ପାରାଦୀପରେ ୩ଟି ବିରଳ ପ୍ରଜାତିର ଆମେରିକାନ ପକ୍ଷୀ ଉଦ୍ଧାର

Get real time updates directly on you device, subscribe now.

ପାରାଦୀପ,(ବି.ବି.ନୁ୍ୟଜ୍): ପାରାଦୀପରେ ବିରଳ ୩ ଟି ପ୍ରଜାତିର ଆମେରିକାନ ପକ୍ଷୀ ଉଦ୍ଧାର ହୋଇଛି । ଅମ୍ଫାନ୍ର ବର୍ଷା ଓ ପବନ ଯୋଗୁଁ ଏହି ଆମେରିକାନ୍ ପକ୍ଷୀ ପେଲିକାନ୍ ଗୁଡିକ ଆସି ବନ୍ଦର ନଗରୀ ପାରାଦୀପର ମଧୁବନର ଯେ ଜିଆଇ କଲୋନୀ ନିକଟରେ ପଡିଯାଇଥିବା କୁହାଯାଉଛି । ସେଥି ମଧ୍ୟରୁ କିଛି ପକ୍ଷୀମାନଙ୍କୁ କିଛି ଅସାମାଜିକ ଲୋକ ନେଇ ଯାଇ ଥିବା ସୂଚନା ମିଳୁଥିବା ବେଳେ ନିକଟସ୍ଥ ବାସିନ୍ଦା ୩ଟି ପକ୍ଷୀକୁ ବନ ବିଭାଗକୁ ହସ୍ତାନ୍ତର କରିବା ପାଇଁ ସୁରକ୍ଷିତ ଭାବେ ନିଜ ଦାୟିତ୍ୱରେ ରଥିଛନ୍ତି । ଏହାକୁ ଦେଖିବାକୁ ଲୋକ ମାନଙ୍କ ଭିଡ ଜମିଛି । ବନ ବିଭାଗ ଅଦ୍ୟାବଧି ପହଞ୍ଚି ନଥିବା ବେଳେ ଏହି ପକ୍ଷୀ ୩ଟିକୁ ଉଦ୍ଧାର କରିବାକୁ ସାଧାରଣରେ ଦାବି ହେଉଛି । ପାରାଦୀପ ପପିଏଲ୍ ଜଳାଶୟ ମଧ୍ୟରୁ ପ୍ରତି ବର୍ଷ ଶୀତ ରୁତୁରେ ଅନେକ ବିରଳ ପ୍ରଜାତିର ଚଢେ଼ଇ ଆସୁଥିବା ବେଳେ ଅନେକ ନ ଫେରି ରହିଯାଉଥିବା ବେଳେ ସେଥିମଧ୍ୟରୁ ଏହି ଚଢେ଼ଇ ୩ଟି ବୋଲି ମଧ୍୍ୟ କୁହାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons