ପାଞ୍ଚ ଦିନ ପରେ ଅପହୃତ ଉଦ୍ଧାର: ୨ ଗିରଫ

Get real time updates directly on you device, subscribe now.

ବ୍ରହ୍ମପୁର: ଯୁବକଙ୍କୁ ଅପହରଣ ଓ ମୁଣ୍ଡ ଜାମିନ ରଖି ଟଙ୍କା ଦାବି ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ବ୍ରହ୍ମପୁର ପୋଲିସ୍। ଗତ ୭ ତାରିଖରେ ଏହି ଅପହରଣ ଘଟଣା ବ୍ରହ୍ମପୁରରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ସୁବାଶିଷ ପାତ୍ର ନାମକ ଜଣେ ଯୁବକଙ୍କୁ ଗତ ୭ ତାରିଖରେ ଅପହରଣ ନେଇଥିଲେ ଦୁର୍ବୃତ୍ତ। ସେମାନେ ସୁବାଶିଷଙ୍କୁ ଅଟକ ରଖି ତାଙ୍କ ପରିବରଠାରୁ ୩ ଲକ୍ଷ ୪୦ ହଜାର ଟଙ୍କା ଦାବି କରିଥିଲେ। ଟଙ୍କା ନ ଦେବା ପର୍ୟ୍ୟନ୍ତ ସୁବାଶିଷ ମୁକ୍ତ ହେବେ ନାହିଁ ବୋଲି କହି ଦୁର୍ବୃତ୍ତମାନେ ତାଙ୍କ ପରିବାରକୁ ଧମକ ଦେଇଥିଲେ। ଏ ନେଇ ସୁବାଶିଷଙ୍କ ପରିବାର ପୋଲିସ୍‌ରେ ଅଭିଯୋଗ କରିଥିଲେ।
ପୋଲିସ୍‌ ଘଟଣାର ତଦନ୍ତ କରି ଅପହରଣକାରୀଙ୍କ ପାଖରେ ପହଞ୍ଚିବାରେ ସମର୍ଥ ହୋଇଥିଲା। ସୁବାଶିଷଙ୍କୁ ଅପହରଣ କରିଥିବା ଘଟଣାରେ ୨ ଜଣ ଯୁବକଙ୍କୁ ପୋଲିସ୍ ଗିରଫ କରିଛି। ସେମାନେ ହେଲେ ବାଲାଜୀ ବେହେରା ଏବଂ ଶିବାଜୀ ବେହେରା ।
ଏହି ଦୁଇଜଣ ଯୁବକ ଯୋଜନାବଦ୍ଧ ଷଡ଼ଯନ୍ତ୍ର କରି ସୁବାଶିଷଙ୍କୁ ଅପହରଣ କରି ନେଇଥିଲେ। ଏବଂ ମୁଣ୍ଡ ଜାମିନ ରଖି ତାଙ୍କ ପରିବାରଠାରୁ ଟଙ୍କା ଦାବି କରିଥି​‌ଲେ। ପୋଲିସ୍ ଅପହୃତ ସୁବାଶିଷଙ୍କୁ ଉଦ୍ଧାର କରିଥିବା ବେଳେ ଅପହରଣକାରୀ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। କିନ୍ତୁ ଅପହରଣର ରହସ୍ୟ ଏବଂଅପହରଣକାରୀ ଏତେ ପରିମାଣର ଟଙ୍କା କାହିଁକି ଦାବି କରୁଥିଲେ, ତାହା ସ୍ପଷ୍ଟ ହୋଇ ନାହିଁ। ଅପହରଣ ପଛରେ ଆଉ କିଛି କାରଣ ଏବଂ ଆଉ କାହାର ସଂପୃକ୍ତି ଅଛି କି ନାହିଁ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons