ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଗୋଡ଼ିଗାଁରେ ଗତକାଲି ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ନିଶାସକ୍ତ ବାପାର ଠେଙ୍ଗା ମାଡ଼ରେ ପୁଅର ମୃତ୍ୟୁ ହୋଇଛି। ମୃତକ ହେଲେ ୨୫ ବର୍ଷୀୟ କୃଷ୍ଣ ମାଝି।
ମିଳିଥିବା ସୂଚନା ଅନୁଯାୟୀ, ମାଧବ ମାଝି ଓ ପୁଅ କୃଷ୍ଣ ସାଙ୍ଗ ହୋଇ ଗତକାଲି ରାତିରେ ମଦ ପିଇଥିଲେ। ଏହାପରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ମାଧବ ଠେଙ୍ଗାରେ ପିଟିପିଟି ପୁଅକୁ ହତ୍ୟା କରିଥିବା ଜଣାଯାଇଛି।ଖବର ପାଇ ଖାତିଗୁଡ଼ା ପୁଲିସ୍ ପହଞ୍ଚି ଅଭିଯୁକ୍ତ ବାପାକୁ ଅଟକ ରଖି ପଚରାଉଚରା କରୁଛି। ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି।
Comments are closed, but trackbacks and pingbacks are open.