ପୁଣି ଭିମ୍ସାର୍ ଡାକ୍ତରଙ୍କ ଦାଦାଗିରି!:ପୁଲିସ୍ ଉପସ୍ଥିତିରେ କଙ୍ଗାରୁ କୋର୍ଟ

Get real time updates directly on you device, subscribe now.

ବୁର୍ଲା,(ବି.ବି.ନୁ୍ୟଜ୍): ମାତ୍ର ୨ ବର୍ଷ ନ ପୁରୁଣୁ ପୁଣି ଥରେ ଭିମସାର୍ ଡାକ୍ତରୀ ଛାତ୍ରଙ୍କ ଦାଦାଗିରି ସୀମା ଟପିଛି । ପୁଲିସର କବ୍ଜାରେ ଥିବା ଜଣେ ରୋଗୀଙ୍କ ସଂପର୍କୀୟକୁ ଶତାଧିକ ଛାତ୍ର ଘେରି ନିର୍ମମ ମାଡ ମାରି ଲହୁଲୁହାଣ କରିବା ସହିତ ଜଣେ ଡାକ୍ତରଙ୍କ ଗୋଡ ତଳେ ପକାଇ କ୍ଷମା ମାଗିବା ଭଳି କଙ୍ଗାରୁ କୋର୍ଟର ଦୃଶ୍ୟ ସୋମବାର ଭାଇରାଲ୍ ହୋଇଛି । ଫଳରେ ଡାକ୍ତରୀ ଛାତ୍ରଙ୍କ ଏଭଳି କାରନାମାକୁ ସବୁ ମହଲରେ ତୀବ୍ର ନିନ୍ଦା କରାଯାଇଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ, ପୁଲିସର କବଜାରେ ଥିବା ସତ୍ତେ୍ୱ ସଂପୃକ୍ତ ରୋଗୀଙ୍କ ସଂପର୍କୀୟଙ୍କୁ ମାଡ ଚାଲିଥିବା ବେଳେ ଜଣେ ଡାକ୍ତରଙ୍କ ପାଦ ତଳେ ପକାଇ କ୍ଷମା ମାଗିବାକୁ ବାଧ୍ୟ କରାଯିବା ଦୃଶ୍ୟ ସବୁ ମହଲକୁ ଆନେ୍ଦାଳିତ କରିଛି । ଏହି ଘଟଣାର ତଦନ୍ତ ନିଦେ୍ର୍ଧଶ ଡିଆଇଜି ଦେଇଥିବା ବେଳେ ପୁଲିସ ଏଭଳି ତାଲିବାନୀ ଶାସନ ପାଇଁ କିପରି ଅନୁମତି ଦେଲା ବୋଲି ଏବେ ପ୍ରଶ୍ନ ଉଠିଛି । ଅପରପକ୍ଷେ, ରୋଗୀ ସଂପର୍କୀୟଙ୍କୁ ମାଡ଼ ଘଟଣାରେ ଡାକ୍ତରଙ୍କ ବିରୋଧରେ ଏତଲା ହୋଇଥିଲେ ବି ପୁଲିସ ଅଭିଯୁକ୍ତ ଡାକ୍ତରମାନଙ୍କୁ ହାତ ମାରିବାକୁ ସାହସ ଜୁଟାଇ ପାରିନାହିଁ ।

ବୁର୍ଲା ମେଡିକାଲରେ ଡାକ୍ତର ଏବଂ ରୋଗୀ ସମ୍ପର୍କୀୟଙ୍କ ମଧ୍ୟରେ ଗତକାଲି ହୋଇଥିବା ଗଣ୍ଡଗୋଳକୁ ନେଇ ପୁରା ଭିମସାର ଅଶାନ୍ତ ହୋଇ ଉଠିଛି । ସେପଟେ ଡାକ୍ତରଖାନା ପରିସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ହୋଇଥିବା କଙ୍ଗାରୁ କୋର୍ଟର ଏକ ଭିଡିଓ ଭାଇରାଲ ହୋଇଛି । ତେବେ ଅନ୍ୟସ୍ଥାନରେ କଙ୍ଗାରୁ କୋର୍ଟ ଚାଲିଥିଲେ ତାହା ବିରୁଦ୍ଧରେ ପୁଲିସ କଡା କାର୍ଯ୍ୟନୁÂାନ ଗ୍ରହଣ କରିଥାଏ, କିନ୍ତୁ ଏଠାରେ ଦୃଶ୍ୟ କିଛି ଭିନ୍ନ ଥିଲା । ପୁଲିସର ବରିÂ ଅଧିକାରୀଙ୍କ ଉପସ୍ଥିତିରେ ଏହି ଡାକ୍ତରୀ ଛାତ୍ରମାନେ ଗତକାଲି ମାଡ ଘଟଣାରେ ପୁଲିସ ଗିରଫ କରିଥିବା ଦୁଇଜଣ ଯୁବକ ଝସକେତନ ରାଉଳ ଓରଫ ଆଲୋକ ଏବଂ ମୁକେଶ ବେହେରାଙ୍କ ମଧ୍ୟରୁ ଝସକେତନକୁ ଅତି ନିର୍ମମ ଭାବରେ ପିଟିଛନ୍ତି । କଥା ଏତିକିରେ ସରିନାହିଁ । ଶେଷରେ ବରିÂ ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ ତାଙ୍କୁ ଫାଣ୍ଡି ଭିତରୁ ବାହାରକୁ ଟାଣିଆଣି ଡା. ସୁର୍ଯ୍ୟକାନ୍ତ ପା;ଯୋଶୀଙ୍କ ପାଦ ଧରି କ୍ଷମା ପା୍ରର୍ଥନା କରିବା ପାଇଁ ବାଧ୍ୟ କରିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ କଥା ହେଉଛି ଯେ, ଖୋଦ୍ ଏହି ସବୁ ଦୃଶ୍ୟକୁ ଜଣେ ଡାକ୍ତରୀ ଛାତ୍ର ମୋବାଇଲ୍ରେ ସୁଟିଂ କରି ଭାଇରାଲ୍ କରିଥିବା ଜଣାପଡିଛି ।

ତେବେ, ଏଭଳି ବର୍ବରୋଚିତ କାଣ୍ଡକୁ ପୁଲିସ ମଧ୍ୟ କେମିତି ଅନୁମତି ଦେଇଥିଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଏହି ସମୟରେ ଏସଡିପିଓ ଶିଶୁରଞ୍ଜନ ମହାପାତ୍ର, ବୁର୍ଲା ଥାନା ଅଧିକାରୀ ବିଭୁତି ଭୂଷଣ ଭୋଇ, ହୀରାକୁଦ ଥାନା ଅଧିକାରୀ ଅମରେନ୍ଦ୍ର ଷାଣ୍ଢ ଏବଂ ଅନ୍ୟାନ୍ୟ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ । ଏପରିକି ଝସକେତନଙ୍କୁ କିଛି ପୁଲିସ କର୍ମଚାରୀ ଧରିଥିବା ସତ୍ତେ୍ୱ ଡାକ୍ତରୀ ଛାତ୍ରଙ୍କ ମାଡ ମାରୁଥିବା ସମସ୍ତଙ୍କୁ ଚକିତ କରିଛି । ଏହି ଘଟଣା ଟି ସମ୍ପୂର୍ଣ ବେଆଇନ ହୋଇଥିବା ବେଳେ ଉପସ୍ଥିତ ଥିବା ବରିÂ ପୁଲିସ ଅଧିକାରୀମାନେ କିଭଳି ଭାବରେ ଏହାକୁ ଅନୁମତି ଦେଲେ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଏହି ଘଟଣାରେ ମଧ୍ୟ ବୁର୍ଲା ପୁଲିସ ୫ଟି ଉଲ୍ଲଂଘନ କରିଥିବା ସ୍ପଷ୍ଟ ଜଣାପଡୁଛି ।
ଡାକ୍ତରୀ ଛାତ୍ରଙ୍କ ପାଇଁ ଏତେ ଦରଦ କଣ ପାଇଁ ବୋଲି ଚର୍ଚ୍ଚର୍ା ଜୋର ଧରିଛି । ମେଡିକାଲ ଫାଣ୍ଡିରେ ଗତକାଲି ଅଭିଯୁକ୍ତ ମାନଙ୍କୁ ଅଟକ ରଖିଥିବା ବେଳେ ଶତାଧିକ ମେଡିକାଲ ଛାତ୍ର ଆସି ମେଡିକାଲ ଫାଣ୍ଡି ଘେରି ଯାଇଥିଲେ । ଖରାପ ଭାଷାରେ ଗାଲି ଗୁଳଜ ମଧ୍ୟ କଲେ ଏମିତି କି ଫାଣ୍ଡି ଭିତରକୁ ଧସେଇ ବସିବାକୁ ଉଦ୍ୟମ କଲେ । ହେଲେ ବରିଷ୍ଟ ପୁଲିସ ଅଧିକାରୀ ତଥା ୪ ପ୍ଲାଟୁନ ଫୋର୍ସ ଥାଇ ମଧ୍ୟ ସମସ୍ତେ ନିରୁପାୟ ଥିଲେ । ଡାକ୍ତରମାନେ ଯାହା ଚାହିଁଲେ ତାହା କଲେ । ପୁଲିସ ଡାକ୍ତର କଥାକୁ ସମର୍ଥନ ଜଣାଇ ସେମାନଙ୍କ କଥାରେ ହଁ ମାରି ଚାଲିଲା । ଏପରିକି ଆଇନର ସୂତ୍ରକୁ ମଧ୍ୟ ଭୁଲି ଗଲା । ଯାହାଫଳରେ ପୁଲିସ ହେପାଜତ ରେ ଥିବା ଯୁବକକୁ କ୍ଷମା ମାଗିବା ପାଇଁ ଅନୁମତି ଦେଲା ଏବଂ ସେହି ଭିଡିଓ ସୁଟ୍ କରି ମେଡିକାଲ ଛାତ୍ରଛାତ୍ରୀ ଭାଇରାଲ କଲେ ।
ସବୁଠାରୁ ବଡ କଥା ହେଲା ଗତକାଲି ଡାକ୍ତରଙ୍କ ଅଭିଯୋଗ ମତେ ଅଧୀକ୍ଷକ ଦାୟିତ୍ୱରେ ଥିବା ଡାକ୍ତର ଲାଲ୍ ମୋହନ ନାୟକ ପୁଲିସକୁ ଲିଖିତ ଅଭିଯୋଗ କରିବା ମାତ୍ରେ ପୁଲିସ ଆଉ କୌଣସି ପ୍ରକାର ତଦନ୍ତ ନ କରି ସିଧା ସେମାନଙ୍କୁ ଉଠାଇ ନେଇଥିଲା ଏବଂ ଗିରଫ କରି କୋର୍ଟଚାଲାଣ କରିଥିଲା । ଅଥଚ ଗିରଫ ହୋଇଥିବା ଦୁଇଜଣ ଯୁବକଙ୍କ ଘରଲୋକଙ୍କ ପକ୍ଷରୁ ଡାକ୍ତରଙ୍କ ବିରୁଦ୍ଧରେ ଏତଲା ଦେବାର ୨୪ ଘଣ୍ଟା ପରେ ବି କୌଣସି କାର୍ଯ୍ୟାନୁÂାନ ଗ୍ରହଣ କରିନାହିଁ । ତେବେ ଏହି ସମଗ୍ର ଘଟଣାକୁ ଦେଖିଲେ ପୁଲିସ ଏକ ତରଫା ନ୍ୟାୟ ବିଚାର କଲା ଭଲି ଲାଗୁଛି । ଡିଆଇଜି ହିମାଂଶୁ ଲାଲ ଏହାର ତଦନ୍ତ ନିଦେ୍ର୍ଧଶ ଦେଇଥିବା ବେଳେ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons