ପିଆଜ ଦର ୬୦କୁ ଖସିଲା

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): କିଛିଦିନ ପରେ ଲୋକଙ୍କୁ ଆଶ୍ୱସ୍ତି ମିଳିଛି । ୧୫୦ ଟଙ୍କାରୁ ୬୦-୭୦ ଟଙ୍କାକୁ ଦର ଖସିଛି । ବଡ଼ ପିଆଜ ୭୦ ଟଙ୍କାରେ ଓ ଛୋଟ ପିଆଜ ୬୦ ଟଙ୍କାରେ ବିକ୍ରି ହେଉଛି । ତେବେ ପିଆଜର ହୋଲ୍ସେଲ୍ ଦର ୬୦ରୁ ୭୦ ଟଙ୍କା ରହିଛି ।
ଆଜି ରାଜଧାନୀ ଭୁବନେଶ୍ୱରକୁ ପିଆଜ ଆମଦାନୀ ବଢ଼ିଛି । ମହାରାଷ୍ଟ୍ରର ନାସିକ୍ରୁ ୧୦୦ ଟନ୍ ପିଆଜ ଆସି ପହଞ୍ଚିଛି । କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶରୁ ମଧ୍ୟ ପିଆଜ ଆସିଛି । ମୋଟ୍ ୨୫୦ ଟନ୍ ପିଆଜ ରାଜଧାନୀକୁ ଆମଦାନୀ ହୋଇଛି । ପିଆଜ ଆମଦାନୀ ବଢ଼ିବାରୁ ଦର ବୃଦ୍ଧିରେ ମଧ୍ୟ ବ୍ରେକ୍ ଲାଗିଛି ।
ଆଜି ରାଜଧାନୀର ବିଭିନ୍ନ ଖୁଚୁରା ବଜାରରେ ପିଆଜ ୬୦ରୁ ୭୦ଟଙ୍କାରେ ବିକ୍ରି ହେଉଛି । ୟୁନିଟ୍-୧ ହାଟ, ୟୁନିଟ୍-୪ ହାଟ, ବରମୁଣ୍ଡା ଡମଣା ହାଟ ଓ ପୁରୁଣା ଭୁବନେଶ୍ୱରରେ ୬୦ ଟଙ୍କାରେ ପିଆଜ ବିକ୍ରି ହୋଇଛି । କିଛି ସ୍ଥାନରେ ଖୁଚୁରା ବ୍ୟବସାୟୀ ୯୦ରୁ ୧୦୦ ଟଙ୍କାରେ ପିଆଜ ବିକ୍ରି କରିଛନ୍ତି । ଗଙ୍ଗନଗର ଛକ, ଖଣ୍ଡଗିରି ଛକରେ ପିଆଜ ୯୦ରୁ ୧୦୦ ଟଙ୍କାରେ ବିକ୍ରି ହୋଇଛି । ପିଆଜ ଦର ବୃଦ୍ଧି କମିଥିଲେ ବି କିଛି ନିର୍ଦ୍ଧିଷ୍ଟ ଖୁଚୁରା ଦୋକାନୀ ଦର କମାଉନାହାନ୍ତି । ଏପଟେ ଯୋଗାଣ ବିଭାଗର ମାର୍କେଟ୍ ଇଣ୍ଟେଲିଜେନ୍ସ ଟିମ୍ ମଧ୍ୟ ଏହାକୁ ଯାଞ୍ଚ ନକରି ଚୁପ୍ ବସିଛି ।
କୁବେରପୁରୀ ବ୍ୟବସାୟୀ ମହାସଂଘର ସମ୍ପାଦକ ଶକ୍ତି ଶଙ୍କର ମିଶ୍ର କହିଛନ୍ତି, ପିଆଜ ଦର ଖସିବା ଆରମ୍ଭ ହୋଇଛି । ଆଜି ପିଆଜର ହୋଲସେଲ୍ ଦର ୬୦ ରୁ ୭୦ ରହିଛି । ନୂଆ ଓ ଛୋଟ ପିଆଜ ୬୦ରୁ ୬୫ ଟଙ୍କା ଓ ପୁରୁଣା ପିଆଜ ୮୦ ଟଙ୍କାରେ ବିକ୍ରି ହୋଇଛି । ନାସିକ୍ରୁ ପିଆଜ ଟ୍ରକ୍ ଆସିବା ବଢ଼ିଛି । ଆଜି ଗୋଟିଏ ଦିନରେ ନାସିକରୁ ୧୦ରୁ ଅଧିକ ଟ୍ରକ୍ ମଣ୍ଡିରେ ପହଞ୍ଚିଛି । ପାଖାପାଖି ୧୦୦ ଟନ୍ ପିଆଜ ଆସିଛି । ଅନ୍ୟ ରାଜ୍ୟରୁ ବି ପିଆଜ ଆମଦାନୀ ହୋଇଛି । ନାସିକରୁ ନୂଆ ପିଆଜ ଉପôାଦନ ବଢିଥିବାରୁ ପିଆଜ ଦରବୃଦ୍ଧି ସଙ୍କଟ ଏଣିକି ଟଳିବ । ୨ରୁ ୩ ଦିନ ମଧ୍ୟରେ ଆହୁରୀ ଦର କମିବ ବୋଲି ସେ କହିଛନ୍ତି ।
ଜାନୁଆରୀ ପହିଲା ବା ନୂଆ ବର୍ଷ ବେଳକୁ ପିଆଜ ୨୦ରୁ ୨୫ ଟଙ୍କାକୁ ଖସି ଆସିବ । ଖାଉଟିମାନେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି । ପିଆଜ ଦର କମିଥିବାରୁ ଲୋକେ ଏଣିକି ପିଆଜ କିଣିବାକୁ ମନ ବଳାଇଲେଣି । ଆଗରୁ ଗୋଟିଏ ଦୁଇଟି ପିଆଜ କିଣୁଥିଲେ । ଆଜି ଲୋକେ କିଲୋରୁ ଅଧିକ ପିଆଜ କିଣୁଥିବା ଦେଖିବାକୁ ମିଳିଥିଲା । ଫାଷ୍ଟଫୁଡ୍ ଦୋକାନୀ ଓ ହୋଟେଲ ମାଲିକମାନେ ମଧ୍ୟ ଅଧିକ ପରିମାଣର ପିଆଜ କିଣିଥିଲେ । ଖୁଚୁରା ବଜାରରେ ଯାଞ୍ଚ ଅଭିଯାନ ଜାରି ରହିଛି ।
ହୋଲସେଲ ଦରଠାରୁ ୪ରୁ ୫ ଟଙ୍କା ଅଧିକ ବିକ୍ରି କରିବାକୁ ଆମେ ତାଗିଦ କରିଛୁ । ଯଦି କେହି ଅସାଧୁ ଭାବେ ପିଆଜ ଦର ବଢାଇ ବିକ୍ରି କରୁଥିବେ ଓ ଆମ ନଜରକୁ ଆସିବ ତେବେ ଆମେ କଡ଼ା କାର୍ଯ୍ୟାନୁÂାନ ନେବୁ ବୋଲି ମାର୍କେଟ ୍ଇଣ୍ଟେଲିଜେନ୍ସ ଅଫିସର ଦୀପକ ଶତପଥୀ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons