
କୋରାପୁଟ,(ସତ୍ୟ ନାରାୟଣ ସାହୁଙ୍କ ରିପୋର୍ଟ): କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ବ୍ଲକ ଗୁପ୍ତେଶ୍ୱର ପଞ୍ଚାୟତ କେଚଲା ଗାଁ ନାନା ସମସ୍ୟା ଭିତରେ ଗତିକରୁଛି । ଗାଁରେ ବିଶେଷକରି ପାନୀୟ ଜଳ ସମସ୍ୟା ଅତି ଉକ୍ରଟ । ଏହାକୁ ନେଇ ଗ୍ରାମବାସୀ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ଗାଁର ବିଭିନ୍ନ ସମସ୍ୟା ସମ୍ପର୍କରେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ସମାଧାନ ପାଇଁ ଗୁହାରି କରିଛନ୍ତି । ସେମାନେ କହିଛନ୍ତି, କେଚଲା ଗାଁରେ ୪୫ ଆଦିବାସୀ ପରିବାର ବସବାସ କରୁଛନ୍ତି । ପାନୀୟଳ ପାଇଁ ସବୁବେଳେ ଅସୁବିଧା ଭୋଗିବାକୁ ପଡୁଛି । ଦୁଇଟି ନଳକୂଅରୁ ପାଣି ବାହାରୁ ନାହିଁ । ବିକଳ୍ପ ନଥିବାରୁ ଲୋକଙ୍କୁ ଝରଣା ଜଳ ପାଇଁ ୨କିମି ଦୂର ଯିବାକୁ ପଡ଼ୁଛି । ବ୍ଲକ ଅଧିକାରୀଙ୍କୁ ଜଣାଇଲେ ବି କିଛି ସୁଫଳ ମିଳୁନାହିଁ । ଶେଷରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଆସିଥିବା ଘେନୁ ଜାନୀ, ଲକ୍ଷ୍ମଣ ମୁଦୁଲି, ବଲ୍ଲବ ଜାନୀ, ଡମ୍ବୁୁ ଜାନୀ, ମଧୁ ଜାନୀ ପ୍ରମୁଖ କହିଛନ୍ତି । ୨ଟି ନଳକୂପରୁ ଖରାଦିନେ ପାଣି ବାହାରୁ ନାହିଁ । ୨କିମି ଚାଲିଚାଲି ଯାଇ ପାନୀୟଜଳ ସଂଗ୍ରହ କରିବାକୁ ପଡ଼ୁଛ । ସେହିପରି ଗାଁରେ ଭଲ ରାସ୍ତାଟିଏ ନାହିଁ । ପକ୍କା ରାସ୍ତା ନଥିବାରୁ ବର୍ଷାଦିନେ ସମସ୍ୟା ବଢ଼ୁଛି । ବର୍ଷାହଲେ ଆମ୍ବୁଲାନ୍ସ ଆସିପାରୁ ନାହିଁ । ଫଳରେ କେହି ରୋଗରେ ପଡ଼ିଲେ ୨କିମି ରାସ୍ତା ଚାଲିକରି ପୁକି ଗାଁଠାରୁ ଗାଡି ଧରିବାକୁ ପଡୁଥିବା ଗ୍ରାମବାସୀ କହିଛନ୍ତି । ସ୍ଥାନୀୟ ନୋତାଙ୍କୁ ଗୁହାରି କଲେ ମଧ୍ୟ ସୁଫଳ ମିଳୁ ନଥିବା ସେମାନେ କହିଛନ୍ତି ।


Comments are closed, but trackbacks and pingbacks are open.