ପାକ୍ ପାଖରେ ଚୀନ୍ ନିର୍ମିତ ଶକ୍ତିଶାଳୀ ରାଡାର

Get real time updates directly on you device, subscribe now.

ନୂଆଦିଲ୍ଲୀ: ପାକିସ୍ତାନକୁ ଚୀନ୍ ଏକ ଅତ୍ୟାଧୁନିକ ଓ ଶକ୍ତିଶାଳୀ ରାଡାର ଦେଇଛି । ଜେୱାଇ-୨୭ ନାମକ ଏହି ୱାଇଡ ମ୍ୟାଟ ଲଙ୍ଗ ରେଞ୍ଜ ୟର୍ଲି ୱାର୍ଣ୍ଣିଂ ରାଡାରକୁ ପାକିସ୍ତାନର ବାୟୁସେନା ପଞ୍ଜାବ ପ୍ରଦେଶ ଅନ୍ତର୍ଗତ ଏମ ଏମ ଅଲାମ ବେସରେ ମୁତୟନ କରିଛି । ଏହି ରାଡାର ୫୦୦ କିମି ଦୂରରୁ ଶତ୍ରୁର ଯୁଦ୍ଧବିମାନ, ଗୁଇନ୍ଦା ବିମାନ, ଡ୍ରୋନ ଆଦିକୁ ଚିହ୍ନଟ କରିବାରେ ସକ୍ଷମ ଅଟେ । ବିଶେଷ କରି ଶତ୍ରୁ ଦେଶର ଷ୍ଟେଲଥ( ରାଡାରରେ ଦୃଶ୍ୟ ହେଉନଥିବା) ଯୁଦ୍ଧବିମାନକୁ ଏହା ଚିହ୍ନଟ କରିପାରିବ । ତା’ ସହିତ ଭୂମି ଠାରୁ କମ୍ ଉଚ୍ଚତାରେ ଗତି କରୁଥିବା ମିସାଇଲ ସମ୍ପର୍କରେ ବି ଏହା ଆଗୁଆ ସୂଚନା ଦେଇପାରିବ । ଗୁଇନ୍ଦା ଉପଗ୍ରହ ଚିତ୍ରରୁ ପାକିସ୍ତାନ ନିକଟରେ ଏଭଳି ରାଡାର ଥିବାର ସ୍ପଷ୍ଟ ହୋଇଛି ।
ବାଲାକୋଟରେ ଭାରତୀୟ ବାୟୁସେନାର ଆକ୍ରମଣକୁ ରୋକିବାରେ ବିଫଳ ହେବା ପରେ ପାକିସ୍ତାନ ଚୀନ୍ ଠାରୁ ଏଭଳି ରାଡାର କ୍ରୟ କରିଛି । ଏହି ରାଡାର କେନ୍ଦ୍ର ଭାରତର ପଞ୍ଜାବ ସ୍ଥିତ ଅମ୍ବାଲା ବାୟୁସେନା ଷ୍ଟେସନ ଠାରୁ ୫୫୦ କିମି ଦୂରରେ ଅବସ୍ଥିତ । ଭାରତ ଭବିଷ୍ୟତରେ ଅମ୍ବାଲାରେ ଫ୍ରାନ୍ସ ଠାରୁ କିଣାଯିବାକୁ ଥିବା ରାଫେଲ ଯୁଦ୍ଧବିମାନ ମୁତୟନ କରିବାକୁ ଯୋଜନା କରିଛି । ରାଫେଲ ଏକ ଷ୍ଟେଲଥ ଯୁଦ୍ଧବିମାନ ହେବା ସହିତ ଅଧିକ ଦୂରରୁ ଶତ୍ରୁ ଉପରେ ଆକ୍ରମଣ କରିବାରେ ସକ୍ଷମ ଅଟେ । ଏଥିରେ ପ୍ରାୟ ୧୫୦ କିମି ଦୂର ଯାଏଁ ଲକ୍ଷ୍ୟଭେଦ କରିପାରୁଥିବା ଏୟାର ଟୁ ଏୟାର ମିସାଇଲ ସଂଯୁକ୍ତ ହେବ । ଏହି ବିମାନ ହାସଲ କଲା ପରେ ଭାରତୀୟ ବାୟୁସେନାର ଯୁଦ୍ଧବିମାନକୁ ପାକିସ୍ତାନ ଉପରେ ଆକ୍ରମଣ କରିବାକୁ ହେଲେ ଆଉ ତା’ର ବାୟୁସୀମା ଭିତରେ ପ୍ରବେଶ କରିବାକୁ ପଡ଼ିବ ନାହିଁ । ଏହି କାରଣରୁ ପାକିସ୍ତାନ ଭୟଭୀତ ହୋଇପଡିଛି ଏବଂ ଭାରତର ରାଫେଲ ବିମାନକୁ ପ୍ରତିହତ କରିବା ପାଇଁ ଏଭଳି ରାଡାର କିଣିଛି ବୋଲି ମନେ କରାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons