ପୁରୀ ଜିଲ୍ଲା ବାହାର ଲୋକଙ୍କୁ ସ୍ୱର୍ଗଦ୍ୱାର ମନା

Get real time updates directly on you device, subscribe now.

ପୁରୀ: ପୁରୀ ବ୍ୟତୀତ ଅନ୍ୟ ଜିଲ୍ଲାର ଲୋକଙ୍କ ପାଇଁ କାଲିଠୁ ସ୍ୱର୍ଗଦ୍ୱାର ମନା। କୋଭିଡ୍‌ ପରିସ୍ଥିତିକୁ ନଜରରେ ରଖି ପୁରୀ ଜିଲ୍ଲାପାଳ ଏପରି ନିଷ୍ପତ୍ତି ନେଇଛନ୍ତି। ଆସନ୍ତାକାଲିଠାରୁ ପୁରୀ ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲାରୁ ଲୋକଙ୍କ ଶବଦାହ ଉପରେ କଟକଣା ଲାଗିଛି। ସମୁଦ୍ର କୂଳରେ ଅସ୍ଥି ବିସର୍ଜନ ନେଇ ମଧ୍ୟ କଟକଣା ଲାଗିଛି। ଏନେଇ ଜିଲ୍ଲାପାଳ ବଲୱନ୍ତ ସିଂ ସୂଚନା ଦେଇଛନ୍ତି। ଅନ୍ୟାଦେଶ ପର୍ୟ୍ୟନ୍ତ ଏହି କଟକଣା ବଳବତ୍ତର ରହିବ।ମହାମାରୀ ‘କରୋନା’ ଏବେ ଭୟଙ୍କର ସ୍ଥିତିରେ ରହିଛି। ଆଜି ସୁଦ୍ଧା ୧୦,୦୦୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ୪୨ ଜଣଙ୍କ ଜୀବନ ନେଇ ସାରିଲାଣି ‘କରୋନା’। ସ୍ଥିତି ଦେଖି ରାଜ୍ୟ ସରକାର ଶନିବାର ଓ ରବିବାର ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହାଛଡ଼ା କଣ୍ଟେନ୍‌ମେଣ୍ଟ ଜୋନ୍‌ ମଧ୍ୟ ଘୋଷଣା କରାଯାଉଛି। ଏହା ସତ୍ତ୍ୱେ କରୋନା କାବୁରେ ରହୁନି। ପ୍ରତିଦିନ ଜଣେ ବା ଦୁଇ ଜଣଙ୍କ ମୁଣ୍ଡ ନେଉଛି। ଏପରି ସ୍ଥିତିରେ ଜିଲ୍ଲା ବାହାର ଲୋକ ସ୍ୱର୍ଗଦ୍ୱାରକୁ ମୃତଦେହ ନନେବା ପାଇଁ ପୁରୀ ଜିଲ୍ଲାପାଳ ଅପିଲ୍‌ କରିଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons