ପାଣିଟାଙ୍କିରୁ ଶିଶୁକନ୍ୟାର ମୃତଦେହ ଉଦ୍ଧାର

Get real time updates directly on you device, subscribe now.

ଚାନ୍ଦବାଲି, (ବି.ବି.ନୁ୍ୟଜ୍): ଜଣେ ୮ ମାସର ଶିଶୁ କନ୍ୟାର ମୃତଦେହ ସୋମବାର ପାଣିଟାଙ୍କିରୁ ଉଦ୍ଧାର କରାଯାଇଛି । ତେବେ ଏହାକୁ ହତ୍ୟାକାଣ୍ଡ ବୋଲି ଶିଶୁକନ୍ୟାର ମାମୁ ଏତଲା ଦେବା ପରେ ପୁଲିସ ପରିବାରରୁ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ଏମିତି ଦୁଃଖଦାୟକ ଘଟଣା ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ଉତୁକୁଡା ପଞ୍ଚାୟତର ମୃଗନୟନୀ ଗାଁରେ ଘଟିଛି । ତେବେ ଅଟକ ବ୍ୟକ୍ତି ଜଣକ ଶିଶୁକନ୍ୟାର ଜେଜେମା ବୋଲି ଜଣାପଡ଼ିଛି ।
ଅଭିଯୋଗ ଅନୁସାରେ, ଗାଁର ରାଜେନ୍ଦ୍ର ବେହେରାଙ୍କ ପତ୍ନୀ ମିତାରାଣୀ ସକାଳେ ନିଜ ଶୋଇବା ଖଟରେ ୮ ମାସର ଝିଅକୁ ଶୁଆଇ ଦେଇ କାମ କରିବାକୁ ଯାଇଥିଲେ । କାମ ସାରି ମିତାରାଣୀ ଆସି ଝିଅକୁ ଖଟରେ ଆଉ ଦେଖିବାକୁ ପାଇ ନଥିଲେ । ଏହାପରେ ସେ ଚାରିଆଡେ଼ ଖୋଜାଖୋଜି କରିଥିଲେ । କେଉଁଠି ବି ଝିଅର ସୁରାକ୍ ପାଇ ନଥିଲେ । ପାଗଳପ୍ରାୟ ହୋଇ ଛାତ ଉପରକୁ ଯାଇଥିଲେ । ସେଠାରେ ବି ଝିଅକୁ ପାଇ ନଥିଲେ । ତେବେ ମନକୁ ବୁଝାଇବାକୁ ଯାଇ ଛାତ ଉପରେ ଥିବା ପାଣିଟାଙ୍କି ଦେଖିଥିଲେ । ତା’ ଭିତରେ ଝିଅର ମୃତଦେହ ଦେଖି ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ତୁରନ୍ତ ଝିଅକୁ ଚାନ୍ଦବାଲି ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସେ ନେଇଥିଲେ । ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ତେବେ ତାଙ୍କ ଝିଅକୁ ପରିବାର ଲୋକେ ହତ୍ୟା କରିଥିବା ମିତାରାଣୀ ପ୍ରକାଶ କରିଥିଲେ ।
ଏନେଇ ମିତାରାଣୀଙ୍କ ଭାଇ ସୁକାନ୍ତ ରାଉତ ଚାନ୍ଦବାଲି ଥାନାରେ ଏତଲା ଦେଇଥିଲେ । ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଅଭିଯୋଗକ୍ରମେ ଥାନାଧିକାରିଣୀ ପ୍ରଜ୍ଞା ମହାନ୍ତି ମିତାରାଣୀଙ୍କ ଶାଶୂଙ୍କୁ ଆଣି ଥାନାରେ ଅଟକ ରଖି ପଚରାଉଚରା କରିଥିଲେ । ଏନେଇ ଥାନା କେସ ନଂ. ୯୪/୨୦ ମୂଳେ ଦଫା ୩୦୨, ୩୯୮(ଏ) ଓ ୩୪ରେ ଏକ ମାମଲା ରୁଜୁ ହୋଇଛି । ଥାନାଧିକାରିଣୀ ଓ ଏସଡିପିଓ ଘଟଣାର ଅଧିକ ତଦନ୍ତ ଜାରି ରଖିଛନ୍ତି । ତେବେ କନ୍ୟାକୁ ହରାଇ ମିତାରାଣୀ ପାଗଳପ୍ରାୟ ହୋଇ ଡାକ୍ତରଖାନା ବେଡ୍ରେ ଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ, ମୃଗନୟନୀ ଗାଁର ଗୋବିନ୍ଦ ବେହେରାଙ୍କ ସାନପୁଅ ରାଜେନ୍ଦ୍ର ସିଙ୍ଗିଟି ଗାଁର ମହେଶ୍ୱର ରାଉତଙ୍କ ଝିଅ ମିତାରାଣୀ ୨୦୧୭ରେ ବିବାହ କରିଥିଲେ । ସ୍ୱାମୀ ରାଜେନ୍ଦ୍ର ବାହାରେ ଦାଦନ ଖଟୁଥିବା ବେଳେ ଶ୍ୱଶୁର ଘରେ ମିତାରାଣୀ ନିର୍ଯାତନା ପାଉଥିବା ଅଭିଯୋଗ ହୋଇ ଆସୁଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons