
ବୋରିଗୁମ୍ମା,(ବି.ବି.ନୁ୍ୟଜ): ରୋଗୀଙ୍କ ଜୀବନ ସହ ଖେଳ ଖେଳୁଛି ସ୍ୱାସ୍ଥ୍ୟ ବିଭାଗ । ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ଦିଆଯାଉଛି ଏକ୍ସପାରି ଔଷଧ । ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ବୋରିଗୁମ୍ମା ବ୍ଲକ୍ ବି.ସିଂହପୁର ଗାଁର ହରପ୍ରସାଦ ମିଶ୍ର । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତୁରନ୍ତ ଏହାର ତଦନ୍ତ କରିବା ସହ ଦାୟିତ୍ୱରେ ଅବହେଳା କରିଥିବା ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁÂାନ ଗ୍ରହଣ କରିବା ଲାଗି ଦାବି କରିଛନ୍ତି ।
ଶ୍ରୀ ମିଶ୍ରଙ୍କ ଅଭିଯୋଗ ଅନୁଯାୟୀ, ଶନିବାର ତାଙ୍କ ନାତି ସୁଧାଂଶୁ ବାନ୍ତି ଓ ଜ୍ୱରରେ ପୀଡ଼ିତ ହୋଇଥିଲେ । ପୂର୍ବାହ୍ନ ୧୦ଟାରେ ସେ ସୁଧାଂଶୁକୁ ନେଇ ବି.ସିଂହପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ । କେନ୍ଦ୍ରରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହ ୨୫୦ ଏମ୍ଜିର ଗୋଟିଏ ଷ୍ଟ୍ରିପ୍ ପାରାସିଟାମଲ୍ ଔଷଧ ନେଇ ଘରକୁ ଫେରିଥିଲେ । ରାତିରେ ପୁଣିଥରେ ସୁଧାଂଶୁକୁ ଜ୍ୱର ହେବାରୁ ଔଷଧ ଦେବା ଲାଗି ଉଠିଥିଲେ । ଔଷଧ ଦେବା ଆଗରୁ ସେ ଏକ୍ସପାରି ତାରିଖ ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ଔଷଧର ଅବଦ୍ଧି ୨୦୨୧ ଏପ୍ରିଲ୍ ମାସରେ ଶେଷ ହୋଇଥିବା ଦେଖି ଚକିତ ହୋଇପଡିଥିଲେ । ଛୋଟ ପିଲାଟିଏକୁ ଏକ୍ସପାରି ଔଷଧ ଦେବା ଉଚିତ ନୁହେଁ ବୋଲି ସେ ଆଉ ଔଷଧ ଦେଇନଥିଲେ । କେବଳ ହରପ୍ରସାଦଙ୍କ କ୍ଷେତ୍ରରେ ନୁହେଁ, ବି.ସିଂହପୁର ପିଏଚ୍ସିରେ ଦିନକୁ ଦିନ ରୋଗୀସେବା ବିପର୍ଯ୍ୟସ୍ତ ହୋଇପଡିଛି । ବିଭିନ୍ନ ସମୟରେ ରୋଗୀଙ୍କୁ ଠିକ୍ ସମୟରେ ସ୍ୱାସ୍ଥ୍ୟସେବା ମିଳୁନଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ ।
ସୂଚନାଥାଉକି, ୯୦ ବର୍ଷ ତଳେ ବି.ସିଂହପୁରରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିÂା କରାଯାଇଥିଲା । ଏହି ପିଏଚ୍ସି ଉପରେ ବି.ସିଂହପୁର ସମେତ ନାରୀଗାଁ, ସେମଳାଗୁଡା, ରଣସପୁର, ଗୁଜୁନିଗୁଡା, ବେଣାଗାଁ, ହରଡାଗୁଡା, ଚମ୍ପାପଦର, ନୂଆଗାଁ, ସର୍ଗିଗୁଡା ଆଦି ପଞ୍ଚାୟତର ହଜାରେରୁ ଅଧିକ ଲୋକ ନିର୍ଭର କରୁଛନ୍ତି । ଆଗରୁ ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ରାଜାରାମ ସ୍ୱାଇଁ ରୋଗୀସେବା କରୁଥିଲ । ସେ ଗୋÂୀସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବା ପରଠୁ ଏଠାରେ ସ୍ଥାୟୀ ଡାକ୍ତର ନାହାନ୍ତି । ଏଠାରେ ଶବ ବ୍ୟବଚ୍ଛେଦ କେନ୍ଦ୍ର ଥିଲେ ବି ଘଣ୍ଟା ଘଣ୍ଟା ଧରି ଶବକୁ ପକାଇ ରଖାଯାଉଛି । କୁମୁଲି କିମ୍ବା ବୋରିଗୁମ୍ମାରୁ ଡାକ୍ତର ଆସିଲେ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଉଛି । ଜନସାଧାରଣ ବି କିଏ ଡାକ୍ତର ଜାଣି ପାରୁନାହାନ୍ତି । ଏହି ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର କିଏ ବୋଲି ପଚାରୁଛନ୍ତି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ ତୁରନ୍ତ ଏଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେଇ ରୋଗୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।


Comments are closed, but trackbacks and pingbacks are open.