ପିଡିଏସରେ ପ୍ଲାଷ୍ଟିକ୍ ଚାଉଳ!

Get real time updates directly on you device, subscribe now.

କୋରାପୁଟ: କୋରାପୁଟ ଜିଲ୍ଲାର କୋଟପାଡ ପରେ ନାରାୟଣପାଟଣା ବ୍ଲକ । ପିଡିଏସ୍ ଚାଉଳକୁ ନେଇ ବିବାଦ, ହିତାଧିକାରୀଙ୍କ ମଧ୍ୟରେ କୋକୁଆ ଭୟ । କିଏ କହୁଛି ଅପମିଶ୍ରଣ, ଆଉ କିଏ କହୁଛି ପ୍ଲାଷ୍ଟିକ ଚାଉଳ । ହିତାଧିକାରୀ କହୁଛନ୍ତି, ଯୋଗାଣ ବିଭାଗର ଏହି ଚାଉଳ ଖାଇ ସେମାନେ ପେଟରୋଗରେ ଆକ୍ରାନ୍ତ ହେଉଛନ୍ତି । ଏଭଳି ସଙ୍ଗୀନ ଅଭିଯୋଗ ପରେ କୋଟପାଡରେ ଏହାର ତଦନ୍ତ କରିବାକୁ ନିଦେ୍ର୍ଧଶ ଦେଇଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଦୀପ କୁମାର ପଣ୍ଡା । ବ୍ଲକ ଯୋଗାଣ ନିରୀକ୍ଷକ ଏହାର ତଦନ୍ତ କରୁଛନ୍ତି । ରିପୋର୍ଟ ଆସିବା ପରେ ପରବର୍ତ୍ତି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ । ତେବେ ପ୍ରଶ୍ନ ଉଠୁଛି କୋଟପାଡ ଓ ନାରାୟଣପାଟଣା ବ୍ଲକର ହିତାଧିକାରୀଙ୍କୁ ପିଡିଏସ୍ରେ ଦିଆଯାଇଥିବା ଚାଉଳ କ’ ଣ ପ୍ରକୃତରେ ଅପମିଶ୍ରିତ ନା ପ୍ଲାଷ୍ଟିକ । ଏ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା ଯୋଗାଣ ବିଭାଗ କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ଉତ୍ତର ଦିଆଯାଇନି । ଏହା ଖାଦ୍ୟ ଉପଯୋଗୀ କି ନୁହେଁ, ତାହା ବି ସ୍ପଷ୍ଟ କରାଯାଇନି । ଏମିତିକି ଏହା କି ପ୍ରକାର ଚାଉଳ, ସେ ସମ୍ପର୍କରେ କେହି ପାଟି ଖୋଲୁ ନାହାନ୍ତି । ଫଳରେ ହିତାଧିକାରୀଙ୍କ ସନେ୍ଦହ ଦୃଢୀଭୂତ ହେବାରେ ଲାଗିଛି । ଏହାକୁ ନେଇ ଆମର ଅନୁସନ୍ଧାନମୂଳକ ରିପୋର୍ଟ । ଉଭୟ ବ୍ଲକରେ ଦିଆଯାଇଥିବା ପିଡିଏସ୍ ଚାଉଳକୁ ନେଇ ଆମେ ଅନୁସନ୍ଧାନ କରିଥିଲୁ । କେତେକ ଚାଉଳ ହୋଲସେଲ୍ ବ୍ୟବସାୟୀ ଏବଂ ମିଲରଙ୍କ ସହ ଆଲୋଚନା କରିଥିଲୁ । ଶେଷରେ ଜାଣିବାକୁ ପାଇଲୁ ପିଡିଏସ୍ରେ ଦିିଆଯାଇଥିବା ଚାଉଳ ନା ଅପ୍ରମିଶ୍ରିତ ନା ପ୍ଲାଷ୍ଟିକ । ପ୍ରକୃତରେ ଏହା କୁଆଡେ ଫର୍ଟିଫାଏଡ ରାଇସ । ଶହେ କେଜି ସାଧାରଣ ଚାଉଳରେ ଏକ କେଜି ଫର୍ଟିଫାଏଡ ରାଇସ ମିଶାଯାଉଛି । ଏ ପ୍ରକାର ଚାଉଳରେ ଆଇରନ, ଫୋଲିକ ଏସିଡ୍ ଏବଂ ଭିଟାମିନ୍ ବି-୧୨ ମିଶାଯାଉଛି । ସ୍ୱତନ୍ତ୍ର ମିଲ୍ରେ ଏ ପ୍ରକାର ଚାଉଳ ପ୍ରସ୍ତୁତ କରାଯାଉଛି । ଏହି ଚାଉଳକୁ ବିଶ୍ୱ ସ୍ଥାସ୍ଥ୍ୟ ସଂଗଠନ(ଡବ୍ଲୁ୍ୟଏଚ୍ଓ) ସ୍ୱୀକୃତି ପ୍ରଦାନ କରିଛି । ଏହା ଖାଇବା ଦ୍ୱାରା ଶରୀରରେ କୌଣସି କ୍ଷତି ହୋଇନଥାଏ । ବରଂ କୁଆଡେ ଅଧିକ ପୋଷଣତତ୍ତ୍ୱ ମିଳିଥାଏ । ଆଗାମୀ ଦିନରେ କୋରାପୁଟ ଜିଲ୍ଲାରେ ପିଡିଏସ୍ ଓ ମଧ୍ୟାହ୍ନ ଭୋଜନରେ ଏଭଳି ଫର୍ଟିଫାଏଡ ରାଇସ ଯୋଗାଣ ଲାଗି ଯୋଜନା ରହିଥିବା ସେମାନେ କହିଛନ୍ତି ।

ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons