ନୂଆପଡା: ସିରଫ୍ ସ୍ଲୋ ପଏଜନ ଘଟଣାରେ ଆକ୍ସନ ମୋଡରେ ନୂଆପଡା ପୋଲିସ। ଏକ ଟାଟାଏସି ଗାଡି ସହ ୮୧୨୩ ବୋତଲ କଫ୍ ସିରଫ୍ ଜବତ । ଏଥିସହ୪ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ପୋଲିସ ଗିରଫ କରିଛି ନୂଆପଡ଼ା ପୋଲିସ୍ । ନୂଆପଡ଼ା ଏସ୍ପି ବିନିତ ଅଗ୍ରଓ୍ବାଲ ସାମ୍ବାଦିକ ସମ୍ମିଳନୀ କରି ଘଟଣା ସଂପର୍କରେ ସୂଚନା ଦେଇଛନ୍ତି।
ସିରଫ୍ ସ୍ଲୋ ପଏଜନ ନାମରେ ଏକ ଷ୍ଟିଙ୍ଗ୍ ଅପରେସନ୍ ନ୍ୟୁଜ ସେଭେନରେ ପ୍ରସାରଣ କରାଯାଇଥିଲା। ଏହା ପରେ ଆକ୍ସନ ମୋଡ୍ରେ ଆସିଥିଲେ ନୂଆପଡ଼ା ପୋଲିସ୍। ପୂର୍ବରୁ ୭ ଜଣ ଗିରଫ ହୋଇଥିବା ବେଳେ ଗୁରୁବାର ପୁଣି ୪ ଜଣଙ୍କୁ ନୂଆପଡ଼ା ପୋଲିସ୍ ଗିରଫ କରିଛି। ନୂଆପଡା ଜିଲ୍ଲାର ସଦର ବ୍ଲକ ଓ କୋମନା ବ୍ଲକ ସାଜିଛି କଫ୍ ସିରଫ୍ କାରବାରର ପେଣ୍ଠସ୍ଥଳି। ଏସ୍ପି ବିନୀତ ଅଗ୍ରୱାଲଙ୍କ ନିର୍ଦ୍ଦେଶରେ ନୂଆପଡା ଥାନା ଅଧିକାରୀ ଆଦିତ୍ୟ ମହାକୁଡଙ୍କ ନେତୃତ୍ବରେ ଏକ ଟିମ୍ ଗଠନ କରାଯାଇଥିଲା। ଦିନରାତି କୋରେକ୍ସ ବେପାରୀଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଏହି ଟିମ୍ ଛାନ୍ଭିନ୍ ଆରମ୍ଭ କରିଥିଲା।
ବୁଧବାର ପଡୋଶୀ ଛତିଶଗଡ ଆଡ଼ୁ ସକାଳୁ ସକାଳୁ ନୂଆପଡା ଦେଇ କୋମନା ଯାଉଥିବା ଏକ ଟାଟା ଏସି ଜିପ୍କୁ ସ୍ଥାନୀୟ ଲୋକେ ସିଲଦାଠାରେ ଅଟକାଇ ଥିଲେ। ଏହା ପରେ ମାଜିଷ୍ଟ୍ରେଟ୍ ଓ ଡ୍ରଗ ଇନ୍ସପେକ୍ଟରଙ୍କ ଉପସ୍ଥିତିରେ ତଦନ୍ତ ଆରମ୍ଭ ହୋଇଥିଲା। ଏକ ଗାଡ଼ିରୁ ବିଭିନ୍ନ ବ୍ରାଣ୍ଡ ଓ ନାମର ୬୪ ପେଟି କଫ୍ ସିରଫ ପୋଲିସ୍ ଜବତ କରିଛି। ଗିରଫ ହୋଇଥିବା ୪ ଜଣ ହେଲେ ରମେଶ ସାହୁ, ପ୍ରକାଶ କୁକ୍ରେଜା, ସଂଜୟ ଯୋଶୀ ଓ ସୁମିତ କୁମାର । ଏହାସହ ୧୨୦୦ ଟଙ୍କିଆ ଦୁଇଟି ମୋବାଇଲ ଫୋନଏବଂ ଏସ-କଫ୍ ନାମରେ ବହୁ ଷ୍ଟିକର ଜବତ କରାଯାଇଛି ।
Comments are closed, but trackbacks and pingbacks are open.