ପାକ୍ ସେନା ଉପରେ ଆକ୍ରମଣ:ଜଣେ କ୍ୟାପ୍ଟେନଙ୍କ ସହ ୧୦ ସୈନିକ ନିହତ

Get real time updates directly on you device, subscribe now.

ଇସଲାମାବାଦ: ପାକିସ୍ତାନର ସେନା ଉପରେ ଆଜି ଦୁଇଟି ପୃଥକ୍ ପୃଥକ୍ ଆକ୍ରମଣ ଘଟଣାରେ ୧୦ ଜଣ ସୈନିକ ନିହତ ହୋଇଛନ୍ତି । ନିହତ ସୈନିକଙ୍କ ମଧ୍ୟରେ ଜଣେ କ୍ୟାପଟେନ ବି ଅଛନ୍ତି ।
ପାକ୍ ସେନା ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, ପ୍ରଥମେ ନର୍ଥ ୱଜିରିସ୍ତାନ ସଂଲଗ୍ନ ଆଫଗାନିସ୍ତାନ ସୀମା ନିକଟରେ ପାକ୍ ସେନାର ଏକ ପାଟ୍ରୋଲିଂ ଦଳ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଗୁରବାଜ୍ ଅଞ୍ଚଳରେ ଏହି ଘଟଣା ଘଟିଥିଲା । ଏଥିରେ ପାକ୍ ସେନାର ୬ ଜଣ ସୈନିକ ପ୍ରାଣ ହରାଇଥିଲେ ।
ଏହାପରେ ଦ୍ୱିତୀୟ ଘଟଣାରେ ବେଲୁଚିସ୍ତାନର ତୁରବତ ଏବଂ ହୁସହାବ ମଧ୍ୟରେ ଥିବା ଏକ ଅଞ୍ଚଳରେ ପାକିସ୍ତାନର ଅର୍ଦ୍ଧ-ସାମରିକ ବାହିନୀ ଫ୍ରଣ୍ଟିୟର ଫୋର୍ସର ଏକ ଦଳ ତଲାସୀ ଅଭିଯାନ ଚଳାଉଥିଲାବେଳେ ତା’ ଉପରେ ବିଦ୍ରୋହୀମାନେ ଆକ୍ରମଣ କରିଥିଲେ । ଏହି ଘଟଣାରେ ଜଣେ କ୍ୟାପଟେନଙ୍କ ସମେତ ୪ ଜଣ ସୈନିକ ପ୍ରାଣ ହରାଇଥିଲେ । କିନ୍ତୁ ବେଲୁଚିସ୍ତାନର ବିଦ୍ରୋହୀମାନେ ଦାବି କରିଛନ୍ତି ଯେ ଏଥିରେ ପାକିସ୍ତାନର ୧୫ ଜଣ ସୈନିକ ନିହତ ହୋଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons