କାମାକ୍ଷାନଗର,(ବି.ବି.ନୁ୍ୟଜ୍): ଢେ଼ଙ୍କାନାଳ ଜିଲ୍ଲା ଭୁବନ ବନାଞ୍ଚଳ ୫୪ ନଂ ଜାତୀୟ ରାଜପଥ କଡ଼ରୁ ଏକ ଭାଲୁ ଛୁଆର ମୃତଦେହ ଉଦ୍ଧାର ହୋଇଛି । ମଙ୍ଗଳବାର ବିଳମ୍ବିତ ରାତିରେ ଭାରତୀ ପାହାଡରୁ ଭାଲୁ ଛୁଆଟି ରାସ୍ତା ଅତିକ୍ରମ କରିଥିବା ବେଳେ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ଅଜଣା ଗାଡ଼ି ଧକ୍କାରେ ଭାଲୁ ଛୁଆଟିର ମୃତୁ୍ୟ ହୋଇଥିବା ଜଣାଯାଇଛି । ଭୁବନ ବନାଧିକାରୀ ଘଟରାସ୍ଥଳରେ ପହଞ୍ଚି ମୃତ ଭାଲୁଛୁଆକୁ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପରେ ନିକଟସ୍ଥ ଜଙ୍ଗଲରେ ପୋତି ଦେଇଥିଲେ । ଭାଲୁ ଛୁଆଟିର ଆନୁମାନିକ ବୟସ ପ୍ରାୟ ଦେଢ଼ ବର୍ଷ ହେବ ।
Comments are closed, but trackbacks and pingbacks are open.