ପୁନରୁଦ୍ଧାର ପାଇଁ ଯିବ ବୈଷୟିକ ଟିମ୍

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବରଗଡ଼ ସମବାୟ ଚିନିକଳ ଲିମିଟେଡ୍ର ପୁନରୁଦ୍ଧାର କରାଯିବ । ବରଗଡ଼ ସମବାୟ ଚିନିକଳ ଲିମିଟେଡ୍ର ପୁନରୁଦ୍ଧାର ପାଇଁ କ’ଣ ଆବଶ୍ୟକ, କିଭଳି ସ୍ଥିତିରେ ଅଛି ଚିନିକଳ ଆଦି ଉଚ୍ଚସ୍ତରୀୟ ବୈଷୟିକ ଟିମ୍ ଅନୁଧ୍ୟାନ କରିବେ ବୋଲି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।
ଆଜି ଲୋକସେବା ଭବନରେ ବରଗଡ଼ ସମବାୟ ଚିନିକଳ ଲିମିଟେଡ୍ର ବର୍ତ୍ତମାନର ସ୍ଥିତି ନେଇ ସମୀକ୍ଷା ହୋଇଥିଲା । ସମୀକ୍ଷା ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଅଧ୍ୟକ୍ଷତା କରି ଏହା କହିଛନ୍ତି । ବୈଠକରେ କୃଷି ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ କୁମାର ସିଂ, ବରଗଡ଼ର ବିଧାୟକ ଦେବେଶ୍ ଆଚାର୍ଯ୍ୟ, ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ କୁମାର ମୀନା, ସମବାୟ କମିଶନର ବୀରବିକ୍ରମ ଯାଦବ, ସମବାୟ ସମିତି ସମୂହ ନିବନ୍ଧକ ବିଭୂତି ଭୂଷଣ ପଟ୍ଟନାୟକଙ୍କ ସମେତ ବରଗଡ଼ର ଜିଲ୍ଲାପାଳ, ବରଗଡ଼ ସମବାୟ ଚିନିକଳର ପରିଚାଳନା ନିଦେ୍ର୍ଧଶକ ପ୍ରମୁଖ ଯୋଗ ଦେଇଥିଲେ ।
ବରଗଡ଼ ସମବାୟ ଚିନିକଳ ୩ ବର୍ଷ ହେବ ବନ୍ଦ ରହିଛି । ଆନ୍ତର୍ଜାତୀୟ ସ୍ତରରେ ଚିନିର ବଜାର ମୂଲ୍ୟ ହ୍ରାସ ଏବଂ ଏହି ଚିନିକଳରୁ ଉପôାଦନ ଖର୍ଚ୍ଚ ଅଧିକ ହେଉଥିବାରୁ ଚିନିକଳ କ୍ରମାଗତ ଭାବେ କ୍ଷତି ସହି ଆସୁଥିଲା । ଏହା ସହିତ ଦୈନିକ ୧୨୫୦ ଟନ୍ ଆଖୁପେଡ଼ା ଯାଉଥିବା ଏହି ସ୍ୱଳ୍ପକ୍ଷମତା ସମ୍ପନ୍ନ ଚିନିକଳ ଲାଭଜନକ ହୋଇପାରୁନଥିବା ବୈଠକରେ ଆଲୋଚନା ହୋଇଥିଲା । ଏଥିସହ ବର୍ତ୍ତମାନ ଚିନିକଳ ନିକଟବର୍ତ୍ତୀ ଅଞ୍ଚଳରେ ଆଖୁଚାଷ କମିଥିବା ବୈଠକରେ ଆଲୋଚନା ହୋଇଥିଲା । ସେହିପରି ଆଖୁଚାଷୀମାନଙ୍କର ସ୍ୱାର୍ଥ, ଚିନିକଳର ଶ୍ରମିକ ଓ କର୍ମଚାରୀ ତଥା ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବ । ଯାହା ସ୍ଥିତି ଅନୁଧ୍ୟାନ କରି ବିସ୍ତୃତ ରିପୋର୍ଟ ପ୍ରଦାନ କରିବ ବୋଲି ବୈଠକରେ ଯୋଗ ଦେଇଥିବା ଅଧିକାରୀମାନେ କହିଥିଲେ ।
ଅପରପକ୍ଷେ ବରଗଡ଼ ସମବାୟ ଚିନିକଳ ଅଧୀନରେ ଥିବା ସମସ୍ତ ଜମିକୁ ଆସନ୍ତା ୭ ଦିନରେ ରେକଡର଼୍ଭୁକ୍ତ କରାଯିବ । ଜିଲ୍ଲା ପ୍ରଶାସନ ସହଯୋଗରେ ରେକଡର଼୍ଭୁକ୍ତ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଭାଗୀୟ ଅଧିକାରୀଙ୍କୁ ନିଦେ୍ର୍ଧଶ ଦେଇଥିଲେ । ସେହିପରି ଚିନିକଳର କର୍ମଚାରୀଙ୍କ ପାଇଁ ସ୍ୱେଚ୍ଛାକୃତ ଅବସର ଯୋଜନା ଲାଗୁ କରିବା ଓ ବରଗଡ଼ର ଚିନିକଳର ପୁନରୁଦ୍ଧାର ସମ୍ପର୍କରେ ଆଗ୍ରହୀ ସଂସ୍ଥାଗୁଡିକଠାରୁ ପ୍ରସ୍ତାବ ଆହ୍ୱାନ ନିମନ୍ତେ ମଧ୍ୟ ଆଲୋଚନା ହୋଇଥିଲା । ବରଗଡ଼ ସମବାୟ ଚିନିକଳ ସମ୍ପର୍କିତ ପ୍ରସ୍ତାବଗୁଡ଼ିକ ରାଜ୍ୟ କ୍ୟାବିନେଟ୍ରେ ଉପସ୍ଥାପନ ପରେ କାର୍ଯ୍ୟକାରୀ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons