ପାରିବାରିକ କଳହ ନେଲା ଜୀବନ

Get real time updates directly on you device, subscribe now.

ପାରାଦୀପ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ମଙ୍ଗରାଜପୁର ପଞ୍ଚାୟତ ହସିଣା (ଖ) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ସ୍ବାମୀର କଟୁରୀ ଚୋଟରେ ସ୍ତ୍ରୀର ମୄତ୍ୟୁ ଘଟିଛି । ଘଟମାର ତଦନ୍ତ ଜାରି ରଖିଛି ପୋଲିସ ।
ସୂଚନା ଅନୁସାରେ ବୁଧାବାର ରାତିରେ ହସିଣା (ଖ) ଗ୍ରାମରେ ରହୁଥିବା ମେଘନାଦ ତରାଇଙ୍କର କୌଣସି କାରଣକୁ ନେଇ ସ୍ତ୍ରୀ ପାର୍ବତୀ ତରାଇଙ୍କ ସହିତ ପାଟିତୁଣ୍ଡ ହୋଇଥିଲା । ତେବେ ଉଭୟଙ୍କ ଭିତରେ ପାଟିତୁଣ୍ଡ ଏତେ ତୀବ୍ର ହୋଇଥିଲା ଯେ ସ୍ବାମୀ ମେଘନାଦ ଏକ କଟୁରୀ ସାହାଯ୍ୟରେ ପାର୍ବତୀଙ୍କ ମୁଣ୍ଡରେ ଚୋଟ ପକାଇ ଥିଲେ । ଯାହା ଫଳରେ ଘଟଣାସ୍ଥଳରେ ପାର୍ବତୀଙ୍କ ମୄତ୍ୟୁ ହୋଇଥିଲା । ଘଟଣା ପରେ ସ୍ବାମୀ ମେଘନାଦ ତରାଇକୁ କୁଜଙ୍ଗ ପୋଲିସ ଗିରଫ କରି ପଚରାଉଚରା ଜାରି ରଖିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons