ଭଞ୍ଜନଗର,(ବି.ବି.ନୁ୍ୟଜ୍): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବରାଡ଼ି ଛକ ନିକଟରେ ପିକ୍ଅପ୍ ଭ୍ୟାନ୍ ଧକ୍କାରେ ଜଣେ ସାଇକେଲ ଆରୋହୀ ଗୁରୁତର ହୋଇଛନ୍ତି । ତାଙ୍କ ନାଁ ମଦନ ବେହେରା । ତାଙ୍କ ଘର ରାଇପଲ୍ଲୀ ଗାଁରେ । ସୋମବାର ଦିନ ପ୍ରାୟ ୧୧ଟା ବେଳେ ଏହି ଦୁର୍ଘଯଣା ଘଟିଛି । ମଦନ ସୋମବାର ସକାଳେ କୌଣସି କାମରେ କୁରାଡ଼କୁ ଯାଇ ନିଜ ଗାଁ ରାଇପଲ୍ଲୀକୁ ଆସୁଥିଲେ । ଏହି ସମୟରେ ଗାଲେରିରୁ ଭଞ୍ଜନଗର ଯାଉଥିବା ଏକ ପିକ୍ଅପ୍ ଭ୍ୟାନ୍ ତାଙ୍କୁ କୋଟିବରାଡ଼ି ଛକ ନିକଟରେ ଧକ୍କା ଦେଇଥିଲା । ଭଞ୍ଜନଗର ପୋଲିସ ମଦନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଅନ୍ୟପକ୍ଷରେ ଦୁର୍ଘଟଣା ପରେ ଡ୍ରାଇଭର ପିକ୍ଅପ୍ ମ୍ୟାନ୍ ଧରି ଫେରାର ହୋଇଯାଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।
Comments are closed, but trackbacks and pingbacks are open.