କଣ୍ଟାବାଞ୍ଝି,(ବି.ବି.ନୁ୍ୟଜ୍): ପୁଣି ଟ୍ରେନ୍ ଚେନ୍ ଟାଣି ଓହ୍ଲାଇ ପଡ଼ିଲେ ପ୍ରବାସୀ । ଏଥର ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଝି ରେଳ ଷ୍ଟେସନ ନିକଟରେ ଟ୍ରେନ୍ର ଚେନ୍ ପୁଲିଙ୍ଗ କରି ପ୍ରାୟ ୩୦୦ ରୁ ଉଦ୍ଧ୍ୱର୍ ପ୍ରବାସୀ ଓହ୍ଲାଇ ପଡିଥିଲେ । କିନ୍ତୁ ପୋଲିସ ପହଞ୍ଚି ସେମାନଙ୍କୁ ଷ୍ଟେସନରୁ ଆଣିଥିବା ଜଣାଯାଇଛି । ଗୁଜୁରାଟ ଗାନ୍ଧୀଧାମରୁ ବାହାରିଥିବା ଏକ ସ୍ପେଶାଲ ଟ୍ରେନ୍ ନିର୍ଗୁଣ୍ଡି ଅଭିମୁଖେ ଯାଉଥିଲା । ସେଠାରେ ପୂର୍ବ ପ୍ରସ୍ତୁତ ଥିବା ପ୍ରଶାସନ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ନିଜ ନିଜ ଜିଲ୍ଲାକୁ ପଠାଇଥାନ୍ତା । କିନ୍ତୁ ଭୋର ପ୍ରାୟ ୪ଟା ୩୮ ମିନିଟ୍ ସମୟରେ ଟ୍ରେନ୍ଟି କଣ୍ଟାବାଞ୍ଝି ରେଳ ଷ୍ଟେସନ ନିକଟରେ ପହଞ୍ଚିଥିବା ବେଳେ ଏହାର ଚେନ୍ ପୁଲିଙ୍ଗ କରି ୩୨୦ ପ୍ରବାସୀ ଓଡ଼ିଆ ଶ୍ରମିକ ଓହ୍ଲାଇ ପଡିଥିଲେ । ସେମାନେ ନୂଆପଡ଼ା ଓ ବରଗଡ଼ ଜିଲ୍ଲାର ବୋଲି ଜଣାପଡିଛି । ଖବର ପାଇଁ କଣ୍ଟାବାଞ୍ଝି ରେଳ ଷ୍ଟେସନ କର୍ମଚାରୀ ଓ ସ୍ଥାନୀୟ ପୋଲିସ ଅଧିକାରୀ ପହଞ୍ଚି ଶ୍ରମିକମାନଙ୍କୁ କୁଆଡେ ନ ଯିବା ପାଇଁ କହିଥିଲେ । ଏହାପରୋ ସେମାନଙ୍କୁ ଟିଫିନ ଖାଇôା ପାଇଁ ଦେଇଥିଲେ । ପଚରା ପଚରି କରିବାରୁ ଟ୍ରେନ୍ ଚେନ୍ ପୁଲିଙ୍ଗ କରିଥିବା ଘଟଣାକୁ ସେମାନେ ଅସ୍ୱୀକାର କରିଥିଲେ । ଟ୍ରେନ୍ଟି ଅଟକିବାରୁ ଓହ୍ଲାଇ ପଡିଥିବା କହିଥିଲେ । କିନ୍ତୁ କଣ୍ଟାବାଞ୍ଝି ରେଳ ଷ୍ଟେସନ ମ୍ୟାନେଜର କ୍ଷୀରୋଦ ଚନ୍ଦ୍ର ମୁଣ୍ଡା ଏହାକୁ ଖଣ୍ଡନ କରିଛନ୍ତି । ଏହା ସ୍ପେଶାଲ ଟ୍ରେନ୍ ହୋଇଥିବାରୁ କଣ୍ଟାବାଞ୍ଝି ଷ୍ଟେସନରେ ଅଟକିବାର ନଥିଲା । ଏମାନେ ଟେନ୍ର୍ର ଚେନ୍କୁ ପୁଲିଙ୍ଗ କରି ପ୍ରବାସୀମାନେ ଓଡ୍ଲାଇ ପଡିଥିବା ସେ କହିଛନ୍ତି । ସୂଚନାଯୋଗ୍ୟ ଯେ, ଗତକାଲି ଗଞ୍ଜାମ ଜିଲ୍ଲା ଛତ୍ରପୁର ଓ ଖଲ୍ଲିକୋଟ କାଳିଜାଇ ଷ୍ଟେସନ ନିକଟରେ ବହୁ ପ୍ରବାସୀ ଟ୍ରେନ୍ ଚେନ୍ ଟାଣି ଓହ୍ଲାଇ ପଡିଥିଲେ । ସ୍ଥାନୀୟ ପୋଲିସ ପହଞ୍ଚି ବହୁ ପ୍ରବାସୀଙ୍କୁ ଉଦ୍ଧାର କିର କ୍ୱାରେଣ୍ଟାଇନ୍ ସେଣ୍ଟରକୁ ପଠାଇଥିବା ବେଳେବହୁ ଜଣ ଫେରାର ହୋଇଯାଇଥିବା ଜଣାଯାଇଛି ।
Comments are closed, but trackbacks and pingbacks are open.