ପିଡବ୍ଲୁ୍ୟଏସ୍ ଅଚଳ, ଲୋକେ ହନ୍ତସନ୍ତ

Get real time updates directly on you device, subscribe now.

ନନ୍ଦପୁର,(ବି.ବି.ନୁ୍ୟଜ): ନନ୍ଦପୁର ବ୍ଲକ୍ ପାଡୁଆ ପଞ୍ଚାୟତ ଅନ୍ତର୍ଗତ ଗାଲଗାଣ୍ଡା ଗାଁରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି । କିଛି ବର୍ଷ ତଳେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଏଠାରେ ପାଇପ୍ ୱାଟର୍ ସପ୍ଲାଏ୍(ପିଡବ୍ଲୁ୍ୟଏସ୍) ସିଷ୍ଟମ୍ ମାଧ୍ୟମରେ ୫ଟି ପଏଣ୍ଟ୍ରେ ଜଳ ଯୋଗାଣ ପାଇଁ ବ୍ୟବସ୍ଥା କରାଯାଇଥିଲା । ମାତ୍ର ଦୀର୍ଘଦିନ ହେଲା ଏହା ଅଚଳ ହୋଇପଡ଼ିଛି । ଫଳରେ ଗ୍ରାମବାସୀ ପାନୀୟ ଜଳ ପାଇଁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ପ୍ରାଶାସନିକ ଅବହେଳା ଯୋଗୁ ପ୍ରକଳ୍ପ ମରାମତି ହେଉନାହିଁ ବୋଲି ଅଭିଯୋଗ ହେଉଛି । ସୂଚନା ଥାଉକି, ଗାଁରେ ପାଖାପାଖି ୧୦୦ରୁ ଅଧିକ ପରିବାରର ୫୦୦ରୁ ଅଧିକ ଲୋକ ବସବାସ କରନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons