ପିସ୍ତଲ ମୁନରେ ଲୁଟି ନେଲେ ଦେଢ଼ ଲକ୍ଷ

Get real time updates directly on you device, subscribe now.

ସୁନ୍ଦରଗଡ଼,(ବି.ବି.ନୁ୍ୟଜ୍): ସୁନ୍ଦରଗଡ଼ ଜିଲ୍ଲା ଦର୍ଲିପାଲିରେ ଥିବା ଏକ ପେଟ୍ରୋଲ ପମ୍ପରେ ଆଜି ରାତି ପ୍ରାୟ ୮ଟା ୪୫ ମିନିଟ୍ ସମୟରେ ହୋଇଛି ଡକାୟତି । ଦୁଇଟି ବାଇକ୍ରେ ଆସିଥିବା ୫ ଜଣ ଡକାୟତ ପେଟ୍ରୋଲ ପମ୍ପର ମାଲିକଙ୍କ ପୁଅ ଓ କର୍ମଚାରୀମାନଙ୍କୁ ପିସ୍ତଲ ଦେଖାଇ ଭୟଭୀତ କରିବା ସହ ଦେଢ଼ ଲକ୍ଷ ଟଙ୍କା ଲୁଟି ଫେରାର ହୋଇଯାଇଛନ୍ତି ।
ଦର୍ଲିପାଲି ନିକଟରେ ରହିଛି ପ୍ରମିଳା ପେଟ୍ରୋଲ ପମ୍ପ । ଏହାର ମାଲିକ ହେଉଛନ୍ତି ପ୍ରଶାନ୍ତ ପଟେଲ । ଆଜି ଶ୍ରୀ ପଟେଲଙ୍କ ପୁଅ ମାନସ ପେଟ୍ରୋଲ ପମ୍ପରେ ବସିଥିଲେ । ରାତି ପ୍ରାୟ ୮ଟା ୪୫ ମିନିଟ୍ ସମୟରେ ଦୁଇଟି ନମ୍ବର ବିହୀନ ବାଇକ୍ରେ ୫ ଜଣ ଡକାୟତ ଆସିଥିଲେ । ସେମାନେ ସିଧାସଳଖ ପମ୍ପର କର୍ମଚାରୀମାନଙ୍କୁ ପିସ୍ତଲ ଦେଖାଇ ଭୟଭୀତ କରିବା ସହ କାଉଣ୍ଟରକୁ ନେଇ ଯାଇଥିଲେ । ସେଠାରେ ବସିଥିବା ମାନସଙ୍କୁ ମଧ୍ୟ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । ଏହା ପରେ ଡକାୟତମାନେ କାଉଣ୍ଟର ଡ୍ର’ରେ ଥିବା ଦେଢ଼ ଲକ୍ଷ ଟଙ୍କା ଲୁଟିବା ସହ ସମସ୍ତ କର୍ମଚାରୀ ଓ ମାଲିକଙ୍କ ପୁଅ ଠାରୁ ମୋବାଇଲ ଛଡ଼ାଇ ନେଇଥିଲେ । ଯିବା ସମୟରେ ପେଟ୍ରୋଲ ପମ୍ପରେ ଲାଗିଥିବା ସିସିଟିଭିର ହାର୍ଡଡିକ୍ସ ନେଇ ବାଇକ୍ରେ ଫେରାର ହୋଇଯାଇଛନ୍ତି । ଡକାୟତମାନେ ମୁହଁରେ ମୁଖା ପିନ୍ଧିଥିବା ବେଳେ ହିନ୍ଦୀ ଏବଂ ଓଡ଼ିଆ ଭାଷାରେ କଥା ହେଉଥିଲେ । ଖବର ପାଇ ଭଷ୍ମା ଥାନା ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏଠାରେ ସୂଚନା ଯୋଗ୍ୟ ଯେ, ଗତମାସ ୯ ତାରିଖ ରାତି ପ୍ରାୟ ୯ଟା ସମୟରେ ଝରିଆପାଲି ଠାରେ ଥିବା ଏକ ପେଟ୍ରୋଲ ପମ୍ପରେ ଡକାୟତି ହୋଇଥିଲା । ଏହି ଘଟଣାରେ ଆଜି ପର୍ଯ୍ୟନ୍ତ ଅପରାଧୀମାନେ ଧରାପଡ଼ି ନାହାନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons