ଇସଲାମାବାଦ: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କାଶ୍ମୀର ପ୍ରସଙ୍ଗକୁ ନେଇ ପୁଣି ଥରେ ଆନ୍ତର୍ଜାତିକ ସମୁଦାୟଙ୍କୁ ପରମାଣୁ ଯୁଦ୍ଧର ଭୟ ଦେଖାଇଛନ୍ତି । ଆମେରିକୀୟ ସମ୍ବାଦପତ୍ର ନୁ୍ୟୟର୍କ ଟାଇମ୍ସରେ ପ୍ରକାଶିତ ଏକ ଲେଖାସ୍ତମ୍ଭରେ ସେ ଉଲ୍ଲେଖ କରିଛନ୍ତି ଯେ ଯଦି ଆନ୍ତର୍ଜାତିକ ସମୁଦାୟ କାଶ୍ମୀର ବିବାଦର ସମାଧାନ ପାଇଁ ହସ୍ତକ୍ଷେପ ନକରନ୍ତି, ତାହାହେଲେ ଭାରତ ଓ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଲାଗିବାର ଆଶଙ୍କା ରହିଛି ।
ଇମ୍ରାନ ଦର୍ଶାଇଛନ୍ତି ଯେ କାଶ୍ମୀର ଓ ଏହାର ଜନତାଙ୍କ ଉପରେ ଭାରତ ଚଳାଇଥିବା ଦମନଲୀଳା ବନ୍ଦ କରିବା ଦିଗରେ ବିଶ୍ୱ ସମୁଦାୟ ପଦକ୍ଷେପ ନେବା ଉଚିତ । ଯଦି ଏହା କରା ନଯିବ ତେବେ ଆଣବିକ ଅସ୍ତ୍ରର ଅଧିକାରୀ ହୋଇଥିବା ଦୁଇଦେଶ ମଧ୍ୟରେ ଯୁଦ୍ଧ ଲାଗିଯିବ । ଯୁଦ୍ଧ ହେଲେ ଏହାର ପୁରା ପ୍ରଭାବ ସମଗ୍ର ବିଶ୍ୱ ଉପରେ ପଡ଼ିିବ । ଭାରତ ପ୍ରଥମେ ଆଣବିକ ଅସ୍ତ୍ର ପ୍ରୟୋଗ କରିବ ନାହିଁ ବୋଲି ଘୋଷଣା କରିଥିଲା ବେଳେ ସେଠାକାର ପ୍ରତିରକ୍ଷା ମନ୍ତ୍ରୀ ଆବଶ୍ୟକ ପଡ଼ିିଲେ ଏହି ନୀତିରେ ପରିବର୍ତ୍ତନ କରାଯିବ ବୋଲି କହିଛନ୍ତି । ଏଭଳି କହି ସେ ଆଣବିକ ଅସ୍ତ୍ର ବ୍ୟବହାର କରିବା କଥା ଇଙ୍ଗୀତ କରିଛନ୍ତି । ସେହିଭଳି ଭାରତର ଅନ୍ୟ ନେତାମାନେ ଅନେକ ସମୟରେ ପାକିସ୍ତାନ ଉପରେ ଆକ୍ରମଣ କରିବା ନେଇ ବୟାନ ଦେଉଛନ୍ତି । ବାଣିଜି୍ୟକ ସମ୍ପର୍କ କାରଣରୁ କୌଣସି ଦେଶ ଭାରତ ଉପରେ ଏହି ପ୍ରସଙ୍ଗରେ ଚାପ ପକାଇବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି ବୋଲି ଇମ୍ରାନ କହିଛନ୍ତି ।
କାଶ୍ମୀର ସମେତ ସମସ୍ତ ବିବାଦର ସମାଧାନ ପାଇଁ ଭାରତ ଓ ପାକିସ୍ତାନ ପରସ୍ପର ସହିତ ଆଲୋଚନା କରିବା ଉଚିତ୍ ବୋଲି ଇମ୍ରାନ ମତ ଦେଇଛନ୍ତି । କହିଛନ୍ତି ପାକିସ୍ତାନ କାଶ୍ମୀର ସମସ୍ୟାର ସମାଧାନ ପାଇଁ ଅନେକ ଉପାୟ ଚିନ୍ତା କରିଛି । କିନ୍ତୁ ଏସବୁ ଉପରେ ବିଚାର କରିବା ପୂର୍ବରୁ ଭାରତକୁ କେତେକ ସର୍ତ୍ତ ପାଳନ କରିବାକୁ ପଡ଼ିିବ । ଭାରତକୁ କାଶ୍ମୀରରେ ଜନମତ ସଂଗ୍ରହ ପାଇଁ ରାଜି ହେବାକୁ ପଡ଼ିିବ । ତା’ଛଡା ଭାରତ କାଶ୍ମୀରକୁ ଦେଶର ଅନ୍ୟ ଭାଗ ସହ ଯୋଡ଼ିବା ପାଇଁ ନେଇଥିବା ପଦକ୍ଷେପକୁ ରଦ୍ଧ କରିବା, ସେଠାରୁ କର୍ଫୁ୍ୟ ହଟାଇବା ଏବଂ ସେନା ପ୍ରତ୍ୟାହାର କରିବା ଉଚିତ୍ ବୋଲି ସେ ସର୍ତ୍ତ ରଖିଛନ୍ତି । ଇମ୍ରାନ କହିଛନ୍ତି ସେ ଆଲୋଚନା ପାଇଁ ଭାରତକୁ ଅନେକଥର ପ୍ରସ୍ତାବ ଦେଇଛନ୍ତି । ଏପରିକି ଭାରତର ପ୍ରଧାନମନ୍ତ୍ରୀଙ୍କୁ ୩ଥର ଚିଠି ଲେଖିଛନ୍ତି । କିନ୍ତୁ ଭାରତ ଆତଙ୍କବାଦ ପ୍ରସଙ୍ଗ ଉଠାଇ ତାକୁ ଏଡ଼ାଇ ଦେଇଛି । ସେହିପରି ସେ ଶାନ୍ତି ପାଇଁ ପ୍ରୟାସ କରୁଥିଲାବେଳେ ପାକିସ୍ତାନକୁ ଏଫ୍ଏଟିଏଫ୍ (ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ) ଦ୍ୱାରା କଳା ତାଲିକାଭୁକ୍ତ କରିବା ପାଇଁ ଭାରତ ଲବି ଚଳାଉଛି ବୋଲି ଇମ୍ରାନ ଅଭିଯୋଗ ମଧ୍ୟ କରିଛନ୍ତି । ଭାରତକୁ ଯୁଦ୍ଧ, ପରମାଣୁ ଆକ୍ରମଣର ଧମକ ଦେଇଆସୁଥିବା ପାକିସ୍ତାନ ଏବେ ଭାରତ ସହିତ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ କରିବାକୁ ଅଧିକ ଆତୁରତା ପ୍ରକାଶ କରୁଛି । ଏହି ପରିପ୍ରେକ୍ଷୀରେ ପାକ୍ ବିଦେଶ ମନ୍ତ୍ରୀ ଶାହ ମେହମ୍ମୁଦ କୁ୍ୟରେସୀ ଆଜି କହିଛନ୍ତି ଯେ, ଭାରତ ସହିତ ଦ୍ୱିପାକ୍ଷିକ ଆଲୋଚନା କରିବା ପାଇଁ ପାକିସ୍ତାନ ଅରାଜି ନୁହେଁ । ତେବେ କୌଣସି ତୃତୀୟ ଦେଶ ଏଥିରେ ମଧ୍ୟସ୍ଥତା କଲେ ଭଲ । ହେଲେ କାଶ୍ମୀର ସମସ୍ୟାର ସମାଧାନ ପାଇଁ ଭାରତ ଉପଯୁକ୍ତ ପରିବେଶ ସୃଷ୍ଟି କରୁନାହିଁ । ଭାରତକୁ ଏଥିପାଇଁ ପାକିସ୍ତାନର କିଛି ସର୍ତ୍ତ ମାନିବାକୁ ପଡିବ । ଭାରତ ପ୍ରଥମେ କାଶ୍ମୀରୀ ନେତାମାନଙ୍କୁ ମୁକ୍ତ କରିବା ସହିତ ସେମାନଙ୍କ ସହିତ ସାକ୍ଷାତ କରିବା ପାଇଁ ତାଙ୍କୁ ସୁଯୋଗ ଦେବା ଆବଶ୍ୟକ ।
Comments are closed, but trackbacks and pingbacks are open.