ପିତୃ ଦିବସରେ ନବୀନଙ୍କ ନୂଆ ଯୋଜନା

Get real time updates directly on you device, subscribe now.

ଭୁବନେଶ୍ୱର: ପିତୃ ଦିବସରେ ବାପ-ମାଆଙ୍କୁ ହରାଇଥିବା ପିଲାମାନଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅନାଥ ପିଲାମାନଙ୍କୁ ସାହାଯ୍ୟ ଓ ସହଯୋଗ କରିବାକୁ ଅଣ୍ଟା ଭିଡ଼ିଛନ୍ତି ସରକାର । ଏହି ଅନାଥ ପିଲାମାନଙ୍କ ପାଇଁ ସରକାର ଆରମ୍ଭ କରିବେ ନୂଆ ଯୋଜନା ‘ଆଶୀର୍ବାଦ’ । ଏହି ଯୋଜନାରେ ଅନାଥ ପିଲାମାନଙ୍କ ପାଠପଢ଼ା ସହ ଭରଣପୋଷଣ ଦାୟିତ୍ୱ ନେବେ ସରକାର । ଏଥିପାଇଁ ପ୍ରତି ମାସରେ ପିଲାଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ପଠାଇବେ ସରକାର । ବାପ-ମାଆ ଉଭୟଙ୍କୁ ହରାଇଥିବା ପିଲାଙ୍କୁ ମାସିକ ମିଳିବ ଅଢେ଼ଇ ହଜାର । କେବଳ ବାପ କିମ୍ବା ମାଆ ଜଣଙ୍କୁ ହରାଇଥିଲେ ମାସକୁ ମିଳିବ ଦେଢ଼ ହଜାର ।
ସରକାରୀ ନିଷ୍ପତ୍ତି ଅନୁସାରେ, ଗତ ୨୦୨୦ ଏପ୍ରିଲ ପହିଲା କିମ୍ବା ତା’ପରେ ବାପା,ମାଆ ହରାଇଥିବା ପିଲାମାନଙ୍କୁ ଏହି ଯୋଜନାରେ ସାମିଲ କରାଯାଇ ସୁବିଧା ଯୋଗାଇ ଦିଆଯିବ । ଏହି ଯୋଜନା ପାଇଁ ଯୋଗ୍ୟ ପିଲାମାନଙ୍କୁ ତିନୋଟି ବର୍ଗରେ ବିଭକ୍ତ କରାଯାଇଛି । ବାପା, ମା ଉଭୟଙ୍କୁ ହରାଇ ଥିବା ପିଲାଙ୍କ ସହ ଯେଉଁ ପିଲାମାନେ ଏକମାତ୍ର ଅଭିଭାବକଙ୍କୁ ହରାଇଛନ୍ତି ସେମାନେ ‘ଆଶୀର୍ବାଦ’ରେ ସହାୟତା ପାଇବେ । ଏହାଛଡ଼ା ପରିବାରର ମୁଖ୍ୟ ଉପାର୍ଜନକାରୀ ବାପା କିମ୍ବା ମାଆଙ୍କ ମଧ୍ୟରୁ ଜଣକୁ ହରାଇଥିବା ପିଲାମାନେ ମଧ୍ୟ ଏହି ଯୋଜନାରେ ସାମିଲ୍ ହେବେ ।
ଏହି ନୂଆ ଯୋଜନାକୁ ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ସମାଜର ସ୍ୱତନ୍ତ୍ର ଯନô ଆବଶ୍ୟକ କରୁଥିବା ଏହି ପିଲାମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଏକ ନିରାପଦ ପରିବେଶ ଆବଶ୍ୟକ । ଏହା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧତାର ସହ କାମ କରୁଛନ୍ତି ।
ଆଶୀର୍ବାଦ ଯୋଜନାରେ ଏହି ସ୍ୱତନ୍ତ୍ର ଯନô ଆବଶ୍ୟକ କରୁଥିବା ପିଲାମାନେ ସେମାନଙ୍କ ପରିବାର ଓ ଆତ୍ମୀୟସ୍ୱଜନଙ୍କ ଗହଣରେ ହିଁ ରହିବେ । ସେମାନଙ୍କ ଦାୟିତ୍ୱ ନେଉଥିବା ଅଭିଭାବକମାନେ ଯେପରି ଠିକ୍ ଭାବରେ ଏ ପିଲାଙ୍କ ଯନô ନେଇପାରିବେ ସେଥିପାଇଁ ସେମାନଙ୍କୁ ଉତ୍ସାହିତ କରାଯିବ ।
ଆଶୀର୍ବାଦ ଯୋଜନା ବ୍ୟବସ୍ଥା ଅନୁଯାୟୀ ବାପା ମା ଉଭୟଙ୍କୁ ହରାଇ ଅସୁବିଧା ମଧ୍ୟରେ ଥିବା ପିଲାମାନଙ୍କ ଦାୟିତ୍ୱ ନେଇଥିବା ଆତ୍ମୀୟଙ୍କ ବ୍ୟାଙ୍କ ଖାତାରେ ପିଲାର ଭରଣପାଷଣ ଶିକ୍ଷା, ସ୍ୱାସ୍ଥ୍ୟ ପାଇଁ ମାସିକ ୨୫୦୦ ଟଙ୍କା ଜମା କରାଯିବ । ପିଲାକୁ ୧୮ ବର୍ଷ ହେବା ପର୍ଯନ୍ତ ଏହି ସହାୟତା ଜାରି ରହିବ । ତା ପୂର୍ବରୁ ଯଦି ପିଲାକୁ କେହି ପୋଷ୍ୟ ଭାବରେ ଗ୍ରହଣ କରେ ତେବେ ଆଉ ସହାୟତା ଦିଆ ଯିବ ନାହିଁ । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବୀମା ଯୋଜନା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଏହି ପିଲାମାନେ ମାଗଣା ଚିକିତ୍ସା ସୁବିଧା ପାଇ ପାରିବେ ।
ଏହି ଅନାଥ ପିଲାମାନଙ୍କୁ ଜାତୀୟ ବା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯିବ । ବାପା ମାଆଙ୍କ ମୃତୁ୍ୟ ପୂର୍ବରୁ ପିଲା ଯେଉଁ ସ୍କୁଲରେ ପଢୁଥିଲେ ସେହି ସ୍କୁଲରେ ପଢ଼ା ଜାରି ରଖିପାରିବେ । ତାଙ୍କ ଦାୟିତ୍ୱ ନେଇଥିବା ଆତ୍ମୀୟ ଅନ୍ୟ ସ୍ଥାନରେ ଯଦି ରହୁଥିବେ ତେବେ ସେଠାରେ ପିଲାର ପାଠ ପଢ଼ିବା ବ୍ୟବସ୍ଥା କରାଯିବ । ଯଦି ଆବଶ୍ୟକ ପଡେ ତେବେ ଆଦର୍ଶ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ ବା ସେହି ମାନର ବିଦ୍ୟାଳୟରେ ପିଲା ପଢ଼ିବା ପାଇଁ ସାହାଯ୍ୟ ମଧ୍ୟ କରାଯିବ । ପିଲାଙ୍କ ଦାୟିତ୍ୱ ନେଇ ଥିବା ଆତ୍ମୀୟ ଯଦି ଚାହିଁବେ ତେବେ ପିଲାକୁ ଅନ୍ୟ ସ୍କୁଲରେ ପଢାଇବା ପାଇଁ ଶିକ୍ଷା ଅଧିକାର ଆଇନ ଅନୁସାରେ ଜିଲ୍ଲାପାଳ ସହଯୋଗ ଯୋଗାଇ ଦେବେ ।
ସରକାର ନିଷ୍ପତ୍ତି ନେଇଛନ୍ତି, ଉଚ୍ଚ ଶିକ୍ଷା ପାଇଁ ଏ ପିଲାଙ୍କୁ ରାଜ୍ୟ ସରକାରଙ୍କ ‘ଗ୍ରୀନ୍ ପାସେଜ୍’ ଯୋଜନାରେ ସହଯୋଗ ଯୋଗାଇ ଦିଆଯିବ । ଦାୟିତ୍ୱ ନେଇଥିବା ଆତ୍ମୀୟ ଯଦି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବା ବିଜୁ ପକ୍କା ଘର ପାଇଁ ଯୋଗ୍ୟ ହୋଇଥାନ୍ତି ତେବେ ପିଲାର ମଙ୍ଗଳକୁ ଦୃଷ୍ଟିରେ ରଖି ତାଙ୍କୁ ସ୍ୱତନ୍ତ୍ର ଭାବେ ଘର ମଂଜୁର କରାଯିବ । ଏହି ପିଲାଙ୍କ ଯନô ନେଉଥିବା ଆତ୍ମୀୟ ଯଦି ଅନ୍ୟ କୌଣସି ସରକାରୀ ଯୋଜନା ପାଇଁ ଯୋଗ୍ୟ ହୋଇଥାନ୍ତି ତେବେ ସର୍ତ୍ତାବଳୀ ବାହାରେ ସ୍ୱତନ୍ତ୍ର ଭାବେ ତାଙ୍କୁ ସେ ସୁବିଧା ଯୋଗାଇ ଦିଆଯିବ । ପିଲାଙ୍କ ସମ୍ପତ୍ତିର ସୁରକ୍ଷା ପାଇଁ ଶିଶୁ ମଙ୍ଗଳ ସମିତି, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ତହସିଲଦାର ଓ ପୁଲିସ ସହ ସମନ୍ୱୟ ରଖି ଆବଶ୍ୟକ ପଦକ୍ଷେପ ନେବେ ।
ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପିଲାର ଦାୟିତ୍ୱ ନେଇଥିବା ଆତ୍ମୀୟଙ୍କ ସହ ନିୟମିତ ଯୋଗାଯୋଗରେ ରହି ପିଲାର ଭଲ ମନ୍ଦ ଉପରେ ନଜର ରଖିବେ । ବିଜୁ ଶିଶୁ ସୁରକ୍ଷା ଯୋଜନା ଓ ଜୁଭେନାଇଲ ଜଷ୍ଟିସ୍ ପାଣ୍ଠିରୁ ଆବଶ୍ୟକସ୍ଥଳେ ଏ ପିଲାମାନଙ୍କୁ ସହାୟତା ମିଳିପାରିବ । ଉପରାକ୍ତ ଦୁଇ ବର୍ଗର ପିଲା ଯଦି ଆତ୍ମୀୟଙ୍କ ପାଖରେ ନ ରହି କୌଣସି ଶିଶୁ ଯତ୍ନ ଅନୁÂାନରେ ରହନ୍ତି ତେବେ ସେ କ୍ଷେତ୍ରରେ ପିଲାଙ୍କ ବ୍ୟାଙ୍କ ଖାତାରେ ମାସିକ ଏକ ହଜାର ଟଙ୍କା ପ୍ରତି ମାସରେ ପିଲାକୁ ଅଠର ବର୍ଷ ହେବା ପର୍ଯ୍ୟନ୍ତ ଜମା କରାଯିବ । ପିଲାର ମାଗଣା ଯନô ଓ ଅନ୍ୟ ଦାୟିତ୍ୱ ଅନୁÂାନ ବହନ କରିବ । ପିଲାର ଶିକ୍ଷା, ସ୍ୱାସ୍ଥ୍ୟ ଓ ସୁରକ୍ଷା ବ୍ୟବସ୍ଥା ପାଇଁ ଉପର ମାର୍ଗଦର୍ଶିକା ଲାଗୁ ହେବ ।
ପିଲାର ରୋଜଗାର କରୁଥିବା ବାପା ଅବା ମା’ଙ୍କର ଯଦି ମୃତୁ୍ୟ ଘଟିଥିବ ଏବଂ ସେ ବଞ୍ଚି ରହିଥିବା ବାପା ବା ମାଆଙ୍କ ପାଖରେ ରହୁଥିବ ସେ ଷେତ୍ରରେ ପିଲାକୁ ଅଠର ବର୍ଷ ହେବା ଯାଏ ଭରଣ ପୋଷଣ ପାଇଁ ମାଆ କିମ୍ବା ବାପା ଅଥବା ପିଲାର ବ୍ୟାଙ୍କ ଖାତାରେ ମାସିକ ପନ୍ଦର ଶହ ଟଙ୍କା ଜମା କରାଯିବ । ପିଲାକୁ ଯଦି କେହି ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରନ୍ତି ସେ କ୍ଷେତ୍ରରେ ଆଉ ସହାୟତା ମିଳିବ ନାହିଁ ।
ପିଲାର ମା’ ଯଦି ମଧୁବାବୁ ପେନସନ ପାଇଁ ଯୋଗ୍ୟ ହୋଇଥାନ୍ତି ତେବେ ତାଙ୍କ ପାଇଁ ବିଧବା ଭତ୍ତା ମଞ୍ଜୁର କରାଯିବ । ଏହା ସହିତ ସେମାନଙ୍କୁ ଜାତୀୟ ବା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ସୁବିଧା ମଧ୍ୟ ମିଳିବ । ଏହାଛଡ଼ା ମାଗଣା ଶିକ୍ଷା, ସ୍ୱାସ୍ଥ୍ୟ ପାଇଁ ସରକାରଙ୍କ ଉପର ଲିଖିତ ସମସ୍ତ ସୁବିଧା ପିଲାକୁ ମିଳିବ ।
ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଚାଇଲଡଲାଇନ୍, ପଞ୍ଚାୟତ ସ୍ତରୀୟ କମିଟି, ବ୍ଲକ କମିଟି, ଆଗଧାଡ଼ିର କର୍ମୀ ଓ ସିଭିଲ ସୋସାଇଟି ଜରିଆରେ ପିଲାଙ୍କୁ ଚିହ୍ନଟ କରି ତାଲିକା ପ୍ରସ୍ତୁତ କରିବେ । ଏହି ଯୋଜନା ପାଇଁ ଯୋଗ୍ୟ ପିଲା ବା ତାଙ୍କ ଦାୟିତ୍ୱ ନେଇଥିବା ଆତ୍ମୀୟମାନେ ମୃତୁ୍ୟ ପ୍ରମାଣ ପତ୍ର ସହ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ (ଡିସିପିୟୁ)କୁ ଆବେଦନ କରିପାରିବେ ।
ଅସମୟରେ ବାପା ମା ଙ୍କୁ ହରାଇ ଥିବା ଜଣେ ବି ଅସହାୟ ଶିଶୁ ଯେପରି ଏ ଯୋଜନାରୁ ବାଦ୍ ନ ପଡେ ତାହା ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଏଥିପାଇଁ ନିୟମିତ ଭାବରେ ପ୍ରତି ବର୍ଷ ସ୍ୱତନ୍ତ୍ର ଅଭିଯାନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons