ପାୱାରଟିଲର୍ ଚାପାରେ ଯୁବକ ମୃତ

Get real time updates directly on you device, subscribe now.

ଲମତାପୁଟ: ସଦର ବ୍ଲକ୍ ବିଲାପୁଟ ପଞ୍ଚାୟତ ହରଗଣ୍ଡା ଗାଁରେ ପାୱାରଟିଲର ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତୁ୍ୟ ହୋଇଛି । ମୃତକ ହେଲେ ତ୍ରିନାଥ ଶିଶା(୧୮) । ତାଙ୍କ ମୃତୁ୍ୟରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମାଛକୁଣ୍ଡ ଥାନାରେ ଏକ ସମ୍ପର୍କରେ ଏକ ମାମଲା ରୁଜୁ ହୋଇଛି । ପୁଲିସ୍ ଶବ ଜବତ ଏବଂ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କ ହସ୍ତାନ୍ତର କରିଥିବା ଥାନା ଆଇଆଇସି ପ୍ରଫୁଲ୍ଲ ଲାକ୍ରା କହିଛନ୍ତି ।
ପୁଲିସ୍ ସୂଚନା ଅନୁଯାୟୀ, ଆଜି ଘରେ କେହି ନଥିବା ବେଳେ ତ୍ରିନାଥ ପାୱାରଟିଲର ନେଇ ଜମିକୁ ଯାଇଥିଲେ । ଚାଷ ସମୟରେ ସେ ଭାରସାମ୍ୟ ହରାଇବାରୁ ପାୱାରଟିଲରଟି ଏକ ଗଛରେ ପିଟି ହୋଇଯାଇଥିଲା । ଗଛ ଏବଂ ପାୱାରଟିଲର ମଧ୍ୟରେ ତ୍ରିନାଥ ଚାପି ହୋଇଯାଇଥିଲେ । ଖବରପାଇ ଗ୍ରାମବାସୀ ଏବଂ ସମ୍ପର୍କୀୟମାନେ ତାଙ୍କୁ ଉଦ୍ଧାର କରି ଲମତାପୁଟର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଚିତ୍ରକୋଣ୍ଡା ଯାଇଥିବା ତାଙ୍କ ବାପା ରାମଚନ୍ଦ୍ର ଖବରପାଇ ଅପରାହ୍ଣରେ ଡାକ୍ତରଖାନାରେ ପହଞ୍ଚିଥିଲେ । ଦୁର୍ଘଟଣାରେ ଭେଣ୍ଡିଆ ପୁଅର ମୃତୁ୍ୟକୁ ନେଇ ପରିବାର ଲୋକେ ଦୁଃଖରେ ଭାଙ୍ଗିପଡିଛନ୍ତି । ଖବରପାଇ ଥାନାଧିକାରୀ ଶ୍ରୀ ଲାକ୍ରା, ଏସ୍ଆଇ ଡମ୍ବରୁ ବାତ୍ରିଆ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିଥିଲେ ।

ରିପୋର୍ଟ: ସତ୍ୟ ନାରାୟଣ ସାହୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons