ଭୁବନେଶ୍ୱର, (ବି.ବି.ବୁ୍ୟରୋ): ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ବର୍ତ୍ତମାନ ସୁଦ୍ଧା ୧୫ ଲକ୍ଷ ୫୭ ହଜାର ୫୫୮ଜଣଙ୍କୁ ଘର ମିଳିଛି । ୬ ଲକ୍ଷ ୬୪ ହଜାର ୨୧ଟି ଘର ତିଆରି ଚାଲିଛି । ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୮ ଲକ୍ଷ ୧୬ ହଜାର ୬୫୦ ଗୃହର ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଉଲ୍ଲେଖ କରିଛନ୍ତି ।
ବିଧାୟକ ଶଙ୍କର ଓରାମଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ସରକାର ୬୦ଧ ଓ ରାଜ୍ୟ ସରକାର ୪୦ଧ ହିସାବରେ ଆର୍ଥିକ ସହାୟତା ଦେଇଥାନ୍ତି । ବର୍ତ୍ତମାନ କେନ୍ଦ୍ରୀୟ ଅନୁଦାନ ବାବଦକୁ ୯୦୩୦ କୋଟି ଟଙ୍କା ଓ ରାଜ୍ୟ ଅନୁଦାନ ବାବଦକୁ ୫୭୬୮ କୋଟି ଟଙ୍କା ମିଳିଛି । ମୋଟ ୧୪ ହଜାର ୭୯୮ କୋଟି ଟଙ୍କାରୁ ୧୩ ହଜାର ୬୫୯ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୧ ହଜାର ୧୩୯ କୋଟି ଟଙ୍କା ବଳକା ରହିଛି । ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଆରମ୍ଭ ହେବା ଦିନରୁ ଆର୍ଥିକ ସହାୟତା ବ୍ଲକ୍ କିମ୍ବା ଜିଲ୍ଲାକୁ ଦିଆନଯାଇ, ସିଧାସଳଖ ରାଜ୍ୟ ନୋଡାଲ୍ ଆକାଉଣ୍ଟରୁ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଉଛି ।
Comments are closed, but trackbacks and pingbacks are open.