ଲଣ୍ଡନ: ପାକିସ୍ତାନ ସରକାର ପ୍ରେସ ସ୍ୱାଧୀନତା ଉପରେ ଅଙ୍କୁଶ ଲଗାଇଥିବାରୁ ତାର ପ୍ରତିବାଦରେ ବିଦେଶ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେସିଙ୍କୁ ଆଜି ଲଣ୍ଡନରେ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିଛି । ‘ଗଣମାଧ୍ୟମର ସ୍ୱାଧୀନତା ସୁରକ୍ଷା’ ସଂକ୍ରାନ୍ତ ଏକ ସେମିନାରରେ ଯୋଗଦେବାକୁ ସେ ଆସିଥିଲା ବେଳେ ଜଣେ କାନାଡୀୟ ସାମ୍ବାଦିକ ତାଙ୍କୁ ଠେଲାପେଲା କରିବା ସହ ଧକ୍କା ମାରିଛନ୍ତି । ଏହି ସାମ୍ବାଦିକ ହେଲେ ଏଜ୍ରା ଲେଭାଣ୍ଟ ଓ ସେ ରିବେଲ ମିଡିଆ ନାମକ ଏକ ରାଜନୈତିକ ୱେବସାଇଟ୍ରେ କାମ କରନ୍ତି । ପାକିସ୍ତାନ ସରକାର ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଟୁଇଟରକୁ ବାତିଲ କରିଦେଇଥିବାରୁ ଏଥିରେ କ୍ଷୁବ୍ଧ ହୋଇ ସେ ଏଭଳି କାଣ୍ଡ ଭିଆଇଛନ୍ତି । ଦୁର୍ନୀତି ମାମଲାରେ ଜେଲ୍ରେ ଥିବା ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଆସିଫ ଅଲି ଜର୍ଦ୍ଦାରୀଙ୍କ ସାକ୍ଷାତକାର ପ୍ରସାରଣ କରିଥିବାରୁ ୩ଟି ଘରୋଇ ଟିଭି ଚ୍ୟାନେଲର ପ୍ରସାରଣକୁ ମଧ୍ୟ ପାକ୍ ସରକାର ବନ୍ଦ କରିଦେଇଛନ୍ତି ।
Comments are closed, but trackbacks and pingbacks are open.