
ଜୟପୁର,(ବାସୁଦେବ ଜେନାଙ୍କ ରିପୋର୍ଟ): ପିଇବା ପାଣି ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ତୁରନ୍ତ ପାଣି ଯୋଗାଇବା ବ୍ୟବସ୍ଥା କରାଯାଉ । ନହେଲେ ଆଗାମୀ ଦିନରେ ଆନେ୍ଦାଳନ ଜୋରଦାର କରାଯିବ । ଏଭଳି ଚେତାବନୀ ଦେଇ ଜନସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟାଳୟ ଘେରାଉ କରିଥିଲେ ସ୍ଥାନୀୟ ପଞ୍ଚମ ଲାଇନ କଣ୍ଡରାସାହି ବସ୍ତିବାସିନ୍ଦା । ନିର୍ବାହୀ ଯନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ । କଣ୍ଡରାସାହି ବସ୍ତିବାସିନ୍ଦା କହିଛନ୍ତି, ଦୀର୍ଘ ବର୍ଷ ହେଲା ପଇବା ପାଣି ପାଇଁହଇରାଣ ହେଉଛନ୍ତି । ୬୦ ପରିବାର ପାଇଁ ମାତ୍ର ଗୋଟିଏ ଷ୍ଟାଣ୍ଡ ପଏଣ୍ଟର ବ୍ୟବସ୍ଥା ରହିଛି । ଠିକ୍ ସମୟ ଓ ଅଧିକ ପରିମାଣରେ ପାଣି ଆସୁନଥିବାରୁ ହାଣ୍ଡିଏ ପାଣି ପାଇଁ ଘଣ୍ଟାଘଣ୍ଟା ଅପେକ୍ଷା କରିବାକୁ ପଡୁଛି । ବସ୍ତିର ଅଧିକାଂଶ ପରିବାର ଦିନ ମଜୁରିଆ । ଘରକାମ ସାରି କୁଲି କରିବାକୁ ଯିବାକୁ ପଡୁଛି । ଏଭଳି ପରିସ୍ଥିତିରେ ପାଣି ପାଇଁ ଅପେକ୍ଷା କରି କାମରେ ଯିବାରେ ବିଳମ୍ବ ହେଉଛି । ସହରର ଅନ୍ୟ ସାହି ଓ ବସ୍ତି ଅଞ୍ଚଳରେ ପାଣି ଯୋଗାଇଦିଆଯାଉଥିବା ବେଳେ ସେମାନଙ୍କ ସାହିକୁ ଅଣଦେଖା କରାଯାଇଛି । ତୁରନ୍ତ ପାଣି ଯୋଗାଇବାର ବ୍ୟବସ୍ଥା କରାଯାଉ ବୋଲି କହିଛନ୍ତି ପୂର୍ବତନ କାଉନସିଲର ମନୋଜ ବେହେରା, ଯଶପାଲ ସିଂ,ଭାନୁ ନାୟକ,ଅନୁ ରାଧା, ଜଗନ୍ନାଥ ଜାନି, ରାମଚନ୍ଦ୍ ବେହେରା, ଭାରତୀ ଜାନି, ଅନ୍ନପୂର୍ଣ୍ଣା ଶିଶା ପ୍ରମୁଖ ।
Comments are closed, but trackbacks and pingbacks are open.