ପିପିଲି : ମହାରାଷ୍ଟ୍ର ଫେରନ୍ତାଙ୍କ ଦାଦାଗିରି

Get real time updates directly on you device, subscribe now.

ପିପିଲି: ମହାରାଷ୍ଟ୍ର ଫେରନ୍ତାଙ୍କ ଦାଦାଗିରି। ନିୟମ ଉଲଂଘନ କରି ରାସ୍ତାରେ ଖୋଲମ ଖୋଲା ବୁଲୁଥିବା ଦେଖି ଭିଡିଓ ରେକର୍ଡିଂ କରିବା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସେମାନେ ତୁ, ତା, ବେ, ବା’ କହିବା ସହ ପୁଣି ବାଡ଼େଇବାକୁ ଉଠାଇଥିଲେ ହାତ। ଲକ୍‌ଡାଉନ୍ ନିୟମ ଅନୁସାରେ ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀ କ୍ବାରେଣ୍ଟାଇନ୍‌ରେ ରହିବେ। ତା’ ପରେ ବାହାରେ ବୁଲାବୁଲି କରି ପାରିବେ।
କିନ୍ତୁ ମହାରାଷ୍ଟ୍ରରୁ ଫେରୁଥିବା କିଛି ପ୍ରବାସୀଙ୍କ କ୍ଷେତ୍ରରେ ଓଲଟା ଦେଖିବା ମିଳିଥିଲା। ରବିବାର ସକାଳ ସାଢ଼େ ୬ଟା ବେଳେ ଏକ ସ୍ବତନ୍ତ୍ର ବସ୍ ଯୋଗେ ୩୦ ଜଣ ପ୍ରବାସୀ ଓଡ଼ିଶା ଫେରିଥିଲେ। ଆସିବା ସମୟରେ ପୁରୀ ଜିଲ୍ଲା ପିପିଲି କଣ୍ଟିଛକଠାରେ ପ୍ରବାସୀ ବସ୍‌ଟି ଅଟକି ଥିଲା।
ତେବେ ବସ୍ ଆସୁଥିବା ପ୍ରବାସୀମାନେ ବସ୍‌ରୁ ଓହ୍ଲାଇ ରାସ୍ତାରେ ଅବାଧରେ ବୁଲାବୁଲି କରୁଥିବା ଦେଖି ଗଣମାଧ୍ୟମ ପ୍ରତିନିଧି ସେମାନଙ୍କ ଭିଡିଓ ରେକର୍ଡିଂ କରିଥିଲେ। ଏହା ଦେଖି ମହାରାଷ୍ଟ୍ରରୁ ଫେରୁଥିବା କିଛି ପ୍ରବାସୀ ଗଣମାଧ୍ୟମ ପ୍ରତିନିଧିଙ୍କୁ ଗାଳି ଗୁଲଜ କରିବା ସହ ବାଡ଼େଇବା ଲାଗି ମଧ୍ୟ ଧମକ ଦେଇଥିଲେ। ଭିଡିଓ କାହିଁକି ରେକର୍ଡଂ କରୁଛ ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କୁ ଓଲଟା ପ୍ରଶ୍ନ କରିଥିଲେ। ରେକର୍ଡିଂ ବନ୍ଦ ନ କଲେ ବାଡ଼େଇବେ ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କୁ ସେମାନେ ଧମକ ଦେଇଥିଲେ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons