ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଷ୍ଟ୍ରାୟତ୍ତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍ବି) ଭୁବନେଶ୍ୱର ମଣ୍ଡଳ କାର୍ଯ୍ୟାଳୟ ପକ୍ଷରୁ ହିନ୍ଦୀ ପକ୍ଷ ସମାପନ ହୋଇଯାଇଛି । ପିଏନ୍ବିର ମଣ୍ଡଳ ମୁଖ୍ୟ ଗଣପତ ଲାଲ୍ଙ୍କ ଅଧ୍ୟକ୍ଷତାରେ ଅନୁÂିତ ଏହି କାର୍ଯ୍ୟକ୍ରମରେ ଆଶୁଭାଷଣ, ବ୍ୟାଙ୍କିଙ୍ଗ୍ ଶବ୍ଦାବଳି, ସାଧାରଣ ଜ୍ଞାନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ଡ. ଅଜୟ ପ;ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବ୍ୟାଙ୍କର ଉପ ମଣ୍ଡଳ ମୁଖ୍ୟ ମହେଶ ଚନ୍ଦ୍ର, ମୁଖ୍ୟ ପ୍ରବନ୍ଧକ ସତ୍ୟଜିତ ମିଶ୍ର, ଧର୍ମସିଂହ ପଟେଲ, ପ୍ରବନ୍ଧକ ସୁଜାତା ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.