ପିଓକେରୁ ମାଡ଼ି ଆସୁଛନ୍ତି ପାକିସ୍ତାନୀ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରକୁ ମିଳିଥିବା ସ୍ୱତନ୍ତ୍ର ମାନ୍ୟତା ସଂକ୍ରାନ୍ତ ଧାରା ୩୭୦ ଉଚ୍ଛେଦ ପ୍ରତିବାଦରେ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ର ଶହ ଶହ ନାଗରିକ ଭାରତ-ପାକ୍ ଏଲ୍ଓସି (ନିୟନ୍ତ୍ରଣ ରେଖା) ଅଭିମୁଖେ ‘ଫ୍ରିଡମ ମାର୍ଚ’ ଆରମ୍ଭ କରିଛନ୍ତି । ସେମାନଙ୍କର ଉଦେ୍ଧଶ୍ୟ ହେଉଛି ଏଲ୍ଓସି ଅତିକ୍ରମ କରି ଜମ୍ମୁ-କାଶ୍ମୀରର ରାଜଧାନୀ ଶ୍ରୀନଗରରେ ପହଞ୍ଚôବା । ଏଲ୍ଓସିରୁ ୭ କିଲୋମିଟର ଦୂରରେ ମାର୍ଚକୁ ପୁଲିସ ଅଟକାଇଥିବା ବେଳେ ସେମାନେ ଆଗକୁ ଯିବାକୁ ଜିଦ୍ ଧରିଥିବା ଜଣାପଡ଼ିଛି ।
ଜମ୍ମୁ-କାଶ୍ମୀର ଲିବରେସନ ଫ୍ରଣ୍ଟ (ଜେକେଏଲଏଫ୍) ପିଓକେରୁ କାଶ୍ମୀର ଅଭିମୁଖେ ପଦଯାତ୍ରା କରିବ ବୋଲି କିଛି ଦିନ ତଳେ ଘୋଷଣା କରିଥିଲା । କିନ୍ତୁ ସେମାନଙ୍କୁ ଏଭଳି ଯାତ୍ରା ନ କରିବାକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଚେତାବନୀ ଦେଇଥିଲେ । ଏହାଦ୍ୱାରା ଭାରତ ନିଜ ସପକ୍ଷରେ ପ୍ରଚାର କରିବାକୁ ସୁଯୋଗ ପାଇଯିବ ବୋଲି ଇମ୍ରାନ ଯୁକ୍ତି କରିଥିଲେ । କିନ୍ତୁ ପାକ୍ ଗୋଇନ୍ଦା ସଂସ୍ଥା ଆଇଏସଆଇ ଦ୍ୱାରା ପରିଚାଳିତ ହେଉଥିବା ଜେକେଏଲଫ ଇମ୍ରାନଙ୍କ କଥାକୁ ଖାତିର କରିନାହିଁ ।
‘ଫ୍ରିଡମ୍ ମାର୍ଚ’କୁ ପାକିସ୍ତାନ ପୁଲିସ ଏଲ୍ଓସିଠାରୁ ୬-୭ କିଲୋମିଟର ଦୂର ଜିସକୋଲ ଠାରେ ଅଟକାଇଛି । ରାଜପଥରେ ପୁଲିସ ଅଟକାଇବାରୁ ବିକ୍ଷୋଭକାରୀମାନେ ପାହାଡ଼ ଚଢ଼ି ଏଲଓସି ଅଭିମୁଖେ ଆସିବାକୁ ଉଦ୍ୟମ କରିଥିଲେ । କିନ୍ତୁ ପାହାଡ଼ରେ ମୁତୟନ ଥିବା ପୁଲିସ ସେମାନଙ୍କୁ ବାଧା ଦେଇଛି । ଅତି କମରେ ସେମାନଙ୍କ ଚକୋଥି ଗ୍ରାମ (ଏଲଓସିରୁ ୩କି.ମି. ଦୂର) ପର୍ଯ୍ୟନ୍ତ ଯିବାକୁ ଅନୁମତି ଦିଆଯାଉ ବୋଲି ପୁଲିସକୁ ଅନୁରୋଧ କରିଛନ୍ତି ବିକ୍ଷୋଭକାରୀ ।
ସୂଚନା ଅନୁସାରେ ଶନିବାର ଶତାଧିକ ଲୋକ ପିଓକେର ରାଜଧାନୀ ମୁଜାଫରାବାଦ (ପିଓକେର ରାଜଧାନୀ)ରେ ଏକତ୍ର ହୋଇଥିଲେ । ସେଠାରୁ ସେମାନେ ଭିନ୍ନ ଭିନ୍ନ ଗାଡ଼ିରେ ଗରହି ଦୁପଟ୍ଟାଠାରେ ପହଞ୍ଚିଥିଲେ । ପରେ ସେଠାରୁ ଏଲ୍ଓସି ଅଭିମୁଖେ ‘ଫ୍ରିଡମ ମାର୍ଚ’ ପଦଯାତ୍ରା ଆରମ୍ଭ କରିଛନ୍ତି । ବିଚ୍ଛିନ୍ନତାବାଦୀ ସଙ୍ଗଠନ ଜମ୍ମୁ-କାଶ୍ମୀର ଲିବରେସନ ଫ୍ରଣ୍ଟ (ଜେକେଏଲ୍ଏଫ) ଏହାର ନେତୃତ୍ୱ ନେଇଛି । ଏହାର ସ୍ଥାନୀୟ ଶାଖା ମୁଖପାତ୍ର ରଫିକ ଦର୍ କହିଛନ୍ତି ଯେ ପିଓକେ ଓ ପାକିସ୍ତାନରୁ ବହୁସଂଖ୍ୟକ ଲୋକ ମୁଜାଫରାବାଦରେ ଏକତ୍ରିତ ହେବା ପରେ ସେଠାରୁ ମୁଜାଫରାବାଦ-ଶ୍ରୀନଗର ରାଜପଥ ଦେଇ ଏଲ୍ଓସି ଅଭିମୁଖେ ଯାତ୍ରା କରିଛନ୍ତି । ଶ୍ରୀନଗରରେ ପହଞ୍ଚôବା ହେଉଛି ଏହି ଯାତ୍ରାର ମୁଖ୍ୟ ଉଦେ୍ଧଶ୍ୟ । ସେଠାରେ ପହଞ୍ଚô ସେମାନେ କାଶ୍ମୀରବାସୀଙ୍କ ପ୍ରତି ସମବେଦନା ଜଣାଇବେ । ସେ କହିଛନ୍ତି କାଶ୍ମୀରକୁ ବିଭାଜନ କରିବା ଓ ସେଠାରୁ ୩୭୦ ଧାରା ଉଚ୍ଛେଦକୁ ତାଙ୍କ ସଙ୍ଗଠନ କେବେ ବି ଗ୍ରହଣ କରିପାରିବ ନାହିଁ । ସେହିଭଳି ଜାତିସଂଘ ଘୋଷଣାନାମାରେ କୁହାଯାଇଛି କି ଉଭୟ କାଶ୍ମୀରର ଲୋକଙ୍କ ପାଇଁ କୌଣସି ଅବରୋଧ ରହିବା ଉଚିତ ନୁହେଁ । ତେଣୁ ସେମାନେ କୌଣସି ବେଆଇନ କାର୍ଯ୍ୟ କରୁନାହାନ୍ତି । ଆଇନ ଅନୁସାରେ ଏହି ଯାତ୍ରାରେ ସାମିଲ ହୋଇଛନ୍ତି । ସେମାନଙ୍କୁ ସୀମା ଅତିକ୍ରମ କରିବା ଲାଗି ଅନୁମତି ଦେବାକୁ ସେମାନେ ପାକିସ୍ତାନ ସେନାକୁ ଅନୁରୋଧ କରିଛନ୍ତି । କହିଛନ୍ତି ଆମେ ସୀମା ଅତିକ୍ରମ କରିବୁ । ଭାରତୀୟ ସେନାକୁ ସମ୍ମୁଖୀନ ହେବା ଲାଗି ସେମାନେ ପ୍ରସ୍ତୁତ ଥିବା ମଧ୍ୟ ଦର୍ କହିଛନ୍ତି ।
ଦର୍ଙ୍କ କହିବାନୁଯାୟୀ ଏହି ଯାତ୍ରାରେ ୫୦ ମହିଳାଙ୍କ ସମେତ ତାଙ୍କ ସଙ୍ଗଠନର ୫୦୦ରୁ ଊଦ୍ଧ୍ୱର୍ ସଦସ୍ୟ ସାମିଲ ହୋଇଛନ୍ତି । ଯାତ୍ରା ଅବସରରେ ପିଓକେର ବିଭିନ୍ନ ସ୍ଥାନରୁ ଲୋକମାନେ ଏଥିରେ ସାମିଲ ହେବେ । ପାଖାପାଖି ୩ରୁ ୪ ହଜାର ଲୋକ ଏହି ଫ୍ରିଡମ ମାର୍ଚରେ ଅଂଶଗ୍ରହଣ କରିବେ । ସେମାନଙ୍କର ଏହି ଯାତ୍ରା ସମ୍ପୂର୍ଣ୍ଣ ଭାବେ ଶାନ୍ତିପୂର୍ଣ୍ଣ ରହିବ ଏବଂ ସେମାନେ କୌଣସି ପ୍ରକାର ହିଂସାକାଣ୍ଡ ଘଟାଇବେ ନାହିଁ । ଶ୍ରୀନଗରରେ ପହଞ୍ଚô କାଶ୍ମୀର ଲୋକମାନଙ୍କ ପ୍ରତି ସେମାନଙ୍କ ସମର୍ଥନ ଜଣାଇବେ । ଭାରତ ଓ ପାକିସ୍ତାନ ପାଇଁ ନିୟୋଜିତ ହୋଇଥିବା ଜାତିସଂଘ ପର୍ଯ୍ୟବେକ୍ଷକ ଟିମ୍ ମଧ୍ୟ ସେମାନଙ୍କ ସହ ଯୋଗାଯୋଗ କରିଛି । ସେମାନେ ଏହି ମାର୍ଚ ବିଷୟରେ ଜାତିସଂଘ ପର୍ଯ୍ୟବେକ୍ଷକ ଦଳକୁ ଜଣାଇଛନ୍ତି । ଜାତିସଂଘ ପର୍ଯ୍ୟବେକ୍ଷକ ଦଳ ଉଭୟ ଭାରତ ଓ ପାକିସ୍ତାନକୁ ଯାତ୍ରାରେ ସାମିଲ ଲୋକଙ୍କ ବିରୋଧରେ ବଳପ୍ରୟୋଗ ନକରିବାକୁ ପରାମର୍ଶ ଦେଇଛି ବୋଲି ଦାର ଦାବି କରିଛନ୍ତି । ଗତକାଲି ଇମ୍ରାନ ପିଓକେ ନାଗରିକମାନଙ୍କୁ ଏଭଳି ଯାତ୍ରରୁ କ୍ଷାନ୍ତ ରହିବାକୁ ପରାମର୍ଶ ଦେଇଥିଲେ । କହିଥିଲେ ଏଥିରୁ ଭାରତ ଫାଇଦା ନେବାର ଯଥେଷ୍ଟ ସମ୍ଭାବନା ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons