ପୁରୀ: ୨୦୧୫ରେ ପୁରୀ ଷ୍ଟେସନରେ ଟ୍ରେନ୍ ପୋଡି ଘଟଣା। ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି ପୁରୀ CJM କୋର୍ଟ । ଅଭିଯୁକ୍ତ ସୁବାଷ ରାମଚନ୍ଦ୍ରନକୁ ୫ବର୍ଷ ଜେଲ୍ ଦଣ୍ଡାଦେଶ ସହ ୭୫,୫୦୦ଟଙ୍କାର ଜରିମାନା ନେଇ ରାୟ ଶୁଣାଇଛନ୍ତି କୋର୍ଟ ।
ଖବର ଅନୁଯାୟୀ, ୨୦୧୫ ମସିହା ନଭେମ୍ବର ୧୨ ତାରିଖ ଦିନ ପୁରୀ ଷ୍ଟେସନରେ ଏକ ଟ୍ରେନ୍ରେ ନିଆଁ ଲାଗିଯାଇଥିଲା । ଷ୍ଟେସନରେ ଥିବା ନନ୍ଦନକାନନ ଏକ୍ସପ୍ରେସର (ପୁରୀ-ତିରୁପତି / ତିରୁପତି-ପୁରୀ) ବଗିରେ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ଷ୍ଟେସନରେ ନିଆଁ ବ୍ୟାପିବାରେ ଲାଗିଥିଲା । ଏପରିକି ନିକଟସ୍ଥ ପ୍ଲାଟଫ୍ଲମକୁ ମଧ୍ୟ ନିଆଁ ବ୍ୟାପିଯାଇଥିଲା । ପୁରୀ ଷ୍ଟେସନର ୨,୩,୬ ପ୍ଲାଟଫର୍ମକୁ ନିଆଁ ବ୍ୟାପିଯାଇଥିଲା ।
ଅଘଟଣ ପରଦିନ ପ୍ଲାଟଫର୍ମରେ ସୁବାଶ ସନ୍ଦେହ ଜନକ ଭାବେ ବୁଲୁଥିବା ବେଳେ ତାକୁ ଗିରଫ କରିଥିଲା ଜିଆର୍ପି ପୋଲିସ । ସୁବାସ ନିକଟରୁ ଛୁରୀ , ବ୍ଲେଡ଼, ଦିଆସିଲି ଜବତ କରିଥିଲା ପୋଲିସ । କିନ୍ତୁ ପରବର୍ତ୍ତୀ ସମୟରେ ଟ୍ରେନ୍ ପୋଡି ଘଟଣାରେ ଆତଙ୍କବାଦୀ କାର୍ୟ୍ୟକଳାପ ଆଶଙ୍କା କରି ଏନ୍ଆଇଏକୁ ମାମଲା ହସ୍ତାନ୍ତର କରାଯାଇଥିଲା । ମାମଲାରେ କୌଣସି ପ୍ରକାରର ଆତଙ୍କବାଦୀ କାର୍ୟ୍ୟ ନଥିବାରୁ ପୁଣି ଥରେ ମାମଲାକୁ ଜିଆର୍ପି ପୋଲିସକୁ ଦିଆଯାଇଥିଲା ।
୪୦ଜଣ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି କରି ରାୟ ଅଭିଯୁକ୍ତ ସୁବାଶକୁ ଦଣ୍ଡାଦେଶ ଶୁଣାଇଛନ୍ତି ପୁରୀ ଅତିରିକ୍ତ ସେସନ ଜଜ୍ ବା ସିଜେଏମ ଡ. ଇନ୍ଦୁ ଶର୍ମା। ଦୋଷୀ ସୁବାସକୁ ୫ବର୍ଷ ଜେଲଦଣ୍ଡାଦେଶ ସହ ୭୫,୫୦୦ଟଙ୍କାର ଜରିମାନା ଶୁଣାଇଛନ୍ତି କୋର୍ଟ । ଯଦି ଜରିମାନା ଅଧିକ ୧୦ ମାସ ଜେଲଦଣ୍ଡ ଭୋଗିବାକୁ ନେଇ କହିଛନ୍ତି ମାନ୍ୟବର କୋର୍ଟ ।


Comments are closed, but trackbacks and pingbacks are open.