
‘ମୂଷା ମୋର ରଜନୀକାନ୍ତ’ ପରେ ଏବେ ‘ୱୁହାନ୍ରୁ ଓଡ଼ିଶା’ । ପୁଣି ଏକାଠି ହୋଇଛନ୍ତି ନାୟିକା ଲିପିକା ଓ ନାୟକ ଅଭିଜିତ୍ । ଉଭୟେ ସିନେମାକୁ ନେଇ ବହୁତ ବ୍ୟସ୍ତ । ସୁଟିଂ ସେଟ୍ରେ ନିଜ ନିଜ ଚରିତ୍ରକୁ ନେଇ ସଚେତନ ଦୁଇ କଳାକାର କିପରି ଅଭିନୟକୁ ଅଧିକ ବାସ୍ତବ ଓ ଜୀବନ୍ତ କରିବେ ସେଥିପାଇଁ ଫୁଲ୍ ଦମ୍ରେ ଲାଗିପଡ଼ିଛନ୍ତି । ଯେହେତୁ ‘ୱୁହାନ୍ରୁ ଓଡ଼ିଶା’ ବ୍ୟବସାୟଧର୍ମୀ ନୁହେଁ, ଏକ ଭିନ୍ନ ସ୍ୱାଦର ଚଳଚ୍ଚିତ୍ର ହେବ ସେଥିଲାଗି ଦୁହିଁଙ୍କୁ ଟିକେ ଅଧିକ ପରିଶ୍ରମ କରିବାକୁ ପଡ଼ୁଛି । ସୁମା ରିୟଲ ମିଡିଆର ତୃତୀୟ ଅବଦାନରେ ନିର୍ମିତ ଏ ସିନେମାରେ ନିଜ ଶ୍ରେÂ ଶତପ୍ରତିଶତ ଦେବାକୁ ଲିପିକା-ଅଭିଜିତ୍ ପ୍ରୟାସ ଚଳାଇଛନ୍ତି । ପ୍ରଯୋଜନା ସଂସ୍ଥା ସୂଚନା ମୁତାବକ ସିନେମାଟି ପ୍ରେକ୍ଷାଳୟ ନୁହେଁ ବରଂ ଦେଶ ବିଦେଶର ବଡ଼ ବଡ଼ ଚଳଚ୍ଚିତ୍ର ଉତ୍ସବରେ ଭାଗ ନେବ । ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ସଫଳତା ଅର୍ଜନ କଲା ଭଳି ସିନେମା ହେବ । ଭିଡ଼ ଭିତରୁ ବାହାରି, ଚିରାଚରିତ ଧାରାକୁ ଭାଙ୍ଗି ଏ ଚଳଚ୍ଚିତ୍ର ଓଡ଼ିଆ ଚଳଚ୍ଚିତ୍ର ଜଗତରେ ନୂଆ କୀର୍ତ୍ତିମାନ ସ୍ଥାପନ କରିବ । ଏହାକୁ ଦୃଷ୍ଟିରେ ରଖି ଏଭଳି ଏକ ଚଳଚ୍ଚିତ୍ରର ପରିକଳ୍ପନା କରିଛନ୍ତି ପ୍ରଫେସର ଡ. ମନୋଜରଞ୍ଜନ ନାୟକ । ତାକୁ ରୂପ ଦେବାକୁ ଅଣ୍ଟା ଭିଡ଼ି ଆଗେଇ ଆସିଛନ୍ତି ଓଲିଉଡର ଗିମିକ୍ ମାଷ୍ଟର୍ ତଥା ଚର୍ଚ୍ଚିତ ନିଦେ୍ର୍ଧଶକ ସଞ୍ଜୟ ନାୟକ ଓ ତାଙ୍କ ଟିମ୍ ।


Comments are closed, but trackbacks and pingbacks are open.