ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରୋଡ ରୋମିଓଙ୍କୁ ସାବାଡ୍ କରି ଚର୍ଚ୍ଚାକୁ ଆସିଥିବା ଯୁବତୀଙ୍କୁ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ ପୁରସ୍କୃତ କରିଛନ୍ତି । ଯୁବତୀ ଜଣକ ହେଲେ ବାଲେଶ୍ୱରର ବବିତା ମହାଲିକ୍ । କମିଶନରେଟ୍ ମୁଖ୍ୟାଳୟରେ ଡ. ଷଡ଼ଙ୍ଗୀ କମିଶନରେଟ୍ ପୁଲିସର ଲୋଗୋ ଥିବା ଏକ ଫଳକ ଦେଇ ବବିତାଙ୍କୁ ସମ୍ମାନିତ କରିଥିଲେ । ତାଙ୍କର ଏପରି ସାହସ ପାଇଁ ସାବାସୀ ଜଣାଇଥିଲେ । ସୂଚନା ଥାଉ କି, ବବିତା ୨ ଦିନ ତଳେ ତାଙ୍କୁ ପିଛା କରୁଥିବା ୨ ଜଣ ରୋଡ଼ ରୋମିଓଙ୍କୁ ବମିଖାଲ କେନାଲ୍ ରୋଡରେ ମାଡ଼ ମାରି ଓ ବସ୍ଉଠ କରାଇଥିଲେ । ସେମାନେ ବାଇକ୍ରେ ବବିତାଙ୍କୁ ପିଛା କରିବା ସହ ତାଙ୍କୁ ଅଶ୍ଳୀଳ କମେଣ୍ଟ କରୁଥିଲେ । ବବିତା ଏହାର ପ୍ରତିରୋଧ କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।
Comments are closed, but trackbacks and pingbacks are open.