ପିଲାଙ୍କ ଆଖି ଆଗରେ ଜଳିଗଲେ ବୁଢ଼ା ବାପା

Get real time updates directly on you device, subscribe now.

ଚନ୍ଦାହାଣ୍ଡି,(ବି.ବି.ନୁ୍ୟଜ୍): ପୁଅଝିଅଙ୍କ ଆଖି ଆଗରେ ଆଜି ୧୧ କେଭି ବିଦୁ୍ୟତ୍ ତାରରେ ଲାଗି ଜଳିଯାଇଛନ୍ତି ଜଣେ ବୃଦ୍ଧ । ତାଙ୍କ ନାଁ ଦୟାଳୁ ଟାକ୍ରି(୬୨) । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ର କୋଇଲିମୁଣ୍ଡା ଗାଁ ନିକଟରେ । ବିଦୁ୍ୟତ୍ ବିଭାଗର ଚରମ ଅବହେଳା ଯୋଗୁ ଦୟାଳୁଙ୍କ ଜୀବନ ଚାଲିଗଲା ବୋଲି ଅଭିଯୋଗ କରି କ୍ଷତିପୂରଣ ଦାବିରେ ଅଡିବସିଥିଲେ ପରିବାର ଓ ଗ୍ରାମବାସୀ । ବିଭାଗ ବିରୋଧରେ କାର୍ଯ୍ୟାନୁÂାନ ଲାଗି ଦାବି କରିଥିଲେ । ପ୍ରଶାସନ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ କାର୍ଯ୍ୟାନୁÂାନ ନେବାକୁ ପ୍ରତିଶ୍ରୁତି ଦେବାପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ।
ମିଳିଥିବା ସୂଚନା ଅନୁଯାୟୀ, କୋଇଲିମୁଣ୍ଡା ଗାଁ ନିକଟ ଜମିରେ ଏହି ବିଦୁ୍ୟତ୍ ତାର ପ୍ରାୟ ୬ ମାସ ହେଲା ଛିଣ୍ଡି ପଡ଼ିଥିଲା । ଏହାର ମରାମତି ଲାଗି ଗାଁ ଲୋକେ ବହୁବାର ବିଭାଗ ନିକଟରେ ନିବେଦନ କରିଥିଲେ । କିଛି ଟଙ୍କା ଆଦାୟ କରି ଗାଁ ଲୋକେ ବିଭାଗର ଜଣେ ଅସ୍ଥାୟୀ କର୍ମଚାରୀଙ୍କୁ ଦେଇଥିଲେ । ଏମିତିକି ମୃତ ଦୟାଳୁ ମଧ୍ୟ ନିଜ ଭତ୍ତା ଟଙ୍କାରୁ ୨ ଶହ ଟଙ୍କା ପ୍ରଦାନ କରିଥିଲେ । ବିଡ଼ମ୍ବନା, ଏତେସବୁ ସତ୍ତେ୍ୱ ବିଭାଗ ପକ୍ଷରୁ ନିଆଯାଇନଥିଲା କୌଣସି ପଦକ୍ଷେପ । ଆଜି ସକାଳ ପ୍ରାୟ ୯ଟା ବେଳେ ଦୟାଳୁ ନିଜ ଚାଷ ଜମିକୁ ଯିବା ସମୟରେ ହଠାତ୍ ବିଦୁ୍ୟତ୍ ତାର ସଂସ୍ପର୍ଶରେ ଆସିଯାଇଥିଲେ । ଘଟଣାସ୍ଥଳରେ ସମ୍ପୂର୍ଣ୍ଣ ଜଳି ଯାଇଥିଲେ । ଜୋର୍ରେ ଶବ୍ଦ ହେବାରୁ ସେଠାକୁ ଦୌଡିÿଥିଲେ ଦୟାଳୁଙ୍କ ପୁଅବିଜୟ ଟାକ୍ରି, ପ୍ରଫୁଲ୍ଲ ଟାକ୍ରି, ଝିଅକୈବର୍ତ୍ତୀ ଟାକ୍ରି ଏବଂ କେତେକ ଗାଁ ଲୋକ । ସେତେବେଳକୁ ତାରରେ ଲାଗି ଜଳୁଥିଲା ଦୟାଳୁଙ୍କ ଶରୀର । ନିଜ ଆଖି ଆଗରେ ଏହା ଦେଖୁଥିଲେ ବି ସେମାନେ ଥିଲେ ଉପାୟଶୂନ୍ୟ । ସଙ୍ଗେ ସଙ୍ଗେ ବିଦୁ୍ୟତ୍ ବିଚ୍ଛିନ୍ନ କରିବା ଲାଗି ବିଭାଗକୁ ଜଣାଇଥିଲେ । କିନ୍ତୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବିଦୁ୍ୟତ୍ ବିଚ୍ଛିନ୍ନ କରାଯାଇନଥିଲା । ବିଭାଗର ଏହା ଆଉ ଏକ ଅବହେଳା ବୋଲି କହିଛନ୍ତି ଗାଁ ଲୋକେ । ଏ ସଂପର୍କରେ ଦୟାଳୁଙ୍କ ପୁଅଥାନାରେ ଏତଲା ଦେଇଛନ୍ତି ।
ଦୟାଳୁଙ୍କ ଏଭଳି ଦୁଃଖଦ ମୃତୁ୍ୟରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ ପରିବାର ଲୋକେ । ଏହାକୁ ନେଇ ସେଠାରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । କାର୍ଯ୍ୟରେ ଅବହେଳା କରିଥିବା ବିଦୁ୍ୟତ୍ ବିଭାଗ କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁÂାନ ସହ କ୍ଷତିପୂରଣ ପାଇଁ ଦାବି କରିଥିଲେ । ବହୁ ସମୟ ପରେ ଘଟଣାସ୍ଥଳରେ ପହଞ୍ଚିଥିଲେ ତହସିଲଦାର ହୃଦାନନ୍ଦ ସିଂ ମାଝୀ, ଥାନା ଅଧିକାରୀ ଅଭୟ ବେହେରା, ସାଂସଦ ପ୍ରତିନିଧି ପ୍ରମୋଦ କୁମାର ପାଢ଼ୀ, ସମାଜସେବୀ କ୍ଷମାରାଜ ବାଘ, ସରପଞ୍ଚ ମାଳତୀ ନାୟକ ପ୍ରମୁଖ । ତହସିଲଦାର ଶ୍ରୀ ମାଝୀ ଉପଜିଲ୍ଲାପାଳ କରୁଣାକର ରଇତଙ୍କ ସହ ଫୋନ୍ରେ ଆଲୋଚନା କରିଥିଲେ । ବିଭାଗ ବିରୋଧରେ କାର୍ଯ୍ୟାନୁÂାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏଥିସହ ରେଡ୍କ୍ରସ୍ ଫଣ୍ଡରୁ କିଛି ସହାୟତା କରାଯିବ ବୋଲି କହିବା ପରେ ଅପରାହ୍ନ ପ୍ରାୟ ୩ଟା ବେଳେ ଲୋକେ ଶବ ଛାଡ଼ିବାକୁ ରାଜି ହୋଇଥିଲେ । ଏହାପରେ ଡାକ୍ତର ସଂଗ୍ରାମ କେଶରୀ ସାହୁଙ୍କ ଦ୍ୱାରା ଘଟଣାସ୍ଥଳରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇଥିଲା । ସରପଞ୍ଚ ମାଳତୀ ନାୟକ ମୃତକଙ୍କ ପରିବାରକୁ ୫ ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ । ମୃତ ଦୟାଳୁ ଜଣେ ଗରିବ ଶ୍ରେଣୀର ଲୋକ ଥିଲେ । ବିଦୁ୍ୟତ୍ ବିଭାଗର ଅବହେଳା ଯୋଗୁ ତାଙ୍କ ଜୀବନ ଚାଲିଗଲା । ଜିଲ୍ଲା ପ୍ରଶାସନ ଏହାକୁ ଗମ୍ଭୀରତାର ସହ ବିଚାରକୁ ନେଇ ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ନିବେଦନ କରିଛନ୍ତି ଲୋକେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons