ପାଖରେ ଟଙ୍କା ନାହିଁ, ଚାଲି ଚାଲି ଯିବେ ହଜାରେ କି.ମି.

Get real time updates directly on you device, subscribe now.

ରାୟଗଡ଼ା,(ବି.ବି.ନୁ୍ୟଜ୍): ପେଟ ପୋଷିବା ପାଇଁ ସୁଦୂର ଉତ୍ତରପ୍ରଦେଶରୁ ଆସି ରାୟଗଡ଼ାରେ ଶ୍ରମିକ ଭାବେ କାମ କରୁଥିଲେ । ଯାହା ମିଳୁଥିଲା ନିଜ ପରିବାର ଗୁଜୁରାଣ ମେଣ୍ଟାଉଥିଲେ । ହେଲେ ଳକ୍ଡାଉନ୍ ଯୋଗୁ ଏବେ ସବୁ ଠପ୍ । କାମ ବନ୍ଦ ହୋଇଯାଇଥିବା ବେଳେ ପାଖରେ ଥିବା ଟଙ୍କା ବି ଶେଷ ହୋଇଗଲାଣି । ଘରକୁ ଫେରିବାକୁ ସାହାସ ଜୁଟୁ ନଥିବା ବେଳେ ପରିବାର ମୁହାଁରେ ଦାନା ଦେବା ବି ସମ୍ଭବ ହୋଇପାରୁନାହିଁ । ଠିକାଦାର କୌଣସି ପ୍ରକାର ଆର୍ଥିକ ସହାୟତା ଦେବାକୁ ମନା କରି ସାରିଥିବା ବେଳେ ସରକାରୀ ସହାୟତା ମଧ୍ୟ ମିଳିବା ଆଶା ନାହିଁ । ଶେଷରେ ରାୟଗଡ଼ାରୁ ଉତ୍ତରପ୍ରଦେଶକୁ ପ୍ରାୟ ହଜାରେ କି.ମି. ଚାଲିଚାଲି ଯିବା ଆରମ୍ଭ କରିଛନ୍ତି ୧୯ ଜଣ । ରାୟଗଡ଼ା ଜିଲ୍ଲା ଲାଡ଼ା ଷ୍ଟେସନକୁ ଏହି ଶ୍ରମିକମାନେ କାମ କରିବାକୁ ଆସିଥିଲେ । ଲକ୍ଡାଉନ୍ ଯୋଗୁ କାମ ବନ୍ଦ ହୋଇଗଲା । ଠିକାଦାର କୌରସି ଆର୍ଥିକ ସହାୟତା ନଦେବାରୁ ସାହାଯ୍ୟ ପାଇଁ ଏମାନେ ଜିଲ୍ଲା ପ୍ରଶାସନ ନିକଟରେ ଗୁହାରି କରିଥିଲେ । ତେବେ ପ୍ରଶାସନ ପକ୍ଷରୁ ସେମାନଙ୍କୁ କୌଣସି ସହାୟତା ମିଳି ନଥିବା ଅଭିଯୋଗ କରିଛନ୍ତି । ଶେଷରେ ବାଧ୍ୟ ହୋଇ ପିଲା ଛୁଆ ଧରି ପ୍ରାୟ ୧୯ ଜଣ ହଜାରେ କିଲୋମିଟର ଦୂର ନିଜ ଘର ଉତ୍ତରପ୍ରଦେଶର ମଙ୍ଗଲପୁରକୁ ଚାଲି ଚାଲି ଯିବାକୁ ଗୁୂରୁବାରଠାରୁ ବାହାରିଛନ୍ତି । ପାଖରେ ଟଙ୍କା ନ ଥିବାରୁ ବାଟରେ କିଛି ମିଳିଲେ ପିଲାଙ୍କୁ ଖୁଆଇ ପୁଣି ଚାଲିବେ ବୋଳି କ୍ଷୋଭଭରା କଣ୍ଠରେ କହିଛନ୍ତି ଏହି ଶ୍ରମିକମାନେ । କେବଳ ବାହାର ରାଜ୍ୟର ଶ୍ରମିକ ନୁହନ୍ତି ଆମ ରାଜ୍ୟର ଶ୍ରମିକ ବି ଚାଲି ଚାଲି ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଯାଉଛନ୍ତି । ନୂଆପଡ଼ା ଜିଲ୍ଲାର ୪୦ ଜଣ ଶମ୍ରିକ ରାୟଗଡ଼ାରୁ ନୂଆପଡ଼ାକୁ ପିଲାଛୁଆଙ୍କ ସହ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଥିଲା । ଏନେଇ ଶ୍ରମ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାାଇଥିବା ବେଳେ ସେ କିଛି କହିବାକୁ ମନା କରି ଦେଇଥିଲେ । ହେଲେ ଯେଉଁ ଶ୍ରମିକମାନେ ଚାଲି ଚାଲି ଯାଉଥିଲେ ସେମାନଙ୍କୁ ସହାୟତା କରିବାକୁ ପୁଣି ଥରେ ନିଦେ୍ର୍ଧଶ ଦିଆଯିବ ବୋଲି କହିଛନ୍ତି ରାୟଗଡ଼ା ଜିଲ୍ଲାପାଳ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons