ଭୁବନେଶ୍ୱର,(ବି.ବି.ବୁ୍ୟରୋ):ଖୋର୍ଦ୍ଧା ପଲ୍ଲାହାଟସ୍ଥିତ ଗୁପ୍ତା ଡିଷ୍ଟ୍ରିବୁ୍ୟଟର ସୋ’ରୁମ୍ରୁ ପୂଜା ଉତ୍ସବରେ ପାନାସୋନିକ୍ ସାମଗ୍ରୀ କିଣିଥିବା ଗ୍ରାହକଙ୍କ ମଧ୍ୟରୁ ଲକି ଡ୍ର ବିଜେତାଙ୍କୁ କମ୍ପାନି ପକ୍ଷରୁ ପୁରସ୍କୃତ କରାଯାଇଛି । ଖୋର୍ଦ୍ଧା ମୁକ୍ତାପୁରର ଭାଗ୍ୟଶାଳୀ ବିଜେତା ମନୋରଞ୍ଜନ ବେହେରାଙ୍କୁ ‘ପାନାସୋନିକ୍ ଡ୍ରିମ୍ ମୋର୍ ଆଣ୍ଡ୍ ସେଲିବ୍ରେଟ୍ ମୋର୍’ ଅଫର୍ର ବିଜେତା ଭାବେ କମ୍ପାନି ପକ୍ଷରୁ ଟିଭି, ଫ୍ରିଜ୍, ୱାଶିଂ ମେଶିନ୍, ଏସି, ମାଇକ୍ରୋଓଭେନ୍, ଭ୍ୟାକୁ୍ୟମ୍ କ୍ଲିନର, ଏୟାର୍ ପୁ୍ୟରିଫାୟର ସମେତ ୧୧ଟି ଗୃହୋପକରଣ ସାମଗ୍ରୀ ପୁରସ୍କାର ସ୍ୱରୂପ ଦିଆଯାଇଛି । ଏହି ଅବସରରେ ଗୁପ୍ତା ଡିଷ୍ଟ୍ରିବୁ୍ୟଟରର ସ୍ୱତ୍ୱାଧିକାରୀ ରାଜେଶ ଗୁପ୍ତା, ପାନାସୋନିକ୍ ମାର୍କେଟିଂ ମ୍ୟାନେଜର ଶେଖ୍ ରଫିକ୍ଉଲ୍ଲା ଏବଂ ପାନାସୋନିକ୍ ଏରିଆ ମ୍ୟାନେଜର ରାକେଶ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.