ଟାଙ୍ଗୀ : ପୁଣି ପ୍ରବାସୀ ଓଡିଆଙ୍କୁ ନେଇ ଆସୁଥିବା ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଖୋର୍ଦ୍ଧା ଏନ୍ ଏଚ୍ -୧୬ ଟାଙ୍ଗୀ ଥାନା କୁହୁଡି ନିକଟରେ ଟ୍ରକକୁ ପିଟିଛି ବସ । ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଆହତ ହୋଇଛନ୍ତି ।
ବାସୀ ଓଡ଼ିଆଙ୍କୁ ନେଇ ସିଲ୍କି ଲାଇନ୍ସ୍ ନାମକ ବସଟି ହାଇଦ୍ରାବାଦରୁ ବାଙ୍କୀ ଆସୁଥିଲା । ଏଥିରେ ବାଙ୍କି, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାର ୪୦ ଜଣ ପ୍ରବାସୀ ଓଡିଆ ଥିଲେ । ମୃତ ଡ୍ରାଇଭର ହେଲେ କେ.ଶ୍ରୀକାନ୍ତ । ରାସ୍ତାରେ ଅଟକି ରହିଥିବା ଏକ ଆମ୍ବ ବୋଝେଇ ଟ୍ରକ ପଛରେ ଏହି ଯାତ୍ରୀବାହୀ ବସ୍ ଟି ଧକ୍କା ହୋଇଥିଲା । ଅନ୍ୟ ଏକ ବସ୍ ରେ ଯାତ୍ରୀଙ୍କୁ ଗନ୍ତବ୍ୟ ସ୍ଥଳକୁ ପଠା ଯାଇଛି ।.
Comments are closed, but trackbacks and pingbacks are open.