ପୁରୀ,(ବି.ବି.ନୁ୍ୟଜ୍): ଦେଶରେ ଧନୀ ଓ ଗରିବ ମଧ୍ୟରେ ଦୂରତା ବଢ଼ି ଚାଲିଛି । ଜଳବାୟୁ ପରିବର୍ତ୍ତନ ଉଦ୍ବେଗଜନକ ରୂପ ନେଇଛି । ପରିବେଶ ବିଷାକ୍ତ ହେବାରେ ଲାଗିଛି । ଲୋକ ସ୍ୱାବଲମ୍ବୀ ହୋଇ ପାରୁ ନାହାନ୍ତି । ଗ୍ରାମସ୍ୱରାଜ ଏବଂ ପଞ୍ଚାୟତରାଜ ଶାସନ ବ୍ୟବସ୍ଥାକୁ ପଙ୍ଗୁ କରି ଦିଆଯାଇଛି । ଦେଶର ଜନତନ୍ତ୍ର ବ୍ୟବସ୍ଥା ଦୁର୍ବଳ ହେବାରେ ଲାଗିଛି । ନଦୀ ଶୁଖି ଯାଉଛି । ଜଙ୍ଗଲ ବିଲୟ ହେବାରେ ଲାଗିଛି । ପାହାଡ଼ ଭାଙ୍ଗି ଯାଉଛି । ଜନଜାତିକୁ ଏହା ବିପଦ ସୃଷ୍ଟି କରିଛି । ଏସବୁ ସମସ୍ୟା ସମାଧାନ ପାଇଁ ୨୫ ବର୍ଷ ପୂର୍ବେ ଗଣଆନେ୍ଦାଳନ ମୁଣ୍ଡ ଟେକିଥିଲା । ଏହାର ନେତୃତ୍ୱ ନେଇଥିଲା ଜନଆନେ୍ଦାଳନ ସଙ୍ଗଠନ ସମୂହର ରାଷ୍ଟ୍ରୀୟ ସମନ୍ୱୟ ଗୋÂୀ । ପ୍ରତିକୂଳ ପରିସ୍ଥିତି ସତ୍ତେ୍ୱ ‘ଜନଆନେ୍ଦାଳନକାରୀଙ୍କ ରାଷ୍ଟ୍ରୀୟ ସମନ୍ୱୟ’ (ଏନ୍ଏପିଏମ୍) ତଥାପି ବଞ୍ଚିଛି ବୋଲି ନର୍ମଦା ବଞ୍ଚାଅ ଆନେ୍ଦାଳନର ବିଶ୍ୱ ଖ୍ୟାତି ସଂପନ୍ନ ସାମାଜିକ ସଂଗ୍ରାମୀ ମେଧା ପାଟକର କହିଛନ୍ତି ।
ପୁରୀଠାରେ ଆୟୋଜିତ ଏନ୍ଏପିଏମ୍ ସଂଗଠନର ୨୫ ବର୍ଷ ପୂର୍ତ୍ତି ପାଳନ ପାଇଁ ଦେଶର ସମସ୍ତ ପ୍ରାନ୍ତରୁ ଆସିଥିବା ପ୍ରତିନିଧିଙ୍କୁ ଉଦ୍ବୋଧନ ଦେଇ ମେଧା ପାଟକର କହିଥିଲେ ଦେଶ ଏକ ଘଡ଼ିସନ୍ଧି ମୂହୂର୍ତ୍ତ ଦେଇ ଗତି କରୁଛି । ଦେଶର ଉପେକ୍ଷିତ ଲୋକ ସମସ୍ୟାକୁ ଅଣଦେଖା କରାଯାଉଛି । ପୁଞ୍ଜିପତି, ଶିଳ୍ପପତି, କୋଟିପତିଙ୍କ ସ୍ୱାର୍ଥ ସାଧନ ପାଇଁ କେନ୍ଦ୍ର ସରକାର କାମ କରୁଛନ୍ତି । ଏହି କାରଣରୁ ଗ୍ରାମସଭା, ପଞ୍ଚାୟତରାଜ ଅନୁÂାନଗୁଡିକ ଆଲୋଡ଼ା ହେବାରେ ଲାଗିଛି । ଅବହେଳିତ ଏବଂ ଲୋକ ଅଧିକାରକୁ ସୁରକ୍ଷା ଦେବାକୁ ଏବେ ଆନେ୍ଦାଳନର ରୂପ ରେଖ ପରିବର୍ତ୍ତନ କରାଯାଉ । ମହାତ୍ମାଗାନ୍ଧୀଙ୍କ ‘ସତ୍ୟାଗ୍ରହ’ ପନ୍ଥା ଆଦରି ନେବାକୁ ହେବ । ଗଣତାନ୍ତ୍ରିକ ଏବଂ ସମ୍ବିଧାନିକ ସୀମା ମଧ୍ୟରେ ଭିନ୍ନ ରୂପରେ ଦେଶ ବ୍ୟାପି ସତ୍ୟାଗ୍ରହ ହେବ । ଏହାର ଭବିଷ୍ୟତ ରୂପ ରେଖ ନିର୍ଦ୍ଧାରଣ କରିବାକୁ ପୁରୀ ଅଧିବେଶନର ତର୍ଜମା ଏବଂ ନିଷ୍ପତ୍ତି ନିଆଯିବ ବୋଲି ସେ ଆଭାସ ଦେଇଛନ୍ତି ।
ବରିÂ ନେତ୍ରୀ ଅରୁଣା ରାୟ କହିଥିଲେ ଗଣସଙ୍ଗଠନର ଲକ୍ଷ୍ୟ ହେଉଛି ‘ଲଢ଼ିବା, ଜିତିବା’ । ଏଥିପାଇଁ ଆମକୁ ସରକାର, ସମାଜରେ ବିଦ୍ୱେଷର ବୀଜ ବୁଣୁଥିବା ପ୍ରଭାବଶାଳୀମାନେ ଭୟ କରୁଛନ୍ତି । କିନ୍ତୁ ଏହା ଦ୍ୱାରା ମହିଳାଙ୍କୁ ଉପେକ୍ଷା କରାଯାଉଛି । ଦେଶରେ ଠିକାଦାରଙ୍କ ସରକାର ଚାଲିଛି । ଶିଳ୍ପପତିମାନେ ଏହି ଠିକାଦାରଙ୍କୁ ନିୟନ୍ତ୍ରଣ କରୁଛନ୍ତି । ସମ୍ବିଧାନ ଏବଂ ସ୍ୱାଧୀନ ଚିନ୍ତାଧାରା ଉପରେ ଆକ୍ରମଣ ଚାଲିଛି । ଆମ ନୀତି, ଆମ ଅଧିକାର, ଆମ କାନୁନ ପାଇଁ ଆମର ଲଢେ଼ଇ ଜାରି ରହିବାକୁ ପଡ଼ିବ ।
ସଂଗ୍ରାମୀ ବେଜୱାଡ ଓଲସନ୍ କହିଥିଲେ ସମାବେଶକୁ ସଂଗ୍ରାମୀମାନେ ଆସିଛନ୍ତି । ଆନେ୍ଦାଳନ ମରିନାହିଁ । ଦେଶର ସ୍ଥିତି ବିପଦଜନକ ଦିଗକୁ ଗତି କରୁଛି । କେନ୍ଦ୍ର ସରକାର ସମ୍ବିଧାନକୁ କବ୍ଜା କରିବାକୁ ଚାହୁଁଛନ୍ତି । ଆମେ ଜିନ୍ଦା ମୂର୍ଦ୍ଧା ନୋହୁଁ, ଆମ ପାଖରେ ଶକ୍ତି ଅଛି । ସରକାର ମନମାନୀ କଲେ ଚଳିବନି । ଦେଶକୁ ସମ୍ବିଧାନିକ ମାର୍ଗରେ ଚଳା ଯାଉନି । ନିର୍ବାଚନୀ ଏଜେଣ୍ଡା ଆଧାରରେ ଚଳାଯାଉଛି । ଦେଶରେ ମହିଳା ଅସୁରକ୍ଷିତ । ଘରୋଇକରଣ କାରଣରୁ ବେକାରୀ ବଢ଼ିବାରେ ଲାଗିଛି । ଦଳିତବର୍ଗଙ୍କୁ ଉପେକ୍ଷା କରାଯାଉଛି । ଏସବୁ ରୋଗର ନିରାକରଣ କରିବାକୁ ସଙ୍କଳ୍ପ ନେବାକୁ ହେବ । ସ୍ୱଚ୍ଛ ଭାରତ ଅଭିଯାନ ଦିଗହରା ହୋଇଛି । ଏହି କାରଣରୁ ଗରିବମାନେ ଉପାର୍ଜନ ହରାଇଛନ୍ତି । ଅନ୍ୟତମ ସଂଗଠକ ତିସ୍ତା ଶୀତଳଭଜ କହିଥିଲେ ଦେଶ ସ୍ୱାଧୀନତାର ୭୦ ବର୍ଷ ପରେ ବି ସାମାଜିକ ସମାନତା ଏବଂ ଆର୍ଥିକ ବୈଷମ୍ୟ ଲାଗି ରହିଛି । ସାହସ କର, ଅନ୍ଧ ବିଶ୍ୱାସ ବିରୋଧରେ ଲଢେ଼ଇ କରିବାକୁ ସେ ଆହ୍ୱାନ ଦେଇଥିଲେ । ଲୋକଶକ୍ତି ଅଭିଯାନର ନେତା ପ୍ରଫୁଲ ସାମନ୍ତରା କହିଥିଲେ ଜଳ, ଜମି, ଜଙ୍ଗଲ, ସମ୍ବିଧାନ ସବୁ ଅସୁରକ୍ଷିତ । ଦେଶରେ ଜରୁରିକାଳିନ ସ୍ଥିତି ନଥାଇ ବି ଲୋକ ଅଧିକାରକୁ ଦବାଇ ଦିଆଯାଉଛି । ସଂଖ୍ୟାଲଘୁ ଉପରେ ଆକ୍ରମଣ ବଢ଼ୁଛି । ମିଳିମିଶି ଏହାକୁ ପ୍ରତିହତ କରିବାକୁ ହେବ ବୋଲି ସେ ମତ ଦେଇଥିଲେ ।
ବରିÂ ସଂଗ୍ରାମୀ ପ୍ରଫେସର ମନୋରଞ୍ଜନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଦୁଦ୍ବାଲା ଧର୍ମଶାଳାରେ ଆୟୋଜିତ ଏହି ତିନିଦିନିଆ ରାଷ୍ଟିୟ ସମାବେଶରେ ସଙ୍ଗଠନ ପାଇଁ ‘ସମୟର ଆହ୍ୱାନ’ ପ୍ରସଙ୍ଗରେ ଉଦଘାଟନୀ ଉତ୍ସବରେ ନେତା, ନେତ୍ରୀମାନେ ନିଜ ନିଜର ଆଭିମୁଖ୍ୟକୁ ଉପସ୍ଥାପନ କରିଥିଲେ ।
Comments are closed, but trackbacks and pingbacks are open.