୀନରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ମାତ୍ର ୧୦ରୁ ୧୨ ଦିନ ତଳେ ଉକ୍ତ କଂପାନି ସେମାନଙ୍କୁ ହିସାର ସ୍ଥିତ ସେନା କ୍ୟାଣ୍ଟନମେଣ୍ଟ ପରିସରରେ ଏକ ନୂଆ ମେସ୍ ବିଲ୍ଡିଙ୍ଗ ନିର୍ମାଣ ପାଇଁ ନିୟୋଜିତ କରିଥିଲା । କିନ୍ତୁ ୟା’ ଭିତରେ ସେମାନେ ସେଠାରେ ସେନାର ଗତିବିଧି ଉପରେ ନଜର ରଖିବା ଆରମ୍ଭ କରିଦେଇଥିଲେ ଏବଂ କ୍ୟାଣ୍ଟନମେଣ୍ଟର ବିଭିନ୍ନ ଭାଗର ଫଟୋ ବି ଉଠାଇଥିଲେ । ପୁଲିସ ସେମାନଙ୍କ ନିକଟରୁ ପ୍ରତିରକ୍ଷା ସମ୍ପର୍କିତ କେତେକ ମୋବାଇଲ ଭିଡିଓ ଓ ଫଟୋ ଉଦ୍ଧାର କରିଛି ।
Comments are closed, but trackbacks and pingbacks are open.