ଭୁବନେଶ୍ବର: ସୁପ୍ରିମକୋର୍ଟଙ୍କ ରାୟ ପରେ ଓଡିଶାକୁ ଆସିବ ଟ୍ରେନ। ଟ୍ରେନ ବର୍ତ୍ତମାନ ଆନ୍ଧ୍ର ପ୍ରଦେଶ, ତାମିଲନାଡୁ, ମହାରାଷ୍ଟ୍ର, ଗୁଜୁରାଟର ଅହମଦାବାଦ, ଓ ସୁରତରୁ ଆସିବ। ଆସନ୍ତା କାଲି ଆସି ପହଞ୍ଚିବ ସମସ୍ତ ଟ୍ରେନ। ବସରେ ଆସିବା ପାଇଁ ବ୍ୟବସ୍ଥା ନାହିଁ। ଯେଉଁମାନେ ଚାହିଁବେ ନିଜସ୍ବ ବ୍ୟବସ୍ଥାରେ ସ୍ଥାନୀୟ ପ୍ରଶାସନର ଅନୁମତି ନେଇ ଆସି ପାରିବେ।
ପିସିସି ସଭାପତିଙ୍କ ପ୍ରେସମିଟ୍ ଉପରେ ପଦ୍ମନାଭ ବେହେରାଙ୍କ ପ୍ରତିକ୍ରିୟା ଦେଇଛନ୍ତି ଯେ, ରାଜ୍ୟ ସରକାରଙ୍କ ଆନ୍ତରିକତା ରହିଛି।ସରକାର ସ୍ଥିତି ଉପରେ ନଜର ରଖିବା ସହ ପଦକ୍ଷେପ ନେଉଛନ୍ତି। ସବୁ ବ୍ୟବସ୍ଥା ମଧ୍ୟ କରାଯାଉଛି।ଯେଉଁ ପ୍ରକ୍ରିୟାରେ ଲୋକ ଆସୁଛନ୍ତି ସେହି ପ୍ରକ୍ରିୟାରେ ଲୋକମାନେ ଆସିବେ।ଏଥିରେ କୌଣସି ରାଜନୀତି ନାହିଁ। ଯେଉଁମାନେ ଏମିତି କହୁଛନ୍ତି ସେମାନେ ରାଜନୀତି କରିବା ପାଇଁ ଏମିତି କହୁଛନ୍ତି।


Comments are closed, but trackbacks and pingbacks are open.