ପାହାଡ଼ ଚଢିଲେ ବିଡିଓ, ଡଙ୍ଗାରେ ଗଲେ ତହସିଲଦାର

Get real time updates directly on you device, subscribe now.

ପାତ୍ରପୁର, (ବି.ବି.ନୁ୍ୟଜ୍): କୋଭିଡ୍ ସଂକ୍ରମଣ କମିବା ପରେ ଅପହଂଚ ଦୁର୍ଗମ ଆଦିବାସୀ ଗ୍ରାମରେ ପହଂଚିଛନ୍ତି ଦୁଇ ପ୍ରଶାସନିକ ଅଧିକାରୀ । ପାତ୍ରପୁର ବିଡିଓ ପ୍ରକାଶ କୁମାର ଦାସ ପାହାଡ଼ ଚଢିÿ ଏବଂ ତହସିଲଦାର ଡା. ଶ୍ରୀନିବାସ ବେହେରା ଡଙ୍ଗାରେ ନଈ ପାର ହୋଇଥିଲେ । ଉପାନ୍ତ ଗାଁ ଗସ୍ତ କରି ଉନ୍ନୟନମୂଳକ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି ଦୁହେଁ ।
ପାହାଡ଼ ଶିଖରରେ ରହିଛି ବୁରାତାଳ ପଂଚାୟତର ମହାଲିମ୍ବ ଗ୍ରାମ । ରବିବାର ବିଡିଓ ପ୍ରାୟ ୪ କିମି ଚାଲି ଚାଲି ଯାଇ ସେଠାରେ ଆଦିବାସୀଙ୍କ ସମସ୍ୟା ବୁଝିବା ସହ ସରକାରୀ ଆବାସ ନିର୍ମାଣ କାର୍ଯ୍ୟ ସ୍ଥିତି ପରଖିଥିଲେ । ସେହିପରି ସୋମବାର ଦିନ ତହସିଲଦାର ଆଙ୍କୁଲି ପଞ୍ଚାୟତର ବାଘଲଟି ଜଳଭଣ୍ଡାର ଘେର ମଧ୍ୟରେ ଥିବା ଏଲଗଲ, ବେହେରାପୁଟୁ, ସିରିସିଗଣ୍ଡ, ମାଡୁଆଗୁମା ଏବଂ ଝରବାଡ଼ ଆଦି ଆଦିବାସୀ ଗାଁ ଗସ୍ତ କରିଥିଲେ । ଗ୍ରାମବାସୀଙ୍କ ବିସ୍ଥାପନ ଓ ଥଇଥାନ ସମସ୍ୟା ନେଇ ଆଲାଚନା କରିଥିଲେ । ଏଥିପାଇଁ ତହସିଲଦାରଙ୍କୁ ବାଘଲଟି ଜଳଭଣ୍ଡାରରୁ ଏକ କାଠ ଡଙ୍ଗାରେ ଅନ୍ୟ କର୍ମଚାରୀଙ୍କ ସହ ମିଶି ଯିବାକୁ ପଡ଼ିଥିଲା ।
ଏହି ଆଦିବାସୀ ଗ୍ରାମଗୁଡ଼ିକୁ ବର୍ତ୍ତମାନର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିଦେ୍ର୍ଧଶକ ତଥା ତକ୍ରାଳୀନ ବ୍ରହ୍ମପୁର ଉପଜିଲ୍ଲାପାଳ ସିନେ୍ଦ ଦତ୍ତାତ୍ରେୟ ଭାଉସାହେବ ଗସ୍ତ କରିଥିଲେ । ଆଦିବାସୀମାନଙ୍କୁ ଥଇଥାନ ପାଇଁ ଝଗଡ଼ାପଲ୍ଲୀ ନିକଟରେ ଜାଗା ଚିହ୍ନଟ ହୋଇଥିବା ବେଳେ କେତେ ପରିବାର ବିସ୍ଥାପିତ ହେବେ ବର୍ତ୍ତମାନ ତାହାର ତାଲିକା ପ୍ରସ୍ତୁତ ହୋଇଛି । କୋଭିଡ ମୁକାବିଲାରେ ଗତ ୭ ମାସ ଧରି ତପôରତାର ସହ କାର୍ଯ୍ୟ କରିଥିବା ଦୁଇ ଅଧିକାରୀ ବର୍ତ୍ତମାନ ସରକାରୀ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ପାଇଁ ଆଦିବାସୀ ଇଲାକାରେ ପହଂଚିଛନ୍ତି । ଏ ନେଇ ଗ୍ରାମବାସୀଙ୍କ ମହଲରେ ଖୁସି ପ୍ରକାଶ ପାଇଛି । ବିଡିଓଙ୍କ ଗସ୍ତ ବେଳେ ବିପିଏମ୍ ଶାନ୍ତୁନୁ କୁମାର ରାଉତ, କନିÂ ଯନ୍ତ୍ରୀ ସିଂରାୟ ବିରୁଆ, ଗ୍ରାମ ରୋଜଗାର ସେବକ ବାବୁଲା ପ୍ରଧାନ ପ୍ରମୁଖ ପାହାଡ଼ ଚଢ଼ିଥିଲେ । ସେହିପରି ତହସିଲଦାରଙ୍କ ସହ ଜରଡ଼ା ରାଜସ୍ୱ ନିରୀକ୍ଷକ ସୁବାସ ଚନ୍ଦ୍ର ପାତ୍ର ଓ ଅନ୍ୟମାନେ ଯାଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons