ପୁତୁରାକୁ ଗୁଳି କରି ହତ୍ୟା କଲା ଦାଦା

Get real time updates directly on you device, subscribe now.

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଅନ୍ତର୍ଗତ ଡାଲଗୁମାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏଠାରେ ଜଣେ ବ୍ୟକ୍ତି ନିଜ ପୁତୁରାକୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି ।
ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କିଆପଦର ଗ୍ରାମପଞ୍ଚାୟତର ଡାଲଗୁମା ଗାଁରେ ଏହି ଗୁଳିକାଣ୍ଡ ଘଟିଛି ଗୁଳିକାଣ୍ଡ। ଶତ୍ରୁଘନ ମାଝୀ(୫୪)ନାମକ ଜଣେ ବ୍ୟକ୍ତି ନିଜ ପୁତୁରା ରାଜୋ ମାଝୀ (୧୮)କୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି ।ତେବେ ହତ୍ୟାର କାରଣ ଜଣାପଡି ନାହିଁ । ଖବର ପାଇ ଘଟଣାସ୍ଥଳରେ ଥୁଆମୂଳ ରାମପୁର ପୋଲିସ ପହଁଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons