
ଭୁବନେଶ୍ୱର : ଆଉ ଦିନ କେଇଟା ପରେ ପିପିଲି ଉପ ନିର୍ବାଚନ ପାଇଁ ହେବ ମତଦାନ । ଏଥିଲାଗି ୩ ପ୍ରମୁଖ ଦଳ ଯଥାକ୍ରମେ କଂଗ୍ରେସ, ବିଜେପି, ବିଜେଡି ନିଜ ନିଜର କ୍ୟାମ୍ପେନ୍ ଆରମ୍ଭ କରିସାରିଲେଣି । ଏସବୁ ଭିତରେ ଆଜି ଉପ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ନିଜର ଷ୍ଟାର୍ କ୍ୟାମ୍ପେନରଙ୍କ ନାମ ଘୋଷଣା କରିଛି । ବିଜେପି ପକ୍ଷରୁ ୩୦ ଜଣିଆ ଷ୍ଟାର କ୍ୟାମ୍ପେନରଙ୍କ ନାମ ଘୋଷଣା କରାଯାଇଛି ।ତେବେ ଘୋଷଣା ହୋଇଥିବା ୩୦ଜଣିଆ ଷ୍ଟାର୍ କ୍ୟାମ୍ପେନ୍ରଙ୍କ ମଧ୍ୟରେ ୨ଜଣ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ , ରାଜ୍ୟ ବିଜେପି ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ , ରାଜ୍ୟ ସଭାପତି ସମୀର ମହାନ୍ତି , ମୁଖପାତ୍ର, ସାଂସଦ, ବିଧାୟକ ଓ ପୂର୍ବତନ ମନ୍ତ୍ରୀଙ୍କ ନାମ ରହିଛି ।
ସୂଚନାଯୋଗ୍ୟ ଯେ, ପିପିଲି ଉପନିର୍ବାଚନ ପାଇଁ ମଙ୍ଗଳବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ । ଦଳୀୟ ନେତା ଓ କର୍ମୀଙ୍କୁ ନେଇ ପିପିଲିରୁ ରାଲିରେ ବାହାରି ପୁରୀର ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ରୁଦ୍ର ପ୍ରତାପ ମହାରଥୀ । ଏହାପୂର୍ବରୁ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିସାରିଛନ୍ତି ।
Comments are closed, but trackbacks and pingbacks are open.