ପାରାଦୀପରେ ଜାହାଜ ଭିତରେ ନାବିକଙ୍କ ଆତ୍ମହତ୍ୟା

Get real time updates directly on you device, subscribe now.

ପାରାଦୀପ: ପାରାଦୀପ ଜାହାଜ ଭିତରେ ୨୩ ବର୍ଷୀୟ ନାବିକଙ୍କ ଆତ୍ମହତ୍ୟା। ରାଜିଆ ସୁଲତାନା ନାମକ ଜାହାଜର ନାବିକ। ନାବିକ ଜଣଙ୍କର ପରିଚୟ ଏ.କେ ଗୌତମ ବୟସ ୨୩ ବର୍ଷ, ଘର କେରଳ ରାଜ୍ୟର ବୋଲି ସୂଚନା ମିଳିଛି। ପାରାଦୀପରେ ଥିବା ତଟରକ୍ଷୀ ବାହିନୀର ରାଜିଆ ସୁଲତାନା ନାମକ ଜାହାଜରେ ଦୀର୍ଘ ବର୍ଷେ ହେବ ନାବିକ ଭାବେ ନିଯୁକ୍ତି ପାଇ କାର୍ୟ୍ୟ କରି ଆସୁଥିଲେ । ତେବେ କୌଣସି କାରଣରୁ ଆଜି ସକାଳୁ ଜାହାଜରେ ଥିବା ମେସିନ ରୁମରେ ରାଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ତେବେ ଜାହାଜରେ ଥିବା ଅନ୍ୟ କର୍ମଚାରୀ ଝୁଲନ୍ତା ଅବସ୍ଥାରେ ଦେଖି କୋଷ୍ଟଗାର୍ଡ଼ ଅଧିକାରୀଙ୍କୁ ଖବର ଦେବା ପରେ କୋଷ୍ଟଗାର୍ଡ଼ ଅଧିକାରୀ ପାରାଦୀପ ମେରାଇନ ପୋଲିସ ତୁରନ୍ତ ଜଣାଇଥିଲେ ।ତେବେ ମେରାଇନ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବା ସୂଚନା ମିଳିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons