ପୁରୀକୁ ବ୍ୟାଟେରିଚାଳିତ ଯାନ,ପିସିଆର୍ ଭ୍ୟାନ୍ ଦେଲା ନାଲ୍କୋ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ):ପୁରୀକୁ ଏକ ସ୍ୱଚ୍ଛ ଆଇକନିକ୍ ସ୍ଥାନରେ ରୂପାନ୍ତରିତ କରିବା ପାଇଁ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନି ଲିମିଟେଡ୍ (ନାଲ୍କୋ) ପକ୍ଷରୁ ଉଦ୍ୟମ ଜାରି ରହିଛି । ଏହି କ୍ରମରେ କମ୍ପାନି ପକ୍ଷରୁ ପୁରୀର ଜନସାପାରଣଙ୍କ ପାଇଁ ପରିବେଶ ଅନୁକୂଳ ୫ଟି ବ୍ୟାଟେରି ଚାଳିତ ଯାନ ଏବଂ ଗୋଟିଏ ପିସିଆର୍ ମୋବାଇଲ୍ ଭ୍ୟାନ୍ ପ୍ରଦାନ କରାଯାଇଛି ।
ଭିନ୍ନକ୍ଷମ, ଅସୁସ୍ଥ ବ୍ୟକ୍ତି ତଥା ବରିÂ ନାଗରିକଙ୍କ ସୁବିପା ପାଇଁ ନାଲ୍କୋ ପକ୍ଷରୁ ବ୍ୟାଟେରି ଚାଳିତ ଯାନ ପ୍ରଦାନ କରାଯାଇଛି, ଯାହାକି ପୁରୀରେ ଜଗନ୍ନାଥ ମନ୍ଦିର ଏବଂ ଜଗନ୍ନାଥ ବଲ୍ଲଭ ମଠ ମଧ୍ୟରେ ଯାତାୟତ କରିବ । ଏହି ବ୍ୟାଟେରି ଚାଳିତ ଯାନ ପ୍ରଦାନ ପରେ ନାଲ୍କୋ ପକ୍ଷରୁ ସମୁଦାୟ ୧୨ଟି ଯାନ ପ୍ରଦାନ କରାଯାଇଛି । ଏହି ବାହନଗୁଡିକର ଶୁଭାରମ୍ଭ କେନ୍ଦ୍ର ଖଣି ମନ୍ତ୍ରାଳୟର ଅତିରିକ୍ତ ସଚିବ ଡ. କେ. ରାଜେଶ୍ୱର ରାଓ, ନାଲ୍କୋ ଅଧ୍ୟକ୍ଷ ଡ. ତପନ କୁମାର ଚାନ୍ଦ ଏବଂ ନାଲ୍କୋ ନିଦେ୍ର୍ଧଶକବୃନ୍ଦଙ୍କ ଦ୍ୱାରା ପୁରୀ ଜନସାପାରଣଙ୍କ ଉପସ୍ଥିତିରେ ହୋଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons