ପୁରୀ,(ବି.ବି.ନୁ୍ୟଜ୍): ପୁରୀରେ ଚାଲିଛି ଦେହ ବେପାର । ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ ନିରବ ଥିଲା ପୁଲିସ । ହେଲେ ରବିବାର ବଳିଆପଣ୍ଡା ଥାନା ଅଧୀନ କ୍ରିଷ୍ଣା ସି ସାଇଟ୍ ଆପାର୍ଟମେଣ୍ଟରେ ଘଟିଥିବା ଏକ ଅଭାବନୀୟ ଘଟଣା ସେକ୍ସ ର୍ୟାକେଟ୍କୁ ପଦାରେ ପକାଇଛି । ହୋଟେଲ୍ ରୁମ୍ରେ ହଟହଟା ହୋଇଛନ୍ତି ଦୁଇ ଦେହଜୀବୀଙ୍କ ସହ ଦୁଇ ଗ୍ରାହକ । ଦେହର ଭୋକ ମେଣ୍ଟାଇବା ବେଳେ ବ୍ଲାକ୍ମେଲ୍ ର ଶିକାର ହୋଇଛନ୍ତି । ଶେଷରେ ଦୁଇ ଗ୍ରାହକଙ୍କ ସହ ଫସିଛି ଜଣେ ବ୍ଲାକ୍ମେଲର୍ । ଦୁଇଟି ମାମଲାରେ ୩ଜଣ ଗିରଫ ହୋଇଥିବା ବେଳେ ଜଣେ ବ୍ଲାକ୍ମେଲର୍ ଖସିଯାଇଥିବା ପୁଲିସ ରେକର୍ଡରୁ ଜଣାପଡ଼ିଛି । ହେଲେ ଏହି ମାମଲାରେ ପୁରୀର ଅନେକ ପ୍ରଭାବଶାଳୀଙ୍କ ହାତ ଥିବାବେଳେ ମାମଲାରେ ଏମାନଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଛି ।
ଗିରଫ ୨ ଗ୍ରାହକ ହେଲେ, ଯାଜପୁର ରୋଡ୍ର ଚିନ୍ମୟସ୍ୱରୂପ ପଣ୍ଡା (୫୨) ଓ ଯାଜପୁର ପାଣିକୋଇଲିର ଚିନ୍ମୟରଞ୍ଜନ ରାଉତ (୪୯) ଏବଂ ଗିରଫ ବ୍ଲାକ୍ମେଲର୍ ଜଣକ ହେଲା ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧୀନ ରାମପୁରର ସୁନୀଲ କୁମାର ରାଉତ (୨୯) । ଖସିଯାଇଥିବା ବ୍ଲାକ୍ମେଲର୍ କଟକ ମଙ୍ଗଳାବାଗର ଆନନ୍ଦ ରାମ୍ ବୋଲି ପୁଲିସ କହିଛି । ୩ ଗିରଫ ଅଭିଯୁକ୍ତ ଦୁଇଟି ଛାମୁଆ ଧାର୍ମିକ ଅନୁÂାନର ଜିଲ୍ଲା ପ୍ରମୁଖ ବୋଲି ପୁଲିସ କହିଛି । ଗ୍ରାହକଙ୍କ କାର୍, ହୋଟେଲ୍ ରୁମ୍ରୁ ୪ ହଜାର ୨ ଶହ ଟଙ୍କା, କାମୋଦ୍ଧୀପକ ଔଷଧ ଓ ନିରୋଧ ଜବତ କରାଯାଇଛି । ସେହିପରି ବ୍ଲାକ୍ମେଲର୍ର କାର୍କୁ ମଧ୍ୟ ପୁଲିସ ଜବତ କରିଛି ।
ପୁଲିସ ରେକର୍ଡ ଅନୁଯାୟୀ, ରବିବାର ୨ ଜଣ ୨୧ ବର୍ଷୀୟା ଦେହଜୀବୀଙ୍କୁ ନେଇ ୨ ବୟସ୍କ ଗ୍ରାହକ ପୁରୀ ଆସିଥିଲେ । ଉଭୟ ଦେହଜୀବୀ ଜଣକ ପିଛା ୧୦ ହଜାର ଟଙ୍କା ନେବାକୁ ସ୍ଥିର ହୋଇଥିବା ପୁଲିସ କହିଛି । ଦୁହେଁ ୨୦ ହଜାର ଟଙ୍କା ନେବାକୁ କଥା ହୋଇଥିଲା । ସେମାନେ ଅନ୍ଲାଇନ୍ରେ କ୍ରିଷ୍ଣା ସି ସାଇଟ୍ ଆପାର୍ଟମେଣ୍ଟ ୧୦ ବ୍ଲକର ୧୦୩ ନମ୍ବର ରୁମ୍ ବୁକ୍ କରିଥିଲେ । ସେପଟେ ଯାଜପୁରରୁ ପିଛା କରିଥିଲେ ବ୍ଲାକ୍ମେଲର୍ ସୁନୀଲ୍ ଓ ତାଙ୍କ ସହଯୋଗୀ । ସେମାନେ କ୍ରିଷ୍ଣା ସି ସାଇଟ୍ ଆପାର୍ଟମେଣ୍ଟ ନିକଟ ଏକ ହୋଟେଲ୍ରେ ରହିଥିଲେ । ରାତି ପ୍ରାୟ ୧୦ଟା । ରୁମ୍ କବାଟ ଠକ୍ ଠକ୍ କରିଥିଲେ ସୁନୀଲର ଟିମ୍ । ଚିନ୍ମୟ କବାଟ ଖୋଲିବା ମାତ୍ରେ ସୁନୀଲ ସହଯୋଗୀଙ୍କ ସହ ରୁମ୍ ଭିତରେ ପଶି ଯାଇଥିଲା । ସେମାନେ ଦୁଇ ଦେହଜୀବୀ ଓ ଦୁଇ ଗ୍ରାହକଙ୍କ ଅସଞ୍ଜତ ଅବସ୍ଥାର ଫଟୋ ଉତ୍ତୋଳନ କରିବା ସହ ମୋଟା ଅଙ୍କର ଅର୍ଥ ଦାବି କରିଥିବା ପୁଲିସ କହିଛି । ସେମାନଙ୍କ ପାଖରେ ଥିବା ଟଙ୍କା ଛଡ଼ାଇ ନେଇଯିବା ସହ ହତ୍ୟା ଧମକ ଦେଇଥିବା ଓ ଆଉ ଟଙ୍କା ନଦେଲେ ସମସ୍ତଙ୍କୁ ସୋସିଆଲ୍ ମିଡିଆରେ ଫଟୋ ଛାଡି ବଦ୍ନାମ୍ କରିବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି । ହେଲେ ଟଙ୍କା ଦେଇନଥିଲେ ଦୁଇ ଗ୍ରାହକ । ତେଣୁ ରୁମ୍ ଛାଡି ନଥିଲେ ସୁନୀଲ୍ର ଟିମ୍ । ସକାଳ ପର୍ଯ୍ୟନ୍ତ ସମସ୍ତେ ସେହି ରୁମ୍ ଭିତରେ ବସି ରହିଥିଲେ ।
ଏନେଇ ଚିନ୍ମୟ ପଣ୍ଡା ତାଙ୍କ ଜଣେ ସମ୍ପର୍କୀୟଙ୍କୁ ଜଣାଇଥିଲେ । ସମ୍ପର୍କୀୟ ଜଣକ ସୋମବାର ସକାଳେ ପୁରୀ ଏସ୍ପିଙ୍କୁ ଜଣାଇଥିଲେ । ଏସ୍ପିଙ୍କ ନିଦେ୍ର୍ଧଶକ୍ରମେ ବଳିଆପଣ୍ଡା ଥାନା ଏସ୍ଆଇ ରବିନ୍ଦ୍ରନାଥ ସେଠୀ ସଦଳବଳେ ଚଢଉ କରିଥିଲେ । ସୁନୀଲ୍ ସହ ଦୁଇ ଗ୍ରାହକଙ୍କୁ ପୁଲିସ କାବୁ କରିଥିବାବେଳେ ଅନ୍ୟ ଜଣେ ବ୍ଲାକ୍ମେଲର୍ ଖସି ପଳାଇଥିଲା । ପୁଲିସ ମାମଲା ରୁଜୁ କରି ଦୁଇ ଗ୍ରାହକଙ୍କୁ ଗିରଫ କରିଛି । ସେହିପରି ଗ୍ରାହକଙ୍କ ସହ ଆସିଥିବା ଦୁଇ ଯୁବତୀଙ୍କ ମଧ୍ୟରୁ ଜଣେ ଏତଲା ଦେଇଛନ୍ତି । ଏହି ଏତଲା ବଳରେ ପୁଲିସ ମାମଲା ରୁଜୁ କରି ସୁନୀଲ୍କୁ ଗିରଫ କରିଛି ।
Comments are closed, but trackbacks and pingbacks are open.